Home ଓଡ଼ିଶା ମୋଦୀଜୀ, ଟଙ୍କା ପଠାଉଥିଲେ, ବ୍ୟାଙ୍କରେ ଟଙ୍କା ବଢ଼ୁଥିଲା – ଖୁସିରେ ଟଙ୍କା କାଢ଼ି ଖର୍ଚ୍ଚ କରୁଥିଲା...

ମୋଦୀଜୀ, ଟଙ୍କା ପଠାଉଥିଲେ, ବ୍ୟାଙ୍କରେ ଟଙ୍କା ବଢ଼ୁଥିଲା – ଖୁସିରେ ଟଙ୍କା କାଢ଼ି ଖର୍ଚ୍ଚ କରୁଥିଲା ଏହି ବ୍ୟକ୍ତି, ତା’ପରେ …

594

ନୂଆଦିଲ୍ଲୀ ୨୨-୧୧ (ଓଡ଼ିଆ ପୁଅ) ମଧ୍ୟ ପ୍ରଦେଶରେ ଏକ ବହୁତ ଆଶ୍ଟର୍ଯ୍ୟଜନିତ ମାମଲା ସାମନାକୁ ଆସିଛି। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଭିଣ୍ଡ ଜିଲ୍ଲାର ଏକ ବ୍ରାଞ୍ଚରେ ଜଣେ ବ୍ୟକ୍ତିର ମାସକୁ ମାସ ଟଙ୍କା ଜମା ହୋଇଯାଉଥିଲା। ମାଗଣାରେ ହଜାର ହଜାର ଟଙ୍କା ବଢ଼ୁଥିଲା ଆକାଉଣ୍ଟରେ। କିନ୍ତୁ ପ୍ରକୃତରେ ଦ୍ୱିତୀୟ ଲୋକ ଜଣଙ୍କର ଦୈନନ୍ଦିନ ମଜୁରୀ ପବନରେ ଉଡ଼ିଯାଉଥିଲା। କଥାଟି ଏପରି, ଏସବିଆଇର ଏହି ଶାଖାଟି କୌଣସି କାରଣରୁ ଗୋଟିଏ ଆକାଉଣ୍ଟ ନମ୍ବର ଦୁଇ ଜଣଙ୍କୁ ଆଲଟ କରିଦେଇଥିଲା। ଯଦିଓ ଦୁଇ ଜଣଙ୍କ ପାଖରେ ଦୁଇଟି ପାଶ୍ ବୁକ୍ ଏବଂ ସେମାନଙ୍କର ଅଲଗା ଅଲଗା ଫଟୋ ଥିଲା କିନ୍ତୁ ଆକାଉଣ୍ଟ ନମ୍ବର ଗୋଟିଏ ଥିଲା। ଅର୍ଥାତ୍ ବ୍ୟାଙ୍କର ଭୁଲ ଯୋଗୁଁ ଏହି ଆକାଉଣ୍ଟଟି ଗୋଟିଏ ନାମରେ ଦୁଇଜଣଙ୍କର ଗୋଟିଏ ନମ୍ବରର ଆକାଉଣ୍ଟ ହୋଇଯାଇଥିଲା। ଜଣେ ବ୍ୟକ୍ତି ଟଙ୍କା ବଢ଼ୁଥିବାର ଦେଖି ଭାବୁଥିଲାଯେ, ମୋଦୀଜୀ ଟଙ୍କା ପଠାଉଛନ୍ତି। ଆଉ ଜଣେ ବ୍ୟକ୍ତି, ଆକାଉଣ୍ଟରେ ଟଙ୍କା ଜମା କରୁଥିଲା। ଖବର ଅନୁଯାୟୀ, ଭିଣ୍ଡର ଆଲମପୁରରେ ଏସବିଆଇ ଭୁଲରେ ଗୋଟିଏ ଆକାଉଣ୍ଟକୁ ଦୁଇଜଣ ଲୋକଙ୍କ ନାମରେ ରେଜିଷ୍ଟର କରି ଦେଇଥିଲା। ହୁକୁମ ସିଂହ ନାମକ ଦୁଇଜଣ ବ୍ୟକ୍ତି ଜଣେ ରୂରଈ ଗାମର ଥିବା ବେଳେ ଦ୍ୱିତୀୟ ବ୍ୟକ୍ତି ଜଣକ ରୋନୀ ଗ୍ରାମର ଥିଲେ। ବ୍ୟାଙ୍କ ଏହି ବ୍ରାଞ୍ଚ ନିଜ ନିଜର ଆକାଉଣ୍ଟ ଖୋଲିବା ପରେ ବ୍ୟାଙ୍କର କର୍ମଚାରୀ ପାସବୁକରେ କେବଳ ଫଟୋ ଅଲଗା-ଅଲଗା ଲଗାଇ ଦେଇଥିଲେ କିନ୍ତୁ ଦୁଇଜଣଙ୍କର ଠିକଣା, ନାମ ଏବଂ ଖାତା ନମ୍ବର ଏକ କରିଦେଇଥିଲେ। ଏହା ଫଳରେ ଏହି ଦୁଇଜଣ ବ୍ୟକ୍ତିଙ୍କର ଖାତାଧାରକ ଏକ ହୋଇଥିଲେ ଅର୍ଥାତ୍ ଗୋଟିଏ ନାମରେ ଜଏଣ୍ଟ ଆକାଉଣ୍ଟ ହୋଇଯାଇଥିଲା।

ଏହା ପରେ ରୂରଈର ହୁକୁମ ସିଂହ ହରିଆଣାରେ ଚାକିରି କରିବାକୁ ଚାଲିଗଲେ ଏବଂ ଏହି ଆକାଉଣ୍ଟରେ ଟଙ୍କା ଜମା କରିଚାଲିଲେ। ସେପଟେ ରୋନୀଗ୍ରାମର ହୁକୁମ ସିଂହ ଆକାଉଣ୍ଟରେ ଟଙ୍କା ଦେଖିକରି ଭାବିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଭାଷଣ ଅନୁଯାୟୀ ପ୍ରତ୍ୟେକ ମାସରେ ତା’ର ଆକାଉଣ୍ଟରେ ଟଙ୍କା ଆସୁଛି। ସେ ମଧ୍ୟ ଏହି ଆକାଉଣ୍ଟରୁ ଟଙ୍କା କାଢ଼ି ଚାଲିଲେ। ଏହିପରି ଛଅ ମାସ ପର୍ଯ୍ୟନ୍ତ ଚାଲିଲା ଏବଂ ଖାତାରୁ ପ୍ରାୟତଃ ୮୯ ହଜାର ଟଙ୍କା ବାହାର କରି ନେଇଥିଲେ। ଯେତେବେଳେ ରୂରଈ ଗ୍ରାମର ହୁକୁମ ସିଂହ ଫେରିଲେ ଏବଂ ୧୬ ଅକ୍ଟୋବରରେ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ପହଁଚିଲେ ସେତେବେଳେ ତାଙ୍କୁ ଜଣାପଡ଼ିଲା କି ତାଙ୍କର ଆକାଉଣ୍ଟରେ କେବଳ ୩୫,୪୦୦ ଟଙ୍କା ଅଛି। ତାଙ୍କ ହିସାବରେ ତାଙ୍କର ଆକାଉଣ୍ଟରେ ୧,୪୦,୦୦୦ ହେବା କଥା।

ସେ ବ୍ୟାଙ୍କରେ ଅଭିଯୋଗ କରିବାରୁ ଜଣାପଡ଼ିଲାଯେ, ରୋନୀର ହୁକୁମ ସିଂହ ଟଙ୍କା ଉଠାଇଛନ୍ତି ଏବଂ ସେ ଭାବୁଥିଲେ ମୋଦୀ ପଠାଉଛନ୍ତି ବୋଲି। ତେବେ ଏହି କ୍ଷେତ୍ରରେ ଉଭୟ ବ୍ୟାଙ୍କକୁ ଏଥିପାଇଁ ଦାୟୀ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.