Home ଓଡ଼ିଶା ଔଷଧ ଦୋକାନରେ ଇଜେଂକସନ ନେବାପରେ ନାବାଳିକାର ମୃତ୍ୟୁ,ମେଡିକାଲ ଷ୍ଟୋର ସିଲ୍‌,ମାଲିକ ଥାନାରେ ଅଟକ

ଔଷଧ ଦୋକାନରେ ଇଜେଂକସନ ନେବାପରେ ନାବାଳିକାର ମୃତ୍ୟୁ,ମେଡିକାଲ ଷ୍ଟୋର ସିଲ୍‌,ମାଲିକ ଥାନାରେ ଅଟକ

119

ମାଲକାନଗିରି,୧୯ା୭ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ମାଥିଲି ଥାନାସ୍ଥ ଆମ୍ବାଗୁଡା ପଚାଂୟତ ମାଡକାମିଗୁଡା ଗ୍ରାମର ରାମଚନ୍ଦ୍ର ବାରିକଙ୍କ ୧୪ବର୍ଷର ଝିଅ ନିଳିମା ବାରିକ ଙ୍କ ଦେହ ହାତ ପେଟ ବଥାହେବାରୁ ପରିବାର ଲୋକେ ମାଥିଲି ବଜାରରେ ଥିବା ଏକ ମେଡାକାଲ ଷ୍ଟୋରକୁ ନେଇଯାଇଥିଲେ । ସେଠାରେ ଔଷଧ ଦୋକାନି ନିଳିମାଙ୍କୁ ଏକ ଇଂଜେକସନ ଦେଇଦବାରେ ଯନ୍ତ୍ରଣା କମିବା ପରିବର୍ତେ ଅଧିକ ଯନ୍ତ୍ରଣା ହୋଇ ଅବସ୍ଥା ଗୁରୁତର ହୋଇଯାଇଥିଲା । ତାକୁ ସଙ୍ଗେ ସଙ୍ଗେ ନିକଟସ୍ଥ ମିଥିଲି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ନିମନ୍ତେ ପରିବାର ଲୋକେ ନେଇ ଯାଇଥିଲେ । ସେଠାରେ ପହଁଚିବା ପରେ ଡାକ୍ତର ଚିକିତ୍ସା ଆରମ୍ଭ କରିବା ପୁବ ର୍ରୁ ନିଳିମାର ମୃତ୍ୟୁ ହୋଇଯାଇଥିଲା । ଡାକ୍ତର ନିଳୀମାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ପରିବାର ଲୋକେ ଏ ସଂପର୍କରେ ମାଥିଲି ଥାନାରେ ଜଣାଇବାପରେ ପୁଲିସ ଘଟଣାସ୍ଥଳରେ ପହଁଚି ନିଳୀମାର ମୃତ ଶରୀର ଜବତ କରି ଶବବ୍ୟବଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ନୀଳିମାର ଆଗରୁ ସିକିଲସିଲ ରୋଗ ଥିଲା,ତାର ଦେହ ମୁଣ୍ଡ ପେଟ ଯନ୍ତଣା ହେବାରୁ ତାକୁ ପରିବାର ଲୋକେ ମାଥିଲିସ୍ଥ ଶ୍ରୀରାମ ମେଡିକାଲ ଷ୍ଟୋର କୁ ନେଇ ଯାଇଥିଲେ । ସେଠାରେ ଔଷଧ ଦୋକାନୀ ଝିଅକୁ ଏକ ଡାକ୍ଲୋଫେନାକ ଇଜେଂକସନ ଦେଇ ଦେଇଥିଲେ । ସାଧାରଣତ ସିକିଲସିଲ ରୋଗୀଙ୍କୁ ଏହି ଇଂଜେକସନ ଦେଲେ ତାହା ରୋଗିପ୍ରତି ବିପଦ ବୋଲି ଡାକ୍ତର କୁହନ୍ତି । ସେହି ଇଂଜେକସନ ପ୍ରଭାବରେ କି ଆଉ କେଉଁ କାରଣରେ ନିଳୀମାର ମୃତ୍ୟୁ ଘଟିଛି ଶବ ବ୍ୟବଛେଦ ବିବରଣୀ ଆସିବାପରେ ଜଣାପଡିବ, ପୁଲିସ ପକ୍ଷରୁ ଶ୍ରୀରାମ ଔଷଧ ଦୋକାନ ସିଲ କରାଯାଇ ଦୋକାନ ମାଲିକ ପି.କେ.ଆଚାରୀ ଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରହିଛି ବୋଲି ମାଥିଲି ଥାନା ଅଧିକାରୀ ରଘୁନାଥ ମାଝୀ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.