Home Top News ମହତାବ ଯୁଗର ଅବସାନ

ମହତାବ ଯୁଗର ଅବସାନ

301

କଟକ ସାଂସଦ ଭର୍ତୁହରି ମହତାବଙ୍କ ଅଡୁଆ ଏବେ ବଢିବାରେ ଲାଗିଛି। ବୋହୁ ସାକ୍ଷି ମହତାବ ଭୋପାଳ ସ୍ଥିତ ମହିଳା ଥାନାରେ ଯୌତୁକ ନିର୍ଯ୍ୟାତନା ମାମଲା ଦାୟର କରିବା ପରେ ଭର୍ତୁହରିଙ୍କ ପାଇଁ ଅଡୁଆ ସୃଷ୍ଟି ହୋଇଛି। ତାଙ୍କ ରାଜନୈତିକ ଭବିଷ୍ୟତ ଏବେ ଅନ୍ଧକାର ଭିତରକୁ ଠେଲି ହୋଇ ଯାଇଛି। ଭୋପାଳ ନିବାସୀ ରାଜଶ୍ରୀ ସିଂ ତୋମାରଙ୍କ ଝିଅ ସାକ୍ଷୀ ୨୦୧୬ ମସିହାରେ ଭର୍ତୁହରୀଙ୍କ ପୁତ୍ର ଲୋକରଂଜନ ମହତାବଙ୍କୁ ବିବାହ କରିଥିଲେ। ସେମାନଙ୍କ ବୈବାହିକ ଜୀବନ ଭଲରେ କଟିନଥିବାରୁ ବୋହୁ ସାକ୍ଷୀ ତାଙ୍କ ବାପ ଘର ଭୋପାଳରେ ରହୁଥିଲେ। ଦୀର୍ଘ ୫ ବର୍ଷ ପରେ ଗତ ସେମାବାର ସାକ୍ଷୀ ଭୋପାଳ ମହିଳା ଥାନାରେ ମାମଲା ରୁଜୁ କରିବା ପରେ ପରିସ୍ଥିତି ଭିନ୍ନ ମୋଡ ନେଇଛି।

ଏଠାରେ ସୂଚନାଯୋଗ୍ୟ ଯେ ଭର୍ତୁହରୀ ମହତାବ ଲଗାତାର ଷଷ୍ଠ ଥର ପାଇଁ କଟକ ଲୋକସଭା ନିର୍ବାଚନମଣ୍ଡଳୀରୁ ସାଂସଦ ଭାବରେ ନିର୍ବାଚିତ ହୋଇ ଆସୁଛନ୍ତି। ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବରେ ସେ କାର୍ଯ୍ୟ କରି ଆସୁଥିଲେ। ଲୋକସଭାରେ ବିଜୁ ଜନତା ଦଳର ନେତା ମଧ୍ୟ ଥିଲେ। ଏକାଧିକବାର ଶ୍ରେଷ୍ଠ ସାଂସଦ ମଧ୍ୟ ହୋଇଛନ୍ତି ଭର୍ତୁହରି। ମାତ୍ର ଗତ କିଛି ମାସ ହେଲା ଦଳ ତଥା ନେତା ବିରୋଧି ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିଲେ ସେ।

ରାଜନିତୀକୁ ଆସିବା ପୂର୍ବରୁ ଭର୍ତୁହରୀ କେବଳ ପ୍ରଜାତନ୍ତ୍ର ଖବର କାଗଜର ମାଲିକ ହିସାବରେ ସମାଜରେ ପରିଚିତ ଥିଲେ। ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କର ପାଳିତ ପୁତ୍ର ହିସାବରେ ମଧ୍ୟ ସେ ପରିଚିତ। ୧୯୯୭ ମସିହାରେ ବିଜୁ ଜନତା ଦଳ ଗଠନ ହେବା ପରେ ସେ କଟକ ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେଡି ସାଂସଦ ଭାବରେ ନିର୍ବାଚିତ ହେଲେ। ସେହି ଦିନ ଠାରୁ ସେ ଲଗାତାର ଭାବରେ ନିର୍ବାଚନ ଜିତି ଆସୁଛନ୍ତି। ବିଜୁ ଜନତାଦଳ ୨୦୦୦ ମସିହାରୁ ଓଡିଶାରେ ଶାସନ କରି ଆସୁଅଛି ଏବଂ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇ ଆସୁଛନ୍ତି। ଓଡିଶାର ଜନସାଧାରଣ ନବୀନ ପଟ୍ଟନାୟକ ଓ ଶଙ୍କ ଚିହ୍ନକୁ ହିଁ ଭୋଟ ଦେଇ ଆସୁଛନ୍ତି। ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକଙ୍କ ହାତ ଯିଏ ଛାଡିଛି ତାର ରାଜନୈତିକ କ୍ୟାରିୟରର ଏକ ପ୍ରକାର ପରିସମାପ୍ତି ଘଟିଛି। ଦିଲ୍ଲୀପ ରାୟଙ୍କ ଠାରୁ ଆରମ୍ଭ କରି ରାମକୃଷ୍ଣ ପଟ୍ଟନାୟକ, ପ୍ୟାରୀମୋହନ ମହାପାତ୍ର ତଥା ଶେଷରେ ବୈଜୟନ୍ତ ପଣ୍ଡା ଓ ପ୍ରଦୀପ ପାଣିଗ୍ରାହୀଙ୍କ ଅବସ୍ଥା ସାରା ରାଜ୍ୟବାସୀ ଆଜି ଦେଖୁଛନ୍ତି। ଦଳ ଭିତରେ ମତଭେଦ ରହିବା ସ୍ୱାଭାବିକ। ତାହା ଦଳୀୟ ଫୋରମ୍‌ରେ ସମାଧାନ ହେବାଟା ଉଚିତ୍। ନଚେତ ରାଜନିତୀରୁ ଅବସର ନେଇ ଘରେ ବସିବା ସମୁଚିତ ପଦକ୍ଷେପ। ଯେଉଁ ଦଳ ଏବଂ ଯେଉଁ ନେତା ଭର୍ତୁହରିଙ୍କୁ ରାଜନେତା ହିସାବରେ ରାଜ୍ୟ ତଥା ଦେଶରେ ପ୍ରତିଷ୍ଠତ କରାଇ ପାରିଛି ସେଠି ବିଷ ଓଗାଳିବାକୁ ରାଜ୍ୟବାସୀ ଗ୍ରହଣ କରି ପରୁ ନାହାଁନ୍ତି। ବିଜୁ ଜନତା ଦଳର ସମସ୍ତ ନିର୍ବାଚିତ ପ୍ରତିନିଧି ସେ ଜିଲ୍ଲା ପରିଷଦ ହେଉ ବା ବିଧାୟକ ଅବା ସାଂସଦ ସମସ୍ତେ ନିର୍ବାଚନ ଜିତି କରି ଆସୁଛନ୍ତି କେବଳ ନବୀନ ପଟ୍ଟନାୟକଙ୍କ ନାମରେ। ଯେଉଁ ନେତା ଦଳ ଛାଡି ଅନ୍ୟ ଦଳକୁ ଯାଇଛି ବା ବିଦ୍ରୋହ କରିଛି ଆଜି ଘରେ ବସି ମଶା ବାଡେଇବା ଛଡା ତାଙ୍କ ପାଖରେ ଅନ୍ୟ ଗତି ନାହିଁ। ଏକଦା ବସ୍ତାର ବିଧାୟକ ତଥା ବିଜୁ ଜତା ଦଳର ବରିଷ୍ଠ ସଦସ୍ୟ ରଘୁନାଥ ମହାନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅତି ଘନିଷ୍ଠ ଥିଲେ। ମାତ୍ର ରାଜନୈତିକ ମତଭେଦ ଭିତରେ ସେ ଦଳ ଓ ନେତୃତ୍ୱ ପ୍ରତି ବିମୁଖ ମନେବାଭ ତାଙ୍କୁ ଆଜି ତଳି ତଳାନ୍ତ କରି ଦେଇଛି। ବୋହୁ ବର୍ଷାସାନୀ ଯୌତୁକ ନିର୍ଯ୍ୟତନା ମମଲାରେ ଛନ୍ଦି ହୋଇ ତାଙ୍କୁ ଜେଲ ଯିବାକୁ ପଡିଥିଲା ଏହା ପରେସେ ଭାରତୀୟ ଜନତା ପାର୍ଟୀରେ ଯୋଗ ଦେଇ ନିର୍ବାଚନ ଲଢି ପରାସ୍ତ ହେଲା ପରେ ଏବେ ସେ ନା ଏ କୂଳକୁ ହେଲେ ନା ସେ କୂଳକୁ। ଠିକ ସେହି ସମାନ ଅବସ୍ଥା ଘଟିବାକୁ ଯାଉଛି ଗର୍ତୁହରିଙ୍କ କ୍ଷେତ୍ରରେ। ନିଜ ଦଳର ନେତୃତ୍ୱ ପ୍ରତି ଖୋଲା ମନ୍ତବ୍ୟ ଦେବା ପରେ ଏବଂ ଭାରତୀୟ ଜନତା ପାର୍ଟୀ ପ୍ରକି ଢଳିବା ମନୋବୃତି ଦେଖାଇବା ପରେ ତାଙ୍କ ବୋହୁ ଭୋପାଳରେ ତାଙ୍କ ଓ ତାଙ୍କ ପରିବାର ବିରୁଦ୍ଧରେ ଯୌତୁକ ନିର୍ଯ୍ୟାତନା ମାମଲା ଦାୟକ କରିଛନ୍ତି।

୨୦୧୯ ମସିହା ସାଧାରଣ ନିର୍ବାଚନ ସମୟରେ ବିଜୁ ଜନତା ଦଳର କଟକ ସାଂସଦ ପ୍ରାର୍ôଥ ଘୋଷଣାରେ ବହୁ ବିଳମ୍ବ ଘଟିଥିଲା। ଆଶା କରା ଯାଉଥିଲା ଭର୍ତୁହରି ମହତାବଙ୍କ ଟିକଟ କଟିବ। କାରଣ ନିର୍ବାଚନ ପୂର୍ବରୁ ତାଙ୍କ ପାରିବାରିକ ଗଣ୍ଡଗୋଳ ତୀବ୍ର ରୂପ ଧାରଣ କରି ସାରିଥିଲା। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏ ବାବଦରେ ଅବଗତ ଥିଲେ। ଯାହା ଖୋଦ ଭର୍ତୁହରି ବାବୁ ମିଡିଆ ଆଗରେ କହି ସାରିଛନ୍ତି। ନିର୍ବାଚନରେ କାଳେ ଏହା ଦଳ ଉପରେ ପ୍ରଭାବ ପକାଇବ ତେଣୁ ବୋଧୁ ହୁଏ ଭର୍ତୁହରୀଙ୍କ ବିକଳ୍ପ ଖୋଜା ଯାଉଥିଲା ସେହି ସମୟରେ। ସେ ଯାହା ହେଉ ଭର୍ତୁହରି ଟିକଟ ପାଇଲେ ଓ ନିର୍ବାଚିତ ହୋଇ ଆସିଲେ। ଆଗାମୀ ଦିନରେ ପରିସ୍ଥିତି କଣ ହେବ ତାହା ଆକଳନ କରିବା ଛଡା ଅନ୍ୟ କିଛି ନାହିଁ। ମାତ୍ର ନିର୍ଭରଯୋଗ୍ୟ ସୁତ୍ରରୁ ଯାହା ଖବର ହସ୍ତଗତ ହୋଇଛି ଭର୍ତୁହରି ମହତାବ ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସ୍ଥା ଏକ ପ୍ରକାର ହରାଇ ସାରିଛନ୍ତି ଏଥିରେ ଦ୍ୱିମତ ନାହିଁ।

ପ୍ରିୟରଂଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.