Home ଜିଲ୍ଲା ପରିକ୍ରମା ଏମିତି ଚାଲିଛି ଭଦ୍ରକ ବନବିଭାଗ : ଅଫିସ୍ରୁ ୬୮ କିମି ଦୂରରେ ରେସିଡେନ୍ସ୍

ଏମିତି ଚାଲିଛି ଭଦ୍ରକ ବନବିଭାଗ : ଅଫିସ୍ରୁ ୬୮ କିମି ଦୂରରେ ରେସିଡେନ୍ସ୍

140

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ସହରରେ ଭଦ୍ରକ ଜଂଗଲ ବିଭାଗର ଡିଭିଜନ ଅଫିସ୍ କାର୍ଯ୍ୟ କରୁଛି । କିନ୍ତୁ ଡିଏଫ୍ଓ ରହୁଛନ୍ତି ଭଦ୍ରକର ସାତଭଉଣୀ ଠାରେ । ଚାନ୍ଦବାଲି ଠାରୁ ୬୮ କିଲୋମିଟର ଦୂରରେ ଅଧିକାରୀଙ୍କ ରେସିଡେନସ୍ କାର୍ଯ୍ୟାଳୟ । ଫଳରେ ଲୋକେ ଅଧିକାରୀଙ୍କୁ ଖୋଜିଲେ ବି ପାଉନାହାଁନ୍ତି । ଏପରିକି ରେସିଡେନ୍ସ୍ ଅଫିସ୍ ଠାରୁ ଡିଭିଜନ କାର୍ଯ୍ୟାଳୟ ଯାଏ ୬୮ କିଲୋମିଟର ପଥକୁ ଯାତାୟତ ପାଇଁ ଗାଡି ଓ ତେଲ ଖର୍ଚ୍ଚରେ ବହୁ ଟଙ୍କା ବ୍ୟୟ ହେଉଛି । ଏନେଇ ପଚାରିଲେ ଉତ୍ତର ମିଳୁଛି ସବୁ ଠିକ୍ଠାକ୍ ଚାଲିଛି । ଅନୁସନ୍ଧାନରୁ ଜଣାପଡିଛି, ଭିତରକନିକା ଜାତୀୟ ଉଦ୍ୟାନର ରକ୍ଷଣାବେକ୍ଷଣ କରିବା ପାଇଁ ୧୯୭୮ ମସିହାରେ ଚାନ୍ଦବାଲି ଠାରେ ବନ୍ୟପ୍ରାଣୀ ବନଖଣ୍ଡ ପ୍ରତିଷ୍ଠା କରାଯାଇଥିଲା । ସେତେବେଳେ ପାରିପାଶ୍ୱର୍ିକ ସ୍ଥିତିକୁ ନେଇ ୧୯୯୩ ମସିହାରେ ଏହି କାର୍ଯ୍ୟାଳୟକୁ ରାଜନଗର ସ୍ଥାନାନ୍ତର କରାଗଲା । ମାତ୍ର ଚାନ୍ଦବାଲି ଅଂଚଳ ଭିତରକନିକାର ଅତି ନିକଟତମ ହୋଇଥିବାରୁ ଜାତୀୟ ଉଦ୍ୟାନର ବନ୍ୟପ୍ରାଣୀ ଅନେକ ସମୟରେ ଚାନ୍ଦବାଲି ଅଂଚଳକୁ ଚାଲି ଆସନ୍ତି । ପୁଣି ବୈତରଣୀ ନଦୀରେ ଥିବା କୁମ୍ଭୀର, ଡଲଫିନ୍ ସ ସାଙ୍କୁଚ ଇତ୍ୟାଦିର ସୁରକ୍ଷା ପାଇଁ ରାଜ୍ୟ ବନ୍ୟପ୍ରାଣୀ ସଂରକ୍ଷଣ ଉପଦେଷ୍ଟା ମଣ୍ଡଳୀ ୨୦୦୫ ମସିହାରେ ଚାନ୍ଦବାଲି ଠାରେ ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟ ହେବା ନିତ୍ୟାନ୍ତ ଆବଶ୍ୟକ ବୋଲି ପ୍ରସ୍ତାବ ଗ୍ରହଣ କଲେ । ଏହି ପ୍ରସ୍ତାବର ଗୁରୁତ୍ୱକୁ ଉପଲବ୍ଧô କରି ଦୂରଦ୍ରଷ୍ଟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୭ ମସିହାରେ ଏହାକୁ ଅନୁମୋଦନ କରିଥିଲେ । ହେଲେ ବାବୁମାନଙ୍କ ସହରରେ ରହିବାର ଇଚ୍ଛାକୁ ଚରିତାର୍ଥ କରିବା ପାଇଁ ଗତ ୨୦୧୩ ମସିହାରେ ଏହି ଡିଏଫ୍ଓ ଅଫିସ୍କୁ ଭଦ୍ରକ ନିକଟସ୍ଥ ସାତଭଉଣୀକୁ ଉଠାଇ ନେବାକୁ ସମସ୍ତ କାର୍ଯ୍ୟ ସରିଯାଇଥିଲା । ମାତ୍ର ବହୁ ପରିବେଶବିତ୍, ପ୍ରକୃତି ପ୍ରେମୀ ଓ ଚାନ୍ଦବାଲିର ବୁଦ୍ଧିଜୀବୀମାନେ ବିଭାଗର ଏ ପ୍ରକାର ନିଷ୍ପତ୍ତିକୁ ବିରୋଧ କରି ଆନେ୍ଦାଳନକୁ ଓହ୍ଲାଇଥିଲେ । ଫଳରେ ବନବିଭାଗ ନିଷ୍ପତ୍ତିକୁ ପୁନର୍ବିଚାର କରିବା ସହିତ ଡିଏଫ୍ଓ ଅଫିସ୍ ପୂର୍ବବତ୍ ଚାନ୍ଦବାଲିରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ । ଦୀର୍ଘ ୭ ବର୍ଷ ପରେ ଆଜି ମଧ୍ୟ ଡିଏଫ୍ଓଙ୍କ ସହରରେ ରହିବାର ମାନସିକତା ଉଜ୍ଜୀବିତ ହୋଇଉଠିଛି । ଫଳରେ ଚାନ୍ଦବାଲିରୁ ଡିଏଫ୍ଓ ଅଫିସ୍ ଉଠାଇ ନେବାକୁ ଷଡଯନ୍ତ୍ର ଚାଲିଛି । ସେଥିପାଇଁ ଚାନ୍ଦବାଲିରେ ଡିଏଫ୍ଓ ଅଫିସ୍ ଥିବାବେଳେ ୬୮ କିମି ଦୂରରେ ରେସିଡେନସ୍ କରିବାକୁ ଯୋଜନା ଚାଲିଛି । କାର୍ଯ୍ୟାଳୟ ଠାରୁ ନିବାସସ୍ଥଳ ଅତି ବେଶିରେ ୭ କିମି ମଧ୍ୟରେ ରହିବା ପାଇଁ ସରକାରଙ୍କ ସ୍ପଷ୍ଟ ନିଦେ୍ର୍ଦଶ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଅର୍ଡରକୁ ଅବଜ୍ଞା କରି ୬୮ କିମି ଦୂର ସାତଭଉଣୀ ଠାରେ ରେସିଡେନ୍ସ କରିବା କାହା ସ୍ୱାର୍ଥରେ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିପ୍ରତି ବିଭାଗୀୟ ମନ୍ତ୍ରୀ ଦୃଷ୍ଟି ଦେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.