Home ଜିଲ୍ଲା ପରିକ୍ରମା ମୋ’ ସ୍କୁଲ୍‌କୁ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଏକଲକ୍ଷ ଟଙ୍କା ପ୍ରଦାନ

ମୋ’ ସ୍କୁଲ୍‌କୁ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଏକଲକ୍ଷ ଟଙ୍କା ପ୍ରଦାନ

53

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୦୧୭ ମସିହା ଶିଶୁଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ,ଓଡିଶାଙ୍କ ଦ୍ୱାରା ବିଦ୍ୟାଳୟ ସ୍ତରରେ ଆରମ୍ଭ ହୋଇଥିବା ମୋ’ ସ୍କୁଲ୍ ଅଭିଯାନ,ଆଜି ଏକ ଆନ୍ଦୋଳନର ରୂପ ନେଇଛି । ଏହି ଅଭିଯାନରେ ଅଗଣିତ ପ୍ରାକ୍ତନ ଛାତ୍ରଛାତ୍ରୀ ଯୋଡିହେବା ସହ ସେବା,ବସ୍ତୁ କିମ୍ବା ଆର୍ଥିକ ଅନୁଦାନ ମାଧ୍ୟମରେ ସେମାନେ ପାଠ ପଢିଥିବା ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ଓ ଶୈକ୍ଷିକ ପରିବେଶକୁ ବଦଳାଇ ପାରିଛନ୍ତି । ଭଦ୍ରକ ଜିଲ୍ଲାରେ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ଏହି କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେବା ସହ ଏହାକୁ ଆହୁରି ବ୍ୟାପକ କରିବା ପାଇଁ ଚେଷ୍ଟାରତ ଅଛନ୍ତି । ଏହି କ୍ରମରେ ଆଜି ଜିଲ୍ଲା ସ୍କୁଲ୍‌,ଭଦ୍ରକର ଶିକ୍ଷକ-ଶିକ୍ଷୟିତ୍ରୀମାନେ ଗତ ୨୦୨୦ରେ ଶତପ୍ରତିଶତ ମାଟ୍ରିକ୍ ପରୀକ୍ଷା ଫଳ ଆଧାରରେ ସରକାରଙ୍କଠାରୁ ଗ୍ରହଣ କରିଥିବା ଏକଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶିକୁ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ତପସ୍ୱିନୀ ଦାଶଙ୍କ ନେତୃତ୍ୱରେ ସମ୍ମିଳିତ ଭାବେ ବିଦ୍ୟାଳୟର ମୋ’ ସ୍କୁଲ୍ ଅଭିଯାନ କାର୍ଯ୍ୟକ୍ରମକୁ ପ୍ରଦାନ କରିଛନ୍ତି । ଏଠାରେ ପ୍ରକାଶଥାଉ କି ଏହି ବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀମାନେ ମଧ୍ୟ ଆର୍ଥିକ ଅନୁଦାନ ମାଧ୍ୟମରେ ବିଦ୍ୟାଳୟରେ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରିବା ସହ ଆଗାମୀ ଦିନରେ ବିଦ୍ୟାଳୟକୁ ଶ୍ରେଷ୍ଠ କରି ଗଢିତୋଳିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ମୋ’ ସ୍କୁଲ୍ ଅଭିଯାନକୁ ଏହି କ୍ଷୁଦ୍ର ଦାନ ଦ୍ୱାରା ନିଶ୍ଚିତ ଭାବେ କେତେକ ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ସହାୟତା ମିଳିବ ବୋଲି ଶିକ୍ଷକ-ଶିକ୍ଷୟିତ୍ରୀମାନେ ଆଶା ପୋଷଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.