Home ଓଡ଼ିଶା ମୋଦୀ ସରକାର ୨.୦ : ପ୍ରତ୍ୟେକ ସହଯୋଗୀ ଦଳରୁ କେବଳ ଜଣେ ଲେଖାଏଁ ମନ୍ତ୍ରୀ ହେବେ!

ମୋଦୀ ସରକାର ୨.୦ : ପ୍ରତ୍ୟେକ ସହଯୋଗୀ ଦଳରୁ କେବଳ ଜଣେ ଲେଖାଏଁ ମନ୍ତ୍ରୀ ହେବେ!

1778

ନୂଆ ଦିଲ୍ଲୀ ୩୦-୫ (ଓଡ଼ିଆ ପୁଅ) ନରେନ୍ଦ୍ର ମୋଦୀ ଆଜି କ୍ରମାଗତଭାବେ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀପଦର ଶପଥ ଗ୍ରହଣ କରିବେ। ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହା ପୂର୍ବରୁ ମୋଦୀ କ୍ୟାବିନେଟରେ ସାମିଲ ହେବାକୁ ଥିବା ନେତାମାନଙ୍କର ନାମକୁ ନେଇକରି ମିଡ଼ିଆରେ ଅନେକ ଖବର ଆସୁଛି। ଅବଶ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଅଧିକାରିକ ରୂପରେ କେବଳ ଶିବସେନାର ଅରବିନ୍ଦ ସାବନ୍ତଙ୍କର ନାମ ଉପରେ ମୋହର ଲଗାଇଛନ୍ତି ଶିବସେନା ସାଂସଦ ସଂଜୟ ରାଉତ। ସେ ଏଏନଆଇକୁ ସ୍ପଷ୍ଟ କରିଛନ୍ତି କି ତାଙ୍କ ପାର୍ଟୀ ତରଫରୁ ଅରବିନ୍ଦ ସାବନ୍ତଙ୍କର ନାମ ଦିଆଯାଇଛି ଯିଏ ମୋଦୀ କ୍ୟାବିନେଟରେ ସାମିଲ ହେବେ। ଏହା ବ୍ୟତୀତ ସେ କହିଛନ୍ତିଯେ, ପ୍ରତ୍ୟେକ ସହଯୋଗୀ ଦଳରୁ ଜଣେ ଲେଖାଏଁ ମନ୍ତ୍ରୀ ହେବେ। ଅର୍ଥାତ୍ ବିଜେପି ପକ୍ଷରୁ ଅଧିକାଂଶ ମନ୍ତ୍ରୀ ରହିବେ ମୋଦୀ ସରକାରଙ୍କର ଦ୍ୱିତୀୟ ଇନିଙ୍ଗ୍ସରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.