Home ଜିଲ୍ଲା ପରିକ୍ରମା ବିପୁଳ ପରିମାଣର ଗଂଜେଇ ସହ ଇଣ୍ଡିଗୋ କାର୍ ଜବତ, ୨ ଗିରଫ

ବିପୁଳ ପରିମାଣର ଗଂଜେଇ ସହ ଇଣ୍ଡିଗୋ କାର୍ ଜବତ, ୨ ଗିରଫ

63

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲା ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଏହି ଜିଲାର ଧାମନଗର ଥାନା ଅଧୀନସ୍ଥ ୧୬ନଂ ଜାତୀୟ ରାଜପଥ ଚିଙ୍ଗିଡିପୁର ଛକ ନିକଟରୁ ଏକ ଗଂଜେଇ ବୋଝେଇ ଟାଟା ଇଣ୍ଡିଗୋ କାର୍ ଜବତ କରି ୨ ଜଣଙ୍କୁ ଗିରଫ କରିଛନ୍ତି । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଜିଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଅବକାରୀ ବିଭାଗ ଅଧୀକ୍ଷକ ଗୌତମ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡଙ୍କ ନେତୃତ୍ୱରେ ଗଠିତ ଟିମ୍‌ରେ ଥିବା ଏସ୍‌ଆଇ ସନ୍ତୋଷ ବଳ, ଏଏସ୍‌ଆଇ ଭବେଶ ଦାସ, ଦୀପକ ରାଉତ ଓ ନନ୍ଦୁ ନାୟକ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ରମେଶ ନାୟକ, ମିଥୁନ ଜେନା, ଖଗେଶ୍ୱର ଜେନା, ସନ୍ଧ୍ୟାରାଣୀ ସେନାପତି ପ୍ରମୁଖ ଖବର ପାଇ ଜାତୀୟ ରାଜପଥର ଚିଙ୍ଗିଡିପୁର ଛକ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଓଆରଇ-୦୭ଏମ୍‌-୦୦୩୧ ନମ୍ବରର ଟାଟା ଇଣ୍ଡିଗୋ କାର୍‌ଟିକୁ ଅଟକାଇଥିଲେ । ଏବଂ ସେଥିରେ ଥିବା ୧୦.୨ କେଜି ଓଜନର ଗଂଜେଇ ଜବତ କରି ଧୁଷୁରୀ ଥାନା ଅଧୀନସ୍ଥ ତୋରବଣ୍ଟିଆ ଗ୍ରାମର ଚକ୍ରଧର ଜେନା ଓ ଧାମନଗର ଥାନା ଅଧୀନସ୍ଥ ମିରହାସନପୁର ଗ୍ରାମର ହେମନ୍ତ ମଳିକକୁ ଗିରଫ କରିଛନ୍ତି । ଏହି ଘଟଣାରେ ଅବକାରୀ ବିଭାଗର କେଶ୍ ନଂ ୩/୨୧-୨୨ ମୂଳେ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.