Home ଓଡ଼ିଶା ମୌସୁମୀର ଦେଖା ନାହିଁ, ହତାଶ ହେଲେଣି ବେଗୁନିଆପଡ଼ା ଚାଷୀ, ସେପଟେ ବିହନ ଗଜା ମରୁଡି ହେବା...

ମୌସୁମୀର ଦେଖା ନାହିଁ, ହତାଶ ହେଲେଣି ବେଗୁନିଆପଡ଼ା ଚାଷୀ, ସେପଟେ ବିହନ ଗଜା ମରୁଡି ହେବା ଆଶଙ୍କା

231

କୋଦଳା : ୨୯/୦୬ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ଜୁନ୍ ମାସ ଶେଷ ହେବାକୁ ବସିଲାଣି। ହେଲେ ମୌସୁମୀର ଦେଖା ମିଳିଲାନି।ବର୍ଷା ଆଗମନରେ ବିଲମ୍ବ ଯୋଗୁଁ ଗଂଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଳକ ଓ କୋଦଳା ଏନ୍ ଏ ସି ଅନ୍ତର୍ଗତ ହଜାର ହଜାର ଚାଷୀ ଏବେ ହତାଶ ଅବସ୍ଥାରେ ଅଛନ୍ତି। ରଜ ପୂର୍ବରୁ ଧାନ ବୁଣା ସହ ତଳି କାମ ଶେଷ ହେବା କଥା।ଏହି ସମୟରେ ବର୍ଷା ହୋଇଛି ମାତ୍ର ୧୫୮.୮୦ ମିଲିମିଟର।ବ୍ଲକରେ ମୋଟ ୧୮ ହଜାର ୦୫୦ ହେକ୍ଟର ଚାଷଜମି ରହିଥିବା ବେଳେ ସେଥିମଧ୍ୟରୁ ୧୦୭୫୦ ହେକ୍ଟରରେ ଧାନ ଚାଷ ଏବଂ ୨୦୦୦ ହେକ୍ଟରରେ ପରିବା ଓ ୫୨୯୫ ହେକ୍ଟରରେ ଅନ୍ଯାନ୍ଯ ଚାଷ ହୋଇଥାଏ। ହେଲେ ବର୍ଷା ନଥିବାରୁ ଧାର୍ଯ୍ୟ ଲକ୍ଷ୍ୟର ଅଧା ଜମିରେ ଏଯାବତ୍ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ଧାନ ସାଂଗକୁ ଅନ୍ଯାନ୍ଯ ଚାଷ ଓ ପନିପରିବା ଚାଷ ମଧ୍ୟ ହୋଇ ପାରୁନି। ସୂଚନା ଅନୁସାରେ ଜୁନ୍ ମାସରେ ଆବଶ୍ୟକ ଠାରୁ ବହୁତ କମ ବର୍ଷା ହୋଇଛି। ମିଳିଥିବା ସୂଚନା ଅନୁସାରେ ମୌସୁମୀ ନ ଆସିବାରୁ ଚାଷୀ ବୁଣିଥିବା ବିହନ ଏବେ ଗଜା ମରୁଡି ହେବାକୁ ବସିଲାଣି। ଅଞ୍ଚଳରେ ଚାଷ ଜମି ଗୁଡିକରେ ଜଳସେଚନ ସୁବିଧା ନଥିବାରୁ ଚାଷୀମାନେ ବର୍ଷାକୁ ହିଁ ଭରସା କରି ରହିଛନ୍ତି। ଅର୍ଦ୍ଧାଧିକ ଅଞ୍ଚଳରେ ଜଳସ୍ତର ହ୍ରାସ ହେଉ ଥିବାରୁ ସରକାରଙ୍କ ଦ୍ଵାରା କରାଯାଉଥିବା ପ୍ରକଲ୍ପ କାମରେ ଆସୁନି।ଏସବୁ ପ୍ରକଳ୍ପ ମଧ୍ୟ ବର୍ଷା ଉପରେ ନିର୍ଭର କରୁଛି। ବର୍ଷା ହେଲେ ପ୍ରକଲ୍ପ କାମ କରୁଛି, ନହେଲେ ଚାଷଜମିକୁ ପାଣି ଯିବା ସମ୍ଭବ ହୋଇ ପାରୁନି। ଆଗାମୀ ଏକ ସପ୍ତାହ ମଧ୍ୟରେ ଯଦି ବର୍ଷା ନହୁଏ ତେବେ ଚାଷକାର୍ଯ୍ୟ ବହୁ କ୍ଷତି ହେବ ବୋଲି ଅଞ୍ଚଳର ଚାଷୀମାନେ କହୁଛନ୍ତି। ବିହନ ବୁଣିବା ପରେ ବର୍ଷାର ଦେଖା ନଥିବାରୁ ଗଜା ମରୁଡି ହୋଇଯାଇଛି ଏବଂ ଏବେ ପୁଣି ବିହନ କୋଉଠୁ ଆଣିବି ବୋଲି କହିଛନ୍ତି ତିରିଡା ଗ୍ରାମର ଚାଷୀ ପକଂଜ ସାହୁ। ସେହିପରି ଆଉ ଜଣେ ଚାଷୀ ଫକୀର ଭୂୟାଁଙ୍କ କହିବା କଥା ବର୍ଷାର ବିଳମ୍ବ ଯୋଗୁଁ ଚାଷ କାର୍ଯ୍ୟ ବହୁ ପଛରେ ପଡିଛି। କିଛି ଦିନ ମଧ୍ୟରେ ବର୍ଷା ନହେଲେ ଗଜା ମରୁଡି ହୋଇଯିବ। ତେବେ ଆବଶ୍ୟକ ସଂଖ୍ୟକ ବିହନ ମହଜୁଦ ଥିବା ଏବଂ କୃଷକକୁଂ ଦିଆଯାଉଥିବା କୃଷି ଅଧିକାରୀଣୀ କହିଛନ୍ତି। ଜୁଲାଇ ୧୫ ଭିତରେ ବର୍ଷା ସ୍ବାଭାବିକ ହେବା ସମ୍ଭାବନା ଏବଂ ଚାଷ କାର୍ଯ୍ୟ ନିଶ୍ଚିତ ଭାବେ ଅଗ୍ରଗତି କରିବ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.