Home ଓଡ଼ିଶା ମୋ ସ୍କୁଲ ଅଭିଯାନ ସ୍ମାର୍ଟ କ୍ଲାସ ରେ ମାଲକାନଗିରି ଜିଲ୍ଲାର ୬ଟି ହାଇସ୍କୁଲ ସାମିଲ

ମୋ ସ୍କୁଲ ଅଭିଯାନ ସ୍ମାର୍ଟ କ୍ଲାସ ରେ ମାଲକାନଗିରି ଜିଲ୍ଲାର ୬ଟି ହାଇସ୍କୁଲ ସାମିଲ

78

ମାଲକାନଗିରି,୧୯ା୭ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରିର ଭୟ ଥିବାରୁ ସ୍କୁଲ ଗୁଡିକ ବନ୍ଦକରିଦିଆ ଯାଇଛି । କିଛି ଦନପରେ ଏହି ସ୍କୁଲଗୁଡିକ ଖୋଲା ଯାଇ ପାଠପଢା ଆରମ୍ଭ ହୋଇ ଯିବ,ତେଣୁ ବିଭିନ୍ନ ହାଇସ୍କୁଲ ଗୁଡିକରେ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ସ୍ମାର୍ଟ କ୍ଲାସ ରୁମ କରାଯାଇ ସେଥିରେ ଅତ୍ୟାଧୁନିକ ଇଟଂରନେଟ,ସ୍ମାଟ ଡିଜିଟାଲ ମନିଟର,ବିଜ୍ଞାନ ଲାବୋର୍ଟରୀ ସହିତ ବିଭିନ୍ନ ପାଠ୍ୟଉପକରଣ ରଖାଯାଇ ୯ମ ଓ୧୦ମ ଶ୍ରେଣୀରେ ଅଧ୍ୟୟନକରୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାଦନ ଦିଆଯିବାର କାର୍ଯ୍ୟକ୍ରମ ରହିଛି । ଏହି ଯୋଜନାରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ପ୍ରଥମ ପର୍ଯ୍ୟାୟରେ ୬ଟି ହାଇସ୍କୁଲକୁ ସାମିଲ କରାଯାଇଛି । ଜିଲ୍ଲା ସଦର ମହକୁମା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ,କାଲିମେଳା ସରକାରି ବାଳକ ଉଚବିଦ୍ୟାଳୟ,ପଡିଆ ହାଇସ୍କୁଲ,ମାଥିଲି ହାଇସ୍ଲୁଲ,ଖଇରପୁଟ ହାଇସ୍କୁଲ,ଚିତ୍ରକୋଣ୍ଡା ହାଇସ୍କୁଲ ଗୁଡିକୁ ମନୋନିତ କରାଯାଇ ଏହାର ଭିତି ଭୁମି ସହିତ ଏହି ଯୋଜନା ତୁରନ୍ତ କାର୍ଯ୍ୟକାରି କରିବା ପାଇଁ ବିଭାଗିୟ ଅଧିକାରୀ ମାନେ ଗୁରୁତ୍ୱ ଦେଇଛନ୍ତି । ଆଜି ସକାଳେ ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ,ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି,ମାଲକାନଗରି ବିଡିଓ,ଶିକ୍ଷାବିଭାଗ ଅଧିକାରୀ ପ୍ରମୁଖ ଜିଲ୍ଲାସଦର ମହକୁମାସ୍ଥ ସରକାରି ବାଳିକା ଉଚ୍ଚବିଦ୍ୟାଳୟ କୁ ପରିଦର୍ଶନ କରି ମୋ ସ୍କୁଲ ଅଭିଯାନ ସ୍ମାର୍ଟ କ୍ଲାସ ରୁମ ନିର୍ମାଣ କାର୍ଯ୍ୟ ତଦାରଖ କରି ପ୍ରଧାନଶିକ୍ଷୟତ୍ରୀ ଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଯୋଜନା ପାଇଁ ରାଜ୍ୟସରକାର ଶିକ୍ଷାବିଭାଗ ପକ୍ଷରୁ ୪୫ଲକ୍ଷ ଅନୁଦାନ ଯୋଗାଇ ଦିଆଯିବ ଆଉ୫ଲକ୍ଷ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ସହାୟତା ରେ ମୋଟ ୫୦ଲ କ୍ଷ ଟଙ୍କାର ବ୍ୟୟଅଟକଳ ମାଧ୍ୟମରେ ସ୍ମାର୍ଟ କ୍ଲାସରୁମ ପ୍ରତିଷ୍ଟା ହେବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି,ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୬ଟି ହାଇସ୍କୁଲ,ଦ୍ୱିତୀୟ ପର୍ଯ୍ୟାୟରେ ଆଉ୯ଟି ହାଇସ୍କୁଲକୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ଜିଲ୍ଲାଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସେଠୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.