Home ଜିଲ୍ଲା ପରିକ୍ରମା ଆଖୁଆପଦା ସ୍କୁଲରେ ମୋ ସ୍କୁଲ ଅଭିଯାନ

ଆଖୁଆପଦା ସ୍କୁଲରେ ମୋ ସ୍କୁଲ ଅଭିଯାନ

50

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକର ଆଖୁଆପଦା ଉପ୍ରା ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ବୈଠକ ପ୍ରଧାନଶିକ୍ଷକ ପୁରୁଷୋତ୍ତମ ଧଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ମୁଖ୍ୟଅତିଥି ଭାବେ ଏହି ବୈଠକକୁ ଉଦଘାଟନ କରିଥିଲେ । ଏଥିରେ ଏବିଇଓ ଉମେଶ ଜେନା, ଅକ୍ଷୟ ଜେନା, ଶିକ୍ଷାସଂଯୋଜକ ପୁଷ୍ପକ ଚନ୍ଦ୍ର ଭାରତୀ, ସ୍କୁଲ କମିଟି ଚେୟାରମ୍ୟାନ ଜଗବନ୍ଧୁ ମହାପାତ୍ର, ପୁରାତନ ଛାତ୍ର କମିଟି ସଭାପତି ଶଶିକାନ୍ତ ଜେନା, ସମାଜସେବୀ ସୁଜାତା ଜେନା, ସର୍ବଶିକ୍ଷା ଯୋଜନାର ବରିଷ୍ଠ ବୈଷୟିକ ପରାମର୍ଶଦାତା ଅମିତ ମୋହନ ସିଂ, କମ୍ପୁଟର ପ୍ରୋଗ୍ରାମର ମନୋଜ କୁମାର ନାୟକ, ସମାଜସେବୀ ଶରତ କୁମାର ଜେନା, ବଟକୃଷ୍ଣ ଜେନା, ଭାଗବତ ପ୍ରସାଦ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ମୋ ସ୍କୁଲ ଅଭିଯାନର ଗୁରୁତ୍ୱ ଓ କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ । ପୁରାତନ ଛାତ୍ର କମିଟି ସଭାପତି ଶଶିକାନ୍ତ ଜେନା ଏକ ଲକ୍ଷ ଟଙ୍କା, ସମାଜସେବୀ ଶରତ ଜେନା ପଚିଶ ହଜାର ଟଙ୍କା, ଭାଗବତ ପ୍ରସାଦ ବେହେରା ପଚିଶ ହଜାର ଟଙ୍କା ଓ ସରୋଜ କୁମାର ଲେଙ୍କା ଦଶ ହଜାର ଟଙ୍କାର ଚେକ ମୁଖ୍ୟଅତିଥି ଶ୍ରୀ ମିଶ୍ରଙ୍କୁ ମୋ ସ୍କୁଲ ଅଭିଯାନରେ ପ୍ରଦାନ କରିଥିଲେ । ଧନେଶ୍ୱର ସାହୁ, ନରେନ୍ଦ୍ର ସେଠୀ, ଗାୟତ୍ରୀ ସାହୁ, ଦିପ୍ତିପ୍ରଭା ବେହୁରିଆ, ମଧୁସ୍ମୀତା ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶିକ୍ଷକ ବିଭୂତି ଭୂଷଣ ମହାନ୍ତି ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.