Home କେନ୍ଦୁଝର ଜୟଦୁର୍ଘା ଫାଉଣ୍ଡେସନର ଭୂମୀପୂଜା

ଜୟଦୁର୍ଘା ଫାଉଣ୍ଡେସନର ଭୂମୀପୂଜା

165

ହାଟଡିହି ୬ । ୮ : (ଓଡିଆ ପୁଅ / ବିକାଶ ବିଶ୍ୱାଳ ) ବର୍ତ୍ତମାନ ତାଲା ବନ୍ଦ ସମୟର ଅବଧି ପ୍ରାୟତ ୪ମାସ ବିତିବାକୁ ବସିଲାଣି । ଏବେ ଲୋକମାନେ ରୋଜଗାର ହରାଇ ଘରେ ବସିରହିଛନ୍ତି । ବିଶେଷକରି ଆଦିବାସୀ ଲୋକମାନେ ଯେଉଁମାନେ କି ଦୈନିକ ମୁଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିଲେ ସେମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ଏପରି ପରିସ୍ଥିତିରେ କିଛିଟା ସୁଧାର ପାଇଁ ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଉଛି । କିଛି ଗରିବ ଆଦିବାସୀ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଆରମ୍ଭ ହେବାକୁ ଯାଉଛି ଜୟଦୁର୍ଗା ଏଣ୍ଟର ପ୍ରାଇଜର୍ସ । ଏଥିରେ ଖଲିପତ୍ର, ମସଲା, ଧୂପ, ଟେଲରିଂ ଆଦି କରାଯିବାର ଲକ୍ଷ ରଖାଯାଇଛି । ଯାହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ଯେ କିପରି ଏଥିରେ ଗରିବ ଆଦିବାସୀ ମାହିଳାମାନେ କର୍ମସଂସ୍ଥାନ ପାଇବା ସହ ସ୍ୱାବଲମ୍ବୀ ହୋଇପାରିବେ । ଏଥିପାଇଁ ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ହାଟଡିହି ଠାରେ ନୁତନ ଗୃହ ନିର୍ମାଣ ପାଇଁ ଭୁମୀ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା, ସଭାପତି ଉମାକାନ୍ତ ରାଉତ, ସମ୍ପାଦକ ଅର୍ଜୁନ ଖଣ୍ଡାଙ୍କ ସମେତ ଟ୍ରଷ୍ଟର ଅନ୍ୟ ପ୍ରମୁଖ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.