Home ଓଡ଼ିଶା ଭଦ୍ରକରେ ଆନ୍ତଜିଲ୍ଲା ଗଂଜେଇ ରାକେଟ ଠାବ ୧୦କେଜି କାର ବୋଝେଇ ଗଞ୍ଜା ସହ ବହୁ ମାରଣାସ୍ତ୍ର...

ଭଦ୍ରକରେ ଆନ୍ତଜିଲ୍ଲା ଗଂଜେଇ ରାକେଟ ଠାବ ୧୦କେଜି କାର ବୋଝେଇ ଗଞ୍ଜା ସହ ବହୁ ମାରଣାସ୍ତ୍ର ଜବତ,୪ ଗିରଫ ଭଦ୍ରକ,୩/୬(ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ)ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଗତକାଲି ବିଳମ୍ବିତ ରାତିରେ ଏକ ଆନ୍ତଜିଲ୍ଲା ଗଂଜେଇ ରାକେଟକୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି।ଆଜି ଏ ସମ୍ପର୍କରେ ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନା ଗଣମାଧ୍ୟମକୁ ଦେଇଥିବା ସୁତ୍ରନୁସାରେ ଏହି ଆନ୍ତଜିଲ୍ଲା ରାକେଟଟି ବ୍ରହ୍ମପୁରରୁ ଓଡ଼ି୦୯ଇ୮୯୭୬ନମ୍ବରର ଏକ ମାରୁତି ସୁଇଫ୍ଟ ଡ଼ିଜାଏର କାରରେ ୧୦କେଜି ଗଂଜେଇ ଭଦ୍ରକର ଜଣେ ଚୋରା ଗଞ୍ଜା ମାଫିଆକୁ ଦେବାକୁ ଆସୁଥିଲେ।କୌଣସି ସୂତ୍ରରୁ ଖବରପାଇ ଥାନାଧିକାରୀ ଶ୍ରୀ ଜେନାଙ୍କ ଟିମ ଚରମ୍ପା କେନାଲ ରୋଡ଼ ଆଟିଆଇ ରାସ୍ତାରେ ଚଢ଼ାଉକରୀ କାର ଚାଳକ କଟକ ଚୌଦ୍ୱାର ଚାରିବାଟିଆ ଗ୍ରାମର ଲକ୍ଷ୍ମୀଧର ଭୋଳଙ୍କ ପୁତ୍ର ସଦାଶିବ(୨୮),ଭଦ୍ରକ ସାବରଙ୍ଗ ଥାନା ପଦ୍ମପୁର ଗଂଜେଇବାଡି ନିଵାସୀ ସୁରେନ୍ଦ୍ର ସେଠୀଙ୍କ ପୁତ୍ର ଲକ୍ଷ୍ମୀଧର ଓରଫ ଘୁଣ୍ଡା(୪୨),ସାବରଙ୍ଗ ସରଗଡ଼ିଆ ନିଵାସୀ ବିମ୍ବାଧର ସାମଲଙ୍କ ପୁତ୍ର ଆଲୋକ(୨୯) ଓ ସେହି ଗ୍ରାମର ଗଙ୍ଗାଧର ମହାନ୍ତିଙ୍କ ପୁତ୍ର ମାନସ ଓରଫ ଲିଟୁ(୨୯)କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି।ଏମାନଙ୍କ ନିକଟରୁ ପୋଲିସ ଗଂଜେଇ ସହ ଏକ ଖଣ୍ଡା,୩ଟି ଛୁରୀ,ଗୋଟିଏ ଖେଳଣା ପିସ୍ତଲ,୧ଟି ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି।ଏଠାରେ ସୂଚନାଯୋଗ୍ୟ ଘୁଣ୍ଡା ଓରଫ ଲକ୍ଷ୍ମୀଧର ଭଦ୍ରକର ବହୁଚର୍ଚିତ ୧୯୯୯ ଟ୍ରିପିଲ ହତ୍ୟାକାଣ୍ଡ ସମେତ ବହୁ କୋଇଲା ଚୋରି,ହତ୍ୟା ଉଦ୍ୟମରେ ଜଡିତ ଥାଇ ଜାମିନରେ ଆସିଛି।ଏହି ଘଟଣାରେ ପୋଲିସ ଗ୍ରାମାଞ୍ଚଳ ଥାନାରେ କେସ ନଂ୨୪୪/୨୧,ତା-୩.୬.୨୧ ଦଫା୨୦ (ବି)(୨)(ବି)/୨୯ ଏନଡିପିଏସ ଆକ୍ଟ ଏବଂ ଆର ଡବ୍ଲୁଏସଆକ୍ଟ ୨୭/୨୮ ଆର୍ମସ ଆକ୍ଟରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛି।

133
ଭଦ୍ରକ,୩/୬(ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ)ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଗତକାଲି ବିଳମ୍ବିତ ରାତିରେ ଏକ ଆନ୍ତଜିଲ୍ଲା ଗଂଜେଇ ରାକେଟକୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି।ଆଜି ଏ ସମ୍ପର୍କରେ ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନା ଗଣମାଧ୍ୟମକୁ ଦେଇଥିବା ସୁତ୍ରନୁସାରେ ଏହି ଆନ୍ତଜିଲ୍ଲା ରାକେଟଟି ବ୍ରହ୍ମପୁରରୁ ଓଡ଼ି୦୯ଇ୮୯୭୬ନମ୍ବରର ଏକ ମାରୁତି ସୁଇଫ୍ଟ ଡ଼ିଜାଏର କାରରେ ୧୦କେଜି ଗଂଜେଇ ଭଦ୍ରକର ଜଣେ ଚୋରା ଗଞ୍ଜା ମାଫିଆକୁ ଦେବାକୁ ଆସୁଥିଲେ।କୌଣସି ସୂତ୍ରରୁ ଖବରପାଇ ଥାନାଧିକାରୀ ଶ୍ରୀ ଜେନାଙ୍କ ଟିମ ଚରମ୍ପା କେନାଲ ରୋଡ଼ ଆଟିଆଇ ରାସ୍ତାରେ ଚଢ଼ାଉକରୀ କାର ଚାଳକ କଟକ ଚୌଦ୍ୱାର ଚାରିବାଟିଆ ଗ୍ରାମର ଲକ୍ଷ୍ମୀଧର ଭୋଳଙ୍କ ପୁତ୍ର ସଦାଶିବ(୨୮),ଭଦ୍ରକ ସାବରଙ୍ଗ ଥାନା ପଦ୍ମପୁର ଗଂଜେଇବାଡି ନିଵାସୀ ସୁରେନ୍ଦ୍ର ସେଠୀଙ୍କ ପୁତ୍ର ଲକ୍ଷ୍ମୀଧର ଓରଫ ଘୁଣ୍ଡା(୪୨),ସାବରଙ୍ଗ ସରଗଡ଼ିଆ ନିଵାସୀ ବିମ୍ବାଧର ସାମଲଙ୍କ ପୁତ୍ର ଆଲୋକ(୨୯) ଓ ସେହି ଗ୍ରାମର ଗଙ୍ଗାଧର ମହାନ୍ତିଙ୍କ ପୁତ୍ର ମାନସ ଓରଫ ଲିଟୁ(୨୯)କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି।ଏମାନଙ୍କ ନିକଟରୁ ପୋଲିସ ଗଂଜେଇ ସହ ଏକ ଖଣ୍ଡା,୩ଟି ଛୁରୀ,ଗୋଟିଏ ଖେଳଣା ପିସ୍ତଲ,୧ଟି ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି।ଏଠାରେ ସୂଚନାଯୋଗ୍ୟ ଘୁଣ୍ଡା ଓରଫ ଲକ୍ଷ୍ମୀଧର ଭଦ୍ରକର ବହୁଚର୍ଚିତ ୧୯୯୯ ଟ୍ରିପିଲ ହତ୍ୟାକାଣ୍ଡ ସମେତ ବହୁ କୋଇଲା ଚୋରି,ହତ୍ୟା ଉଦ୍ୟମରେ ଜଡିତ ଥାଇ ଜାମିନରେ ଆସିଛି।ଏହି ଘଟଣାରେ ପୋଲିସ ଗ୍ରାମାଞ୍ଚଳ ଥାନାରେ କେସ ନଂ୨୪୪/୨୧,ତା-୩.୬.୨୧ ଦଫା୨୦ (ବି)(୨)(ବି)/୨୯ ଏନଡିପିଏସ ଆକ୍ଟ ଏବଂ ଆର ଡବ୍ଲୁଏସଆକ୍ଟ ୨୭/୨୮ ଆର୍ମସ ଆକ୍ଟରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.