Home ଆନ୍ତର୍ଜାତୀୟ ନାଇଜେରିଆରେ ପଣବନ୍ଦୀ ଥିବା ଓଡ଼ିଆ ଯୁବକ ସମେତ ୫ ମୁକ୍ତ : କେନ୍ଦ୍ର ବୈଦଶିକ ବ୍ୟାପାର...

ନାଇଜେରିଆରେ ପଣବନ୍ଦୀ ଥିବା ଓଡ଼ିଆ ଯୁବକ ସମେତ ୫ ମୁକ୍ତ : କେନ୍ଦ୍ର ବୈଦଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କରଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

88

– ଓଡ଼ିଆ ନାବିକ ସୁଦୀପ ଚୌଧୁରୀଙ୍କୁ ମୁକ୍ତ କରିବା ପାଇଁ ବୈଦଶିକମନ୍ତ୍ରୀ ଜୟଶଙ୍କରଙ୍କ ହସ୍ତକ୍ଷେପ ଲୋଡିଲେ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ ଭୁବନେଶ୍ୱର (ଓଡ଼ିଆ ପୁଅ) -ଓଡ଼ିଆ ନାବିକ ସୁଦୀପ ଚୌଧୁରୀଙ୍କ ସମେତ ୫ ଭାରତୀୟ ନାବିକ ନାଇଜେରିଆରେ ପଣବନ୍ଦୀରୁ ମୁକ୍ତ ହେବା ପରେ ଏହି ଘଟଣାରେ କେନ୍ଦ୍ର ବୈଦଶିକ ବ୍ୟାପର ମନ୍ତ୍ରୀ ଡ.ସୁବ୍ରମଣ୍ୟମ୍ ଜୟଶଙ୍କରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି ଏନେଇ କେନ୍ଦ୍ରମନ୍ତ୍ରୀ ଜୟଶଙ୍କରଙ୍କ ସମେତ ଏହି ଘଟଣାରେ ସହଯୋଗ କରିଥିବା ସମସ୍ତ ଅକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ନାଇଜେରିଆରେ ପଣବନ୍ଦୀ ହୋଇ ରହିଥିବା ୫ ଭାରତୀୟ ନାବିକଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ବୈଦଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କରଙ୍କ ହସ୍ତକ୍ଷେପ ଲୋଡିଥିଲେ ଶ୍ରୀ ପ୍ରଧାନ। ଏନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଓଡ଼ିଆ ନାବିକ ସୁଦୀପ ଚୌଧୁରୀଙ୍କ ବାପା ପ୍ରଦୀପ୍ତ କୁମାର ଚୌଧୁରୀଙ୍କ ପକ୍ଷରୁ ଅପିଲ୍ କରାଯାଇଥିଲା।

ଓଡିଶାର ସୁଦିପ ଚୌଧୁରୀଙ୍କ ସମେତ ହରିୟାଣାର ଅଙ୍କିତ ହୁଡା, ମହାରାଷ୍ଟ୍ରର ଚିରାଗ ୟାଦବ, ଆନ୍ଧ୍ର ପ୍ରଦେଶର ଅଭିନାଶ ରେହିଁ ଏବଂ ମୁଗୁ ରବି ମଧ୍ୟ ପଣବନ୍ଦୀ ହୋଇଥିବା ନେଇ କେନ୍ଦ୍ର ବୈଦଶିକ ବ୍ୟାପର ମନ୍ତ୍ରୀଙ୍କୁ ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ବ୍ୟକ୍ତିଗତ ଭାବେ ଏହି ମାମଲାରେ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଜୟଶଙ୍କରଙ୍କୁ ଅନୁରୋଧ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.