Home ଓଡ଼ିଶା ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ,ଆଦିମ ବଣ୍ଡାଜନଜାତିର ମହିଳା ସୁକ୍ରୀଧାଙ୍ଗଡା ମାଝିଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଆରମ୍ଭକଲେ...

ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ,ଆଦିମ ବଣ୍ଡାଜନଜାତିର ମହିଳା ସୁକ୍ରୀଧାଙ୍ଗଡା ମାଝିଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଆରମ୍ଭକଲେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ

101

ମାଲକାନଗିରି,୨୦ା୮ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ମୁଦୁଲିପଡା ବଣ୍ଡାଘାଟିର ଆଦିମବଣ୍ଡା ଜନଜାତିର ମହିଳା ସୁକ୍ରୀ ଧାଙ୍ଗଡାମାଝୀ ଙ୍କ ଠାରୁ ମୁଖ୍ୟମନ୍ତ୍ରୀ ନବୀନପଟନାୟକ ଆରମ୍ଭ କରିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ । ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଭୁବନେଶ୍ୱର ରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମାଲକାନଗିରି କୁ ଆସି ଷ୍ଟାଡିୟମ ଠାରେ ନିର୍ମାଣହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରି ଜିଲ୍ଲାସଂସ୍କୃତି ଭବନକୁ କାର ଯୋଗେ ଯାଇଥିଲେ । ଆଜି ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ଜିଲ୍ଲାସଂସ୍କୃତି ଭବନଠାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଯୋଗଦେଇ ରାଜ୍ୟରେ ପ୍ରଚଳିତ ହେବାକୁ ଯାଉଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ଓ ଜନ ସଚେତନତା ରଥକୁ ଆନୁଷ୍ଟାନିକ ଭାବେ ଉଦଘାଟନକରିଛନ୍ତି । ରାଜ୍ୟରେ କେହି ଗରିବ ଲୋକ ରୋଗରେ ପଡିଲେ ନିଜର ଜମିବାଡି ବିକ୍ରୀକରିବାକୁ ପଡିବ ନାହାଁକି ଚିକିତ୍ସା ଅଭାବରୁ କାହାରି ମୃତ୍ୟୁଘଟିବ ନାହିଁ,ସମସ୍ତେ ସୁସ୍ଥରୁହନ୍ତୁ,ଚିକିତ୍ସାପାିଁ ଟଙ୍କା କେବେ ବି ବାଦକ ନହେଉ,ମୋ ପାଇଁ ପ୍ରତିଟି ଜୀବନ ମୁଲ୍ୟବାନ,ରାଜ୍ୟବାସୀଙ୍କ ସୁସ୍ଥ ଜୀବନ ସରକାରଙ୍କ ଲକ୍ଷ,ଏହି ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ଦ୍ୱାରା ପୁରୁଷ ହିତାଧିକାରୀଙ୍କୁ ୫ଲକ୍ଷ ଓ ମହିଳା ହିତାଧିକାରୀଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରତିବର୍ଷ ସ୍ୱାସ୍ଥ୍ୟବିମା ରେ ଚିକିତ୍ସା ହୋଇପାରିବେ, ଗତ୧୯୧୮ମସିହାରେ ମାଲକନଗିରି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ କାଲିମେଳା ବ୍ଲକ ଅଚଂଳର ମମତା ମାଡକାମି ନାମକ ଜଣେ ଆଦିବାସୀ ଯୁବତୀ ଭିଡିଓ କନଫରେନ୍ସ ମାଧ୍ୟମରେ ଜଣାଇଥିଲେ ମହିଳା ମାନେ ସାଧରଣତ ଅଧିକ ରୋଗରେ ପଡିଥାନ୍ତି, ତେଣୁ ସେମାନଙ୍କ ପାଇଁ ୫ଲ କ୍ଷ ଟଙ୍କା ବଦଳରେ ୭ଲ କ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା କାର୍ଡ କରିବା ଦରକାର, ସେହି ଆଦିବାସୀ ଯୁବତୀଙ୍କ କଥା ରଖିବା କୁ ଯାଇ ଆମସରକାର ମହିଳା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା କରାଯାଇଛି, ଆଗାମୀ ସେପ୍ଟମ୍ବର ମାସ ୧ତରିଖ ଠାରୁ ରାଜ୍ୟର ୯୬ ଲକ୍ଷ ପରିବାରକୁ ଏହି ସ୍ମାର୍ଟ କାର୍ଡ ଦିଆଯିବ, ଏହା ଦେଶର ୨୦୦ ବଡବଡ ହସପିଟାଲରେ ରୋଗିମାନେ ଚିକିତ୍ସିତ ହୋଇପାରିବେ ,ଏଭଳି ସୁବିଧା ସାରାଦେଶରେ ପ୍ରଥମେ ମାଲକାନଗରି ଜିଲ୍ଲାରୁ ଆରମ୍ଭ କରାଗଲା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟନାୟକ କହିଥିଲେ । ସବ ର୍ପ୍ରଥମେ ଆଦିମ ବଣ୍ଡା ଜନଜାତିର ବଣ୍ଡା ଆଦିବାସୀ ମହିଳା ସୁକ୍ରୀଧାଙ୍ଗଡା ମାଝୀ, ତାପରେ କୋୟା ଆଦିବାସୀ ସଂପ୍ରଦାୟ,ଡିଡୀୟୀ ଆଦିବାସୀ ସଂପ୍ରଦାୟ,ବଙ୍ଗୀୟ ସଂପ୍ରଦାୟଙ୍କୁ ଏହି କାର୍ଡ ବାଟିଂବାପରେ ଅନ୍ୟସଂପ୍ରଦାୟର ଗରିବ ହିତାଧିକାରୀଙ୍କୁ କାର୍ଡବାଟିଂଥିଲେ । ଜିଲ୍ଲାରେ ୧ଲକ୍ଷ ୫୫ହଜାର ୮୨୩ଜଣ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଟାଂ ଯିବାର ବ୍ୟବସ୍ଥା ହୋଇଛି । ମଚଂରେ ସବ ର୍ପ୍ରଥମେ ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀ ପ୍ରାରମ୍ଭିକ ସୁଚନା ସହ ଏହି ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡର ଉପକାରିତା ଓ ବ୍ୟବହାର ସଂପର୍କରେ କହିଥିଲେ । ପରେ ମାଲକାନଗିରି ବିଧାୟକ ଆଦିତ୍ୟମାଢି,ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ର ବାକା,ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଅଭିଭାଷଣ ପ୍ରଦାନ ପରେ କାଲିମେଳା ଅଚଂଳର ଆଦିବାସୀ ଯୁବତୀ ମମତା ମାଢୀ ତାଙ୍କ ଅନୁଭୁତି ସଂପର୍କରେ କହିବା ପରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ କାର୍ଡବାଟିଂଥିଲେ । ଶେଷରେ କ୍ରୀଡା ଯୁବବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।ସଭାଶେଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟନାୟକ ସ୍ୱାସ୍ଥ୍ୟଚେତନା ରଥ କୁ ସବୁଜପତାକା ଦେଖାଇ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ବୀଶାଲ ସିଂ,କୋରାପୁଟ ପୁଲିସ ଡିଆଇଜି ପଣ୍ଡିତ ରାଜେଶ ଉତମରାଓ ,ଏସପି ପ୍ରହ୍ଲାଦ ସାଇ ମୀନା ଓ ଅନ୍ୟାନ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିଥିଲେ ।

ରାଜ୍ୟବିଜେଡି ସାଗଂଠନିକ ସଂପାଦକ ବିଧାୟକ ବରିଷ୍ଟ ନେତା ପ୍ରଣବପ୍ରକାଶ ଦାଶ,ପୁବ ର୍ତନ ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା, ରବିନନ୍ଦ,ଜିଲ୍ଲାସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି,ବିଭିନ୍ନ ନିଗମ ଅଧ୍ୟକ୍ଷ ଓ ବରିଷ୍ଟ ବିଜେଡି ନେତା ମାନେ ମଚଂ ବାହାରେ ଜଗିରହି ଥିଲେ ।କୋଭିଡ କଟକଣା ପାଇଁ ସଭାସ୍ଥଳକୁ କୌଣସି ଗଣମାଧ୍ୟମକୁ ଛଡା ଯାଇନଥିଲା ।ସେମାନଙ୍କ ବସିବା ପାଇଁ ସଂସ୍କୃିତି ଭବନ ବାହାରେ ବ୍ୟବସ୍ଥା କରାଯାଇଥିଲା । ଜିଲ୍ଲାସଦର ମହକୁମା ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡକୁ ଆନୁଷ୍ଟାନିକ ଭାବେ ଉଦଘାଟନ କରିବା ପରେ ଚିତ୍ରକୋଣ୍ଡା ଓ ମାଲକାନଗରି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ମନ୍ତ୍ରୀ ଓ ନିଗମ ଅଧ୍ୟକ୍ଷ ମାନେ ହିତାଧିକାରୀଙ୍କୁ ଏହି ସ୍ମାର୍ଟ କାର୍ଡବଟିଂଥିଲେ । ଏଥି ନିମନ୍ତେ ଜିଲ୍ଲାରେ ୩୮୧ଟି ସ୍ୱାସ୍ଥ୍ୟ କାର୍ଡ ବିତରଣ କେନ୍ଦ୍ର ଖୋଲାଯାଇଥିଲା ।ଏହି କାର୍ଯ୍ୟକ୍ରମ ୨୧ତାରିଖରୁ ଆରମ୍ଭ ହୋଇ ୨୫ତାରିଖ ମଧ୍ୟରେ ସମସ୍ତ କାର୍ଡ ବଟଂନ କରାଯିବା ପାଇଁ ନିସ୍ପତି ନିଆ ଯାଇଛି । ମାଲକାନଗିରି ଜିଲ୍ଲାସଂସ୍କୃତି ଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟନାୟକ ଏହି କାର୍ଯ୍ୟକ୍ରମ ଉଦଘାଟନ କରି ସ୍ମାର୍ଟ କାର୍ଡବାଟିଂବା ପରେ କୋରକୁଣ୍ଡା ବ୍ଲକରେ ମନ୍ତ୍ରୀ ପଦ୍ମିନୀ ଦିଆନ,ଚିତ୍ରକୋଣ୍ଡା ବ୍ଲକରେ ମନ୍ତ୍ରୀ ତୁଷାରକାନ୍ତ ବେହେରା,ମାଥିଲି ବ୍ଲକ ପାଇଁ ମନ୍ତ୍ରୀ ଅରୁଣ କୁମାର ସାହୁ,ଖଇରପୁଟ ବ୍ଲକ ପାଇଁ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ,ପଡିଆବ୍ଲକ ପାଇଁ ମାନ୍ତ୍ରୀ ନବକିଶୋର ଦାସ,ମାଲକାନଗିରି ବ୍ଲକ ପାଇଁ ମନ୍ତ୍ରୀ ସମିର ରଜଂନ ଦାଶ,କାଲିମେଳା ବ୍ଲକ ପାଇଁ ମନ୍ତ୍ରୀ ଜଗନ୍ନାଥ ସାରକା ,ମାଲକାନଗିରି ପୌରପରିଷଦ ପାଇଁ ମନ୍ତ୍ରୀ ପଦ୍ମନାଭ ବେହେରା,ବାଲିମେଳା ବି ଜ୍ଞାପିତ ଅଚଂଳ ପରିଷଦ ପାଇଁ ନିଗମ ଅଧ୍ୟକ୍ଷ କୁନାତ୍ରୀପାଠୀ ଏହି ସ୍ମାର୍ଟ କାର୍ଡ ବାଟିଂବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ଦ୍ୱାରା ପରୁଷ ହିତାଧିକାରୀ ୫ଲକ୍ଷ ଓ ମହିଳା ହିତାଧିକାରୀ ୧୦ଲକ୍ଷ ଟଙ୍କା ଯାଏ ପ୍ରତିବର୍ଷ ସ୍ୱାସ୍ଥ୍ୟ ବୀମା ମିଳାପାରିବ । ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଜିଲ୍ଲାରେ ହାଇଆଲର୍ଟଜାରି ସହିତ ସଭାସ୍ଥଳ ଜିଲ୍ଲାସଂସ୍କୃତି ଭବନ ଠାରେ କଡାପୁଲିସ ସରୁକ୍ଷା ବ୍ୟବସ୍ଥା କରାଯାଇ ଆନ୍ଦ୍ର,ଛିତିଶଗଡ ସୀମାକୁ ସିଲ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.