Home ଓଡ଼ିଶା ଚୋରାଗଜେଂଇ ଚାଲାଣ କରିବା ଅଭିଯୋଗରେ ପୁଲିସ କନେଷ୍ଟବଳ ଅଟକ, ୮କୁଇଟାଂଲ ଗଜେଂଇ ପିକଅପ ଭ୍ୟାନ ଜବତ

ଚୋରାଗଜେଂଇ ଚାଲାଣ କରିବା ଅଭିଯୋଗରେ ପୁଲିସ କନେଷ୍ଟବଳ ଅଟକ, ୮କୁଇଟାଂଲ ଗଜେଂଇ ପିକଅପ ଭ୍ୟାନ ଜବତ

40

ମାଲକାନଗିରି,୨୪ା୨ (ଓଡିଆ ପୁଅ ) ମାଲାକନଗିରି ଜିଲ୍ଲା ଅବକାରୀ ବିଭାଗକୁ ଆଜି ମିଳିଛି ଏକ ବଡଧରଣର ସଫଳତା, ଚିତ୍ରକୋଣ୍ଡା ଅଚଂଳରୁ ଏକ ପଣସ ଓ ବୋଇତାଳୁ ବୋଝେଇ ଟ୍ରକରେ ଚୋରା ଗଜେଂଇ ଚାଲାଣ ହେଉଥିବାର ବିଶ୍ୱସ୍ଥ ସୁତ୍ରରୁ ଖବର ପାଇ ଜିଲ୍ଲାଅବକାରୀ ସୁପରିଟେଣ୍ଡେଟଂ ଅଶୋକକୁମାର ସେଠଙ୍କ ନେତୃତ୍ୱରେ ଅବକାରୀ ଇନିସପେକ୍ଟର ଗଙ୍ଗା ପାଇକରାୟ ଙ୍କ ସହ ଅବକାରୀ ବିଭାଗ କର୍ମଚାରୀ ମାନେ ମାଲକାନଗିରି ବାଲିମେଳା ମୁଖ୍ୟରାସ୍ତାରେ ଜଗିରହିଥିଲେ । କୋରକୁଣ୍ଡା ପୋଟ୍ରେଲ ରାସ୍ତାରେ ଏକ ବଲେରୁ ପିକଅପଭ୍ୟାନ ଦୃତଗତିରେ ମାଲକାନଗିରି ଅଭିମୁଖେ ପଳାଉଥିବାର ଦେଖି ତାଙ୍କୁ ଗୋଡାଇ ଧରିଥିଲେ । ଉକ୍ତ ଗାଡିଟିକୁ ଅଟକାଇ ଯାଚଂ କରିବାରୁ ପଣସ ଓ ବୋଇତାଳୁ ତଳେ ପ୍ଲାଷ୍ଟିକ ଅଖା ବସ୍ତାରେ ଗଜେଂଇଥିବାର ଦେଖିଥିଲେ । ଗାଡି ଓ ଗଜେଂଇ ଜବତ ସହିତ ଗାଡିଚାଳକଙ୍କୁ ଜିଲ୍ଲାଅବକାରୀ ବିଭାଗ କାର୍ଯ୍ୟାଳୟକୁ ଆଣି ଡ୍ରାଇଭରଙ୍କୁ ଜେରା କରିବାରୁ ଜଣାପଡିଥିଲା । ଗିରଫ ବ୍ୟକ୍ତି ଜଣେ ପୁଲିସ କନେଷ୍ଟବଳ ତାଙ୍କ ଘର ମାଲକାନଗରି ଥାନାସ୍ଥ ଏମଭି୭ ଗ୍ରାମରେ । ସେ ନିଜ ପିକଅପଭ୍ୟାନ ନମ୍ବର ଓଡି୩୦ସି୩୩୧୭ ରେ ଚିତ୍ରକୋଣ୍ଡା ଅଚଂଳରୁ ଗଜେଂଇ ଆଣି ଛତିଶଗଡ ରାଇପୁର ଅଭିମୁଖେ ନେଉଥିଲେ । ଗାଡିରେ ପଣସ ଓ ବୋଇତାଳୁ ବୋଝେଇ କରି ତଳେ ଗଜେଂଇ ନେଉଥିେ.ସେ ଜଣେ ପୁଲିସ କର୍ମଚାରୀ ହୋଇଥିବାରୁ ତାଙ୍କୁ ରାସ୍ତାରେ କେହି ସନ୍ଦେହ କରିନଥିଲେ କି ଅଟକାଇ ନଥିଲେ । ଗଜେଂଇ ଗୁଡିକୁ ମାଜିଷ୍ଟ୍ରଟ ସମ୍ମୁଖରେ ଓଜନ କରାଯାଇଥିଲା, ୮କୁଇଟାଂଲ ଗଜେଇ ସେହି ଗାଡିରେ ଥିଲା । ଏହି ଗଜେଂଇର ସରକାରି ମୂଲ୍ୟ ପ୍ରାୟ ୪୦ଲକ୍ଷ ଟଙ୍କାରୁ ଉର୍ଦ୍ଦହେବବୋଲି ଜଣାପଡିଛି । ଏହି କନେଷ୍ଟବଳଙ୍କୁ ଅବକାରୀ ବିଭାଗ ପକ୍ଷରୁ ଜେରା କରିବାରୁ ଜଣାପଡିଛି ସେ ଏହା ପୁବ ର୍ରୁ ୪ଥର ଗଜେଂଇ ଚୋରା ଚାଲଣ କରିଛନ୍ତି ଏହା ତାଙ୍କର ପଚଂମ ଥର ଥିଲା । ଜଣେ ପୁଲିସ କର୍ମଚାରୀ ହୋଇ ଚୋରା ଗଜେଂଇ ଚାଲାଣ କରିବା ଘଟଣା ଜିଲ୍ଲାବାସୀଙ୍କ ମଧ୍ୟରେ ମୁଖ୍ୟଚର୍ଚାର ବିଷୟ ପାଲଟିଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.