Home Top News ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୬୮ ତମ ପୂଣ୍ୟତିଥି ପାଳିତ …

ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୬୮ ତମ ପୂଣ୍ୟତିଥି ପାଳିତ …

103

ଭୁବନେଶ୍ୱର: ଆଜି ସ୍ୱର୍ଗତଃ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୬୮ତମ ପୂଣ୍ୟତିଥୀ। ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବିଜେପି ନେତୃବୃନ୍ଦ ସତ୍‌ସଙ୍ଗ ବିହାରସ୍ଥିତ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ମୃତି ଚାରଣ କରିବା ସହ ତାଙ୍କ ବଳିଦାନ କେବେ ବ୍ୟର୍ଥ ଯିବନି ବୋଲି କହିଛନ୍ତି ସମୀର ମହାନ୍ତି। ସ୍ୱର୍ଗତଃ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀ ହେଉଛନ୍ତି ବିଜେପି ବିଚାରଧାରା ଏବଂ ରାଜନୈତିକ ଆନ୍ଦୋଳନର ପ୍ରଣେତା। ୧୯୫୨ ମସିହାରେ ସ୍ୱର୍ଗତଃ ମୁଖାର୍ଜୀଙ୍କ ନେତୃତ୍ୱରେ ‘ଭାରତୀୟ ଜନସଂଘ’ ପ୍ରତିଷ୍ଠା ହୋଇଥିଲା ଯାହା ପରବର୍ତ୍ତୀ ଅବସ୍ଥାରେ ‘ଭାରତୀୟ ଜନତା ପାର୍ଟି’ ଭଳି ବଡ଼ ବଟ ବୃକ୍ଷ ଭାବେ ରୂପ ନେଇଛି। ତାଙ୍କ ବିଚାରଧାରାକୁ ନେଇ ଆଜି ବିଜେପି ଦେଶବାସୀଙ୍କ ସେବା କରୁଛି। ସ୍ୱର୍ଗତଃ ମୁଖାର୍ଜୀ ଜଣେ ଦୂରଦ୍ରଷ୍ଟା ଥିଲେ। ଦେଶର ବିକାଶ, ଅର୍ଥନୀତିର ବିକାଶ, ସମାଜିକ ନୀତି ଏବଂ ଦେଶର ରାଷ୍ଟ୍ରୀୟ ସୁରକ୍ଷାନୀତି କିଭଳି ହେବ ସେନେଇ ସେ ସର୍ବଦା କାର୍ଯ୍ୟ କରୁଥିଲେ। ସେ କହୁଥିଲେ ‘ଏକ ଦେଶମେଁ ଦୋ ବିଧାନ, ଦୋ ପ୍ରଧାନ, ୱର ଦୋ ନିଶାନ ନହିଁ ଚଲେଙ୍ଗେ ନହି ଚଲେଙ୍ଗେ।’ ତାଙ୍କ ସ୍ୱପ୍ନ ଆଜି ପୂରଣ ହୋଇଛି। ଅଗଷ୍ଟ ୫, ୨୦୧୯ରେ କାଶ୍ମିରୀରେ ଧାରା ୩୭୦ ଓ ୩୫ ଏ ଉଚ୍ଛେଦ ପରେ କାଶ୍ମିରୀ ଭାରତର ଅଭିନ୍ନ ଅଙ୍ଗ ଭାବେ ପରିଗଣିତ ହୋଇଛି। ସ୍ୱର୍ଗତଃ ମୁଖାର୍ଜୀଙ୍କ ବଳିଦାନ କେବେ ବି ବ୍ୟର୍ଥ ଯିବନି ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ମାଲ୍ୟାର୍ପଣ ଅବସରରେ ରାଜ୍ୟ ସାଧାରଣ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ଓ ବିରଞ୍ଚି ତ୍ରିପାଠୀ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ବଳିଦାନ ଦିବସକୁ ରାଜ୍ୟ କାର୍ଯ୍ୟାଳୟରେ ପାଳନ କରାଯାଇଥିଲା। ଏହି ଅବସରରେ ବିଜେପି ନେତୃବୃନ୍ଦ ଡ. ଶ୍ୟାମ ପ୍ରସାଦମୁଖର୍ଜୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ତାଙ୍କର ସ୍ମୃତିଚାରଣ କରିଥିଲେ। ରାଜ୍ୟ ସଭାପତି ସମୀର ମହାନ୍ତି ଚାରା ରୋପଣ କରିବା ସହ ସମଗ୍ର ଓଡ଼ିଶାବାସୀଙ୍କୁ ବୃକ୍ଷ ରୋପଣ କରି ସବୁଜ ଓଡ଼ିଶା ନିର୍ମାଣ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ରାଜ୍ୟ ସାଧାରଣ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି, ବରିଷ୍ଠ ନେତା ସଜ୍ଜନ ଶର୍ମା, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ମୁଖପାତ୍ର ସୁଦୀପ୍ତ ରାୟ, ବିରଞ୍ଚି ତ୍ରିପାଠୀ, ଠାକୁର ରଞ୍ଜିତ ଦାସ, ଧୀରେନ ସେନାପତି, କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଭୁ ତରାଇ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ଅଭିଷେକ ଆଚାର୍ଯ୍ୟ, ରଶ୍ମି ମହାପାତ୍ରଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବିଜେପି ନେତାନେତ୍ରୀ, କାର୍ଯ୍ୟକର୍ତ୍ତା ମାନେ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପୂଣ୍ୟତିଥି ପାଳନ କରିବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଥିଲେ।
– @DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.