Home ଓଡ଼ିଶା ମୋଦୀ ସରକାର ୨.୦ : ଏମାନେ ହେବେ କ୍ୟାବିନେଟ୍ ମନ୍ତ୍ରୀ

ମୋଦୀ ସରକାର ୨.୦ : ଏମାନେ ହେବେ କ୍ୟାବିନେଟ୍ ମନ୍ତ୍ରୀ

1350

– ରବି ଶଙ୍କର ପ୍ରସାଦ, ସଦାନନ୍ଦ ଗୌଡ଼ା, ପୀୟୁଷ ଗୋଯଲ, ପ୍ରକାଶ ଜାବେଡ଼କର, ଜି କିଶନ ରେଡ୍ଡୀ ହେବେ ମନ୍ତ୍ରୀ
ନୂଆ ଦିଲ୍ଲୀ ୩୦-୫ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦ୍ୱିତୀୟ କାର୍ଯ୍ୟକାଳ ପାଇଁ କ୍ୟାବିନେଟରେ ରବିଶଙ୍କର ପ୍ରସାଦ, ସଦାନନ୍ଦ ଗୌଡ଼ା, ପୀୟୁଷ ଗୋୟଲ, ପ୍ରକାଶ ଜାବେଡ଼କର, ଜି କିଶନ ରେଡ୍ଡୀ ଏବଂ ମୁଖ୍ତାର ଅବ୍ବାସ ନକବୀ ମନ୍ତ୍ରୀ ହେବେ। ଅର୍ଜୁନ ମେଘୱାଲ ଏବଂ ବାବୁଲ ସୁପ୍ରିୟୋଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତକରିବା ପାଇଁ ଫୋନ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶପଥ ନେବା ପୂର୍ବରୁ ଏମାନେ ସାକ୍ଷାତ କରିବେ। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଗୁରୁବାର ସକାଳେ ମନ୍ତ୍ରୀମାନଙ୍କର ନାମ ଉପରେ ଫାଇନାଲ୍ ଚର୍ଚ୍ଚା କରିବା ପାଇଁ ୯୦ ମିନଟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତକରି ଥିଲେ।

ସୂତ୍ର ଅନୁଯାୟୀ ଏଥର ମୋଦୀ ସରକାରଙ୍କର କ୍ୟାବିନେଟରେ କିଛି ବଡ଼ ଚେହେରାଙ୍କୁ ମଧ୍ୟ ଯାଗା ମିଳିପାରେ। ତେବେ ରାଜନାଥ ସିଂହ, ମୁଖ୍ତାର ଅବ୍ବାସ ନକଵୀ, ପୀୟୁଷ ଗୋୟଲ, ସ୍ମୃତି ଈରାନୀ, ନିତିନ ଗଡକରୀ, ରାମବିଲାସ ପାସୱାନ, ନିର୍ମଲା ସୀତାରମଣ, ପ୍ରକାଶ ଜାଭଡ଼େକର, ରବିଶଙ୍କର ପ୍ରସାଦ,ଅନୁପ୍ରିୟା ପଟେଲ, ନରେନ୍ଦ୍ର ସିଂହ ତୋମର, ଧର୍ମେନ୍ଦ୍ର ପ୍ରଧାନ, ଜେପି ନଡ୍ଡା, ଗିରିରାଜ ସିଂହ, ଆରକେ ସିଂହ, ରାଜ୍ୟବର୍ଦ୍ଧନ ସିଂହ ରାଠୌର, ଅର୍ଜୁନ ସିଂହ, ଗଜେନ୍ଦ୍ର ସିଂହ ଶେଖାୱତ, ରାମଦାସ ଆଠୱଲେ କ୍ୟାବିନେଟରେ ସାମିଲ ହେବେ ବୋଲି ଜଣା ପଡ଼ିଛି।

ସେହିପରି କିରେନ ରିଜିଜୂ, ଗୁଜରାତ ସାଂସଦ ପୁରୁଷୋତ୍ତମ ରୁପାଲା, ମନସୁଖ ମାଂଡବୀୟା,, ବାରମେଡ ରେ ସାଂସଦ କୈଲାଶ ଚୌଧୁରୀ , AIADMK ରେ ରବୀଦ୍ରନ, ବିଜେପିରୁ ରାଓ ଇନ୍ଦ୍ରଜୀତ, ହରସିମରତ କୌର, ମୁଖ୍ତାର ଅବ୍ବାସ ନକବୀ, ରବିଶଙ୍କର ପ୍ରସାଦ, ସ୍ମୃତି ଈରାନୀ, ପ୍ରହଲାଦ ଜୋଶୀ, ରାଜନାଥ ସିଂହ, ନିର୍ମଲା ସୀତାରମଣ, ସିକଂଦରାବାଦରୁ ସାଂସଦ କିଶନ ରେଡ୍ଡୀ, ସୁରେଶ ଅଂଗଦୀ, ଡକ୍ଟର ଜିତେଂଦ୍ର ସିଂହ , ରାମଦାସ ଅଠାବଲେ ,ସୁରେଶ ଅଂଗାଡୀ, ପୀୟୁଷ ଗୋଯଲ, ବାବୁଲ ସୁପ୍ରିୟୋ, ପ୍ରକାଶ ଜାବଡ଼େକର, ଅର୍ଜୁନ ରାମ ମେଘବାଲ, ସଦାନନ୍ଦ ଗୌଡ଼ାଙ୍କୁ ମନ୍ତ୍ରୀ ପଦର ଶପଥ ନେବା ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଫୋନ ଆସିଥିବା କଥା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ହୋଶିୟାରପୁରରୁ ସାଂସଦ ସୋମ ପ୍ରକାଶ, ପ୍ରହ୍ଲାଦ ଜୋଶୀ, ଉତ୍ତରାଖଣ୍ଡରୁ ସାଂସଦ ରମେଶ ପୋଖରିୟାଲ ନିଶଙ୍କ, ଅନୁପ୍ରିୟା ପଟେଲ, ବିହାରରୁ ସାଂସଦ ନିତ୍ୟାନନ୍ଦ ରାୟ, ଥାବର ଚନ୍ଦ ଗହଲୋତ, ନରେନ୍ଦ୍ର ସିଂହ ତୋମର, ଗୁଜରାତ ସାଂସଦ ମନସୁଖ ମାଣ୍ଡଭିୟା, ପଶ୍ଚିମ ବଂଗରୁ ଦେବୋଶ୍ରୀ ଚୌଧରୀ, ଜେଡିୟୁରୁ ଆରସିପି ସିଂହ, ଏଲଜେପିରୁ ରାମବିଳାସ ପାସୱାନଙ୍କୁ ମଧ୍ୟ ଫୋନ ଆସିଛି।

ପିଏମ ମୋଦୀ ଆଜି ସଂଧ୍ୟା ୪:୩୦ ମି ସମୟରେ ନିଜ ଆବାସରେ ସମ୍ଭାବିତ ମନ୍ତ୍ରୀମାନଙ୍କ ସହିତ ସାକ୍ଷାତ କରିବେ।.

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.