Home ଓଡ଼ିଶା ମୋବାଇଲ ନଥିବା ଚାଷୀ କିପରି ସାମାଜିକ ଗଣମାଧ୍ୟମରେ ସୂଚନା ପାଉଛି : ସୁରଥ ବିଶ୍ୱାଳ

ମୋବାଇଲ ନଥିବା ଚାଷୀ କିପରି ସାମାଜିକ ଗଣମାଧ୍ୟମରେ ସୂଚନା ପାଉଛି : ସୁରଥ ବିଶ୍ୱାଳ

197

ଟୁଇଟର ଓ ହ୍ୱାଟସଆପରେ ସମସ୍ତ ସୂଚନା ସରକାରଙ୍କ ଠାରୁ ଚାଷୀମାନଙ୍କ ପାଖକୁ ପହଂଞ୍ଚି ଯାଇଛି ବୋଲି କୃଷିମନ୍ତ୍ରୀ ଏକ ଭର୍ଚୁଆଲ ମିଟିଂରେ କହିବା ପ୍ରସଙ୍ଗ

ଭୁବନେଶ୍ୱର, ୦୬/୮ (ଓଡ଼ିଆ ପୁଅ) : ଚାଷୀମାନେ ସାମାଜିକ ଗଣମାଧ୍ୟମରେ ସକ୍ରିୟ ହେଲେଣି। ଟୁଇଟର ଓ ହ୍ୱାଟସଆପରେ ସମସ୍ତ ସୂଚନା ସରକାରଙ୍କ ଠାରୁ ଚାଷୀମାନଙ୍କ ପାଖକୁ ପହଂଞ୍ଚି ଯାଇଛି ବୋଲି କୃଷିମନ୍ତ୍ରୀ ଏକ ଭର୍ଚୁଆଲ ମିଟିଂରେ କହିଛନ୍ତି। ଏହା ସହ ଚାଷୀଙ୍କ ଆୟ ଦ୍ୱିଗୁଣିତ ନୁହେଁ ବରଂ ବହୁଗୁଣିତ କରିବା ନେଇ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବୟାନ ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ ଅଭିଯୋଗ କରିଛନ୍ତି।

ଏତେ ଦିନପରେ ରାଜ୍ୟସରକାର ସାମାଜିକ ଗଣମାଧ୍ୟମରେ ଚାଷୀଙ୍କୁ ଯୋଡିବା କଥା କିପରି ମନେ ପଡିଲା। କିଛି ବର୍ଷ ପୂର୍ବେ ଚାଷୀମାନଙ୍କୁ ସରକାର ମୋବାଇଲ ଦେବା କଥା କହିଥିଲେ। ସେ ମୋବାଇଲ କେତେ ଜଣ ଚାଷୀ ପାଇଲେ ଏବଂ ତାର କ’ଣ ବ୍ୟବହାର ହୋଇଛି । ଏବେ ବି ରାଜ୍ୟରେ ଲକ୍ଷ ଲକ୍ଷ ଚାଷୀଙ୍କ ପାଖରେ ମୋବାଇଲ ନାହିଁ। ମୋବାଇଲ ନଥିବା ଚାଷୀ କିପରି ସାମାଜିକ ଗଣମାଧ୍ୟମରେ ସୂଚନା ପାଉଛି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି।

ରାଜ୍ୟରେ କୃଷି ବିଭାଗ ସଂପୂର୍ଣ୍ଣ ଭାବେ ନିଷ୍କ୍ରିୟ ହୋଇ ପଡିଛି। ରାଜ୍ୟରେ କୃଷି ବିଭାଗର ଦୁର୍ନୀତି ସମସ୍ତଙ୍କୁ ଜଣା। ଚାଷୀଙ୍କ ପାଖରେ ଠିକ୍ ସମୟରେ ବିହନ, ସାର ଓ କୀଟନାଶକ ପହଂଚି ପାରୁନଥିବା ସମୟରେ ରାଜ୍ୟସରକାର ଚାଷୀଙ୍କୁ ଆଗୁଆ ପାଣିପାଗ ଜଣାଇବା କଥା କହୁଛନ୍ତି। ଅନ୍ୟପଟେ ରାଜ୍ୟର ସମସ୍ତ ଏମ-ଆଇ ପଂଏଟ ଓ ଏଲ-ଆଇ ପଂଏଟ ଅଚଳ ହୋଇ ପଡିଛି। ସେ ସମ୍ବନ୍ଧରେ ରାଜ୍ୟସରକାର ଦୃଷ୍ଟି ଦେଉନାହାଁନ୍ତି। ସରକାରଙ୍କ ପାଖରେ ଚାଷୀଙ୍କ ତାଲିକା ନାହିଁ। ତାଲିକା ନଥିବା ଯୋଗୁଁ ରାଜ୍ୟସରକାର ପ୍ରଧାନମନ୍ତ୍ରୀ କିଷାନନିଧୀ ଯୋଜନାରେ ଓଡିଆ ଚାଷୀଙ୍କର ତାଲିକା କେନ୍ଦ୍ର ସରକାରଙ୍କୁ ଦେଉନାହାଁନ୍ତି। ଫଳରେ ଓଡିଆ ଚାଷୀ ନିଜ ଅଧିକାରୁ ବଂଚିତ ରହୁଛି ବୋଲି ଶ୍ରୀ ବିଶ୍ୱାଳ ଅଭିଯୋଗ କରିଛନ୍ତି।

ରାଜ୍ୟସରକାର ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲିବା ପାଇଁ ଘୋଷଣା କରିଥିଲେ। କୁଆଡେ ଗଲା ଶୀତଳଭଣ୍ଡାର ।କାଳିଆ ଓ ପିଠା ଯୋଜନା କୁଆଡେ ଗଲା। ଦୀର୍ଘଦିନ ହେଲା ପଡିରହିଥିବା ଜଳସେଚନ ପ୍ରକଳ୍ପ ଗୁଡିକ ୨୧ ବର୍ଷ ଭିତରେ ହୋଇପାରିଲା ନାହିଁ କାହିଁକି। ଏହାର ଉତର ଚାଷୀମାନଙ୍କୁ ପ୍ରଥମେ କୃଷିମନ୍ତ୍ରୀ ଦିଅନ୍ତୁ ବୋଲି ଶ୍ରୀ ବିଶ୍ୱାଳ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.