Home Top News ଯଦୁପୁର ପରୀ ହତ୍ୟା ଘଟଣାରେ ଅଭିଯୁକ୍ତ ସାବାଳକ ନୁହେଁ ନାବାଳକ

ଯଦୁପୁର ପରୀ ହତ୍ୟା ଘଟଣାରେ ଅଭିଯୁକ୍ତ ସାବାଳକ ନୁହେଁ ନାବାଳକ

60

ନୟାଗଡ଼, ୫ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀହତ୍ୟା ଘଟଣାରେ ଅଭିଯୁକ୍ତ କଲେଜ ଛାତ୍ର ଏସ୍‌ଆଇଟିର ବିଭିନ୍ନ ପ୍ରମାଣ ଆଧାରରେ ଜେଲରେ ଥିବାବେଳେ ତା’ର ବୟସ କୁ ନେଇ ଅଭିଯୁକ୍ତ ସାବାଳକ ରୁ ଏବେ ନାବାଳକ ହୋଇଥିବା ଜଣାପଡ଼ିଛି। ପରୀ ଅପହରଣର ଆରମ୍ଭ ଦିନଠାରୁ ହତ୍ୟା ଏବଂ ଅଭିଯୁକ୍ତକୁ ଗିରଫ କରିବା, ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଅଭିଯୁକ୍ତକୁ ଗିରଫ କରିବାରେ ପର୍ଯ୍ୟନ୍ତ ପ୍ରମାଣ ଥିବା କହିବା, ଶ୍ରୀ ବୋଥ୍ରା ପ୍ରେସମିଟ୍ ମାଧ୍ୟମରେ ଅଭିଯୁକ୍ତର ପରୀକୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ବିଭିନ୍ନ ଦିଗ ଉପରେ ସୂଚନା ଦେବା ଏବଂ ଅଭିଯୁକ୍ତ କଲେଜ ଛାତ୍ର ମା ଓ ଭଉଣୀ ଏହା ଜାଣିଶୁଣି ଫସେଇ ଦେଇଛନ୍ତି କହି ନୟାଗଡ଼ ଥାନାରେ ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାମରେ ଏତେଲା ଦେବା ଆଦି ଘଟଣା ଲୋକମାନଙ୍କୁ ବେଶୀ ଅଡ଼ୁଆରେ ପକାଇଥିଲା। ହେଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଓ ତାଙ୍କ ଟିମ୍ ଅଭିଯୁକ୍ତକୁ ଚିହ୍ନଟ କରିବା, ଅଭିଯୁକ୍ତକୁ ଆଣି ତା’ର ଡେମୋ ଟେଷ୍ଟ କରିବା ତା’ର ତଂଟି ଚିପି ହତ୍ୟା କରିବା ପରେ ତାକୁ ଦୁଷ୍କର୍ମ କରିଥିଲା। ସିମେନ୍ ଲାଗିଥିବା ପରୀର ଫ୍ରକ, ଲେଗେନ୍ସ ଓ ରକ୍ତଭିଜା ଗାମୁଛାକୁ ଏବଂ ଅନ୍ୟାନ୍ୟ ପ୍ରମାଣକୁ ନେଇ ଅଭିଯୁକ୍ତ ନୟାଗଡ଼ ସବଜେଲରେ ବିଚାରାଧିନ ଅବସ୍ଥାରେ ଥିବାବେଳେ ଅଭିଯୁକ୍ତ ନାବାଳକ ନା ସାବାଳକ ତାକୁ ନେଇ ତର୍ଜ୍ଜମା ଚାଲିଥିଲା। ଅଭିଯୁକ୍ତ ଏବେବି ନାବଳକ ଥିବା ଅଭିଯୁକ୍ତର ଓକିଲ କହିଛି। ଅଭିଯୁକ୍ତର ଓକିଲ ଅଭିଯୁକ୍ତର ବୟସ ୧୮ବର୍ଷରୁ କମ୍ ବୋଲି ଦାବି କରୁଥିବାବେଳେ ଏସଆଇଟି ଅଭିଯୁକ୍ତର ବୟସ ୧୮ବର୍ଷ ବୋଲି ଦାବି କରି ଡାକ୍ତରୀ ପ୍ରମାଣ ପତ୍ର ଉପସ୍ଥାପନା କରିଥିଲା। ଅଭିଯୁକ୍ତର ବୟସ ୧୮ବର୍ଷରୁ କମ୍ ଥିଲେ ତା’ର ବିଚାର ପୋକ୍ସୋ କୋର୍ଟରେ ହେବ। ନୟାଗଡ଼ ସବଜେଲରୁ ଅଭିଯୁକ୍ତକୁ ଅଣାଯାଇ ପୋକ୍ସୋ କୋର୍ଟରେ ହାଜଲ କରାଯାଇଥିଲାବେଳେ ଅଭିଯୁକ୍ତର ମା’କୁ ପ୍ରମାଣପତ୍ର ଦେଖାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅଭିଯୁକ୍ତର ବୟସ ୧୮ବର୍ଷରୁ କମ୍ ବୋଲି ମାଟ୍ରିକ ସାର୍ଟିଫିକେଟ ଓ ଜନ୍ମ ପ୍ରମାଣପତ୍ର ଦେଖାଇବା ପରେ ଅଭିଯୁକ୍ତର ବୟସ ୧୮ ବର୍ଷରୁ କମ୍‌ ଏବଂ ସେ ନାବାଳକ ବୋଲି ପୋକ୍ସୋ କୋର୍ଟ ଦର୍ଶାଇଛନ୍ତି। ଫଳରେ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ଼କୁ ମାମଲା ହସ୍ତାନ୍ତର କରାଯାଇଛି। ନାବାଳକ ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିଯୁକ୍ତଙ୍କ ପରିବାର। ବିଶେଷ ସୂତ୍ରରୁ ଯାହା ଜଣାପଡ଼ିଛି ଅଭିଯୁକ୍ତ ବାଲୁଗାଁ ଚଣ୍ଡୀ ହାଇସ୍କୁଲରେ ମାଟ୍ରିକ୍ ଓ ଏବେ ସେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରଥିବାଥିବାବେଳେ ତା’ର ମାଟ୍ରିକ ସାର୍ଟିଫିକେଟରେ ଜନ୍ମ ତାରିଖ ୦୬.୦୨.୨୦୦୩ ଓ ନୟାଗଡ଼ ଏନଏସିରୁ ତା.୩୦.୦୧ ୨୦୧୪ରେ ପାଇଥିବା ଜନ୍ମ ସାର୍ଟିଫିକେଟରେ ମଧ୍ୟ ତା’ର ଜନ୍ମ ତାରିଖ ତା.୦୬.୦୨.୨୦୦୩ ରହିଛି। ଏମିତି ଅଭିଯୁକ୍ତର ଉଭୟ ଜନ୍ମ ତାରିଖକୁ ଦେଖିଲେ ଏବେବି ଅଭିଯୁକ୍ତ ନାବାଳକ ଥିବା ସୂଚୀତ ହେଉଛି। ଅନ୍ୟପକ୍ଷରେ ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ ଏସ୍‌ଆଇଟି ତଦନ୍ତକାରୀ ଅଧିକାରୀ ନରେନ୍ଦ୍ର ବେହେରା କୋର୍ଟରେ କରିଥିବା ଆବେଦନ ଖାରଜ ହୋଇଯାଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଗତ ଡିସେମ୍ବର ୨୦ ତାରିଖରେ ଏସ୍‌ଆଇଟି ସରୋଜକୁ ଯଦୁପୁରରୁ ଗିରଫ କରିଥିବାବେଳେ ୨୧ ତାରିଖରେ କୋର୍ଟ ଚାଲାଣ କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.