Home କେନ୍ଦୁଝର ମୋବାଇଲ ଲୁଟେରାକୁ ଧରି ପୁଲିସ ଜିମାଦେଲେ ଲୋକେ

ମୋବାଇଲ ଲୁଟେରାକୁ ଧରି ପୁଲିସ ଜିମାଦେଲେ ଲୋକେ

72

ହାଟଡିହି- ୩ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଛେନାପଦି ପରିବା ମାର୍କେଟରେ ଗତ କିଛିଦିନ ହେଲା ମୋବାଇଲ ଲୁଟେରାଙ୍କ ଦେରାତ୍ମ୍ୟ ବୃଦ୍ଧି ପାଇଥିବାବେଳେ ଆଜି ଜଣେ ଲୁଟେରାକୁ ଧରି ପୁଲିସ ଜିମା ଦେଇଛନ୍ତି ଲୋକେ । ଖବରରୁ ଜଣାଯାଇଛି ଯେ ଗତ କିଛିଦିନ ଭିତରେ ୭/୮ଜଣ ବ୍ୟକ୍ତିଙ୍କ ମୋବାଇଲ ଲୁଟ ହୋଇଛି । ଏଥିମଧ୍ୟରେ ବନ୍ତଳା ଗ୍ରାମର ଜିତେନ୍ଦ୍ର ଜେନା ନାମକ ଜଣେ ବ୍ୟକ୍ତି ପରିବା କିଣୁଥିବା ସମୟରେ ତାଙ୍କ ମୋବାଇଲକୁ ଦୁର୍ବୁତମାନେ ଲୁଟି ନେଇଥିଲେ । ସେହିପରି ନାହାଳିଆ ବିଶ୍ୱନାଥ ନାୟକ ପରିବା କିଣୁଥିବାବେଳେ ତାଙ୍କ ମୋବାଇଲଟିକୁ ଚତୁରତାର ସହ ପକେଟରୁ କାଢ଼ି ନେଇଥିଲେ । ଗତତିନିଦିନ ତଳେ ଡଙ୍କୁରୀ ଗ୍ରାମର ନରେନ୍ଦ୍ର ସେନାପତି ନାମକ ଜଣେ ଯୁବକ ପରିବା କିଣୁଥିବା ସମୟରେ ସାର୍ଟର ଉପର ପକେଟରେ ମୋବାଇଲକୁ ରଖିଥିଲେ । ଏହି ଲୁଟେରାମାନେ ଅତି ଚତୁରତାର ସହିତ ମୋବାଇଲଟିକୁ ଲୁଟି ନେଇଥିଲା । ମୋବାଇଲଟିକୁ ନେଇ ମାତ୍ର ୫ମିନିଟ ମଧ୍ୟରେ ଫୋନ ଟିକୁ ସୁଇଜଅଫ କରିଦେଇଥିଲେ । ସେହିପରି ଗତ ୮ଦିନ ତଳେ ଛେନାପଦି ବିଶ୍ୱତାରିଣୀ କଲେଜର ଜଣେ ଅଧ୍ୟାପକଙ୍କ ମୋବାଇଲଟିକୁ ସେହିପରି ପରିବା କିଣିବା ସମୟରେ ଲୁଟି ନେଇଥିଲେ । ବିଶେଷକରି ସକାଳେ ପରିବା ମାର୍କେଟରେ ଜନଗହଳିର ସୁଯୋଗ ନେଇ ପରିବା ବାଛୁଥିବା ବେଳେ ସେମାନଙ୍କ ପକେଟରୁ ମୋବାଇଲଟିକୁ ନେଇ ଯାଇଥାନ୍ତି । ଆଜି ଶିବନାରାୟଣପୁର ଗ୍ରାମର ଜଣେ ଯୁବକଙ୍କ ମୋବାଇଲଟିକୁ ସମାନ ଢ଼ଙ୍ଗରେ ନେଉଥିବା ସମୟରେ ଏହି ବ୍ୟକ୍ତି ଜଣକ ଲୁଟେରାର ହାତକୁ ଧରିପକାଇଥିଲା । ପରେ ପରେ ଲୁଟେରା ଜଣକ ଖସିଯିବାକୁ ଚେଷ୍ଟା କରୁଥିବା ସମୟରେ ସ୍ଥାନୀୟ ଲୋକମାନେ ତାକୁ ଧରି ନନ୍ଦିପଦା ପୁଲିସର ଜିମା ଦେଇଛନ୍ତି । ଉକ୍ତ ଯୁବକ ଜଣକ ତାର ଘର ଯାଜପୁର ବୋଲି କହୁଥିବାବେଳେ ତା ସାଙ୍ଗରେ ଅନ୍ୟ ଜଣେ ଯୁବକ ବାଇକରେ ଆସିଥିବା ସ୍ୱୀକାର କରିଛି । ପୁଲିସ ଉପଯୁକ୍ତ ତଦନ୍ତ କରି ଲୁଟ ମୋବାଇଲ ଗୁଡିକୁ ଉଦ୍ଧାର କରିବା ସହିତ ଉକ୍ତ ର‌୍ୟାକେଟର ଅନ୍ୟ ମାନଙ୍କୁ ଗିରଫ କରିବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.