Home ଓଡ଼ିଶା ଶିବସେନା କୋଟାରୁ ଅରବିନ୍ଦ ସାବନ୍ତ ମୋଦୀ କ୍ୟାବିନେଟରେ ହେବେ ସାମିଲ, ପୂର୍ବରୁ MTNL ରେ ଥିଲେ...

ଶିବସେନା କୋଟାରୁ ଅରବିନ୍ଦ ସାବନ୍ତ ମୋଦୀ କ୍ୟାବିନେଟରେ ହେବେ ସାମିଲ, ପୂର୍ବରୁ MTNL ରେ ଥିଲେ ଇଞ୍ଜିନିୟର

839

ନୂଆ ଦିଲ୍ଲୀ ୩୦-୫ (ଓଡ଼ିଆ ପୁଅ) ନରେନ୍ଦ୍ର ମୋଦୀ ଆଜି କ୍ରମାଗତଭାବେ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀପଦର ଶପଥ ଗ୍ରହଣ କରିବେ। ସନ୍ଧ୍ୟାରେ ୭ଟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହା ପୂର୍ବରୁ ମୋଦୀ କ୍ୟାବିନେଟରେ ସାମିଲ ହେବାକୁ ଥିବା ନେତାମାନଙ୍କର ନାମକୁ ନେଇକରି ମିଡ଼ିଆରେ ଅନେକ ଖବର ଆସୁଛି। ଅବଶ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଅଧିକାରିକ ରୂପରେ କେବଳ ଶିବସେନାର ଅରବିନ୍ଦ ସାବନ୍ତଙ୍କର ନାମ ଉପରେ ମୋହର ଲଗାଇଛନ୍ତି ଶିବସେନା ସାଂସଦ ସଂଜୟ ରାଉତ। ସେ ଏଏନଆଇକୁ ସ୍ପଷ୍ଟ କରିଛନ୍ତି କି ତାଙ୍କ ପାର୍ଟୀ ତରଫରୁ ଅରବିନ୍ଦ ସାବନ୍ତଙ୍କର ନାମ ଦିଆଯାଇଛି ଯିଏ ମୋଦୀ କ୍ୟାବିନେଟରେ ସାମିଲ ହେବେ।

ସଂଜୟ ରାଉତ କହିଲେ କି “ବିଜେପି ତରଫରୁ ଜଣେ ନେତାଙ୍କର ନାମ ମନ୍ତ୍ରିମଣ୍ଡଳରେ ସାମିଲ କରିବା ପାଇଁ ମଗା ଯାଇଥିଲା ଯାହାପରେ ଆମ ତରଫରୁ ଅରବିନ୍ଦ ସାବନ୍ତଙ୍କର ନାମ ଦିଆଯାଇଛି।”

ଅରବିନ୍ଦ ସାବନ୍ତ ଅନନ୍ତ ଗୀତେଙ୍କ ସ୍ଥାନ ନେବେ ଯିଏ କି ନରେନ୍ଦ୍ର ମୋଦୀଙ୍କର ନେତୃରେ ପୂର୍ବ ସରକାରରେ ଶିବସେନାର ଏକମାତ୍ର ମନ୍ତ୍ରୀ ଥିଲେ। ଗୀତେ ଲୋକସଭା ନିର୍ବାଚନରେ ରାୟଗଡ଼ରୁ ହାରିଛନ୍ତି। ୬୮ ବର୍ଷୀୟ ସାବନ୍ତ କଂଗ୍ରେସର ମିଲିନ୍ଦ ଦେବଡ଼ାଙ୍କୁ ୧,୦୦,୦୬୭ ଭୋଟରେ ହରାଇଛନ୍ତି। ସାବନ୍ତ ପ୍ରାରମ୍ଭରୁ ହିଁ ଶିବସେନା ପାର୍ଟୀ ସହିତ ଅଛନ୍ତି।

ସାବନ୍ତ ମହାନଗର ଟେଲିଫୋନ ନେଟୱର୍କ ଲିମିଟେଡ (ଏମଟିଏନଏଲ) ରେ ୧୯୯୫ ପର୍ଯ୍ୟନ୍ତ ଇଞ୍ଜିନିୟର ଭାବରେ କାର୍ଯ୍ୟ କରିଥିଲେ ଏବଂ ୧୯୯୫ ରେ ଶିବସେନା-ଭାଜପା ସରକାର ଆସିବା ପରେ ରାଜ୍ୟପାଳଙ୍କର କୋଟାରୁ ମହାରାଷ୍ଟ୍ର ବିଧାନ ପରିଷଦରେ ନାମିତ ହେବାପରେ ସ୍ଵେଚ୍ଛାକୃତ ଅବସର ଗ୍ରହଣ କରିଥିଲେ।

ସାବନ୍ତ ସ୍ଥାନୀୟ ନଗର ନିଗମ ନିର୍ବାଚନରେ କାଉନ୍ସେଲର ନିର୍ବାଚିତ ହୋଇଥିଲେ। ସେ ୨୦୧୪ ରେ ଲୋକସଭା ନିର୍ବାଚନ ପ୍ରଥମ ଥର ଲଢ଼ିଥିଲେ ଏବଂ ତତ୍କାଳୀନ ସାଂସଦ ଦେବଡ଼ାଙ୍କୁ ମୁମ୍ବାଇ ଦକ୍ଷିଣ ସିଟରେ ୧,୨୮,୫୬୪ ଭୋଟରେ ହରାଇଥିଲେ। ସାବନ୍ତ ଶିବସେନାର ଉପ ନେତା ଏବଂ ଏମଟିଏନଏଲ ଟ୍ରେଡ ୟୁନିଯନର ଅଧ୍ୟକ୍ଷ ମଧ୍ୟ ଅଛନ୍ତି।

ଏହା ପୂର୍ବରୁ କୁହାଯାଉଥିଲା କି ଶିବସେନା ତରଫରୁ ମନ୍ତ୍ରିମଣ୍ଡଳ ପାଇଁ ଦୁଇଟି ନାମ-ଅନିଲ ଦେସାଈ ଏବଂ ସଂଜୟ ରାଉତଙ୍କର ନାମ ଦିଆଯାଇଛି, ଦୁଇଜଣ ରାଜ୍ୟସଭା ସଦସ୍ୟ ଅଟନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.