Home ଓଡ଼ିଶା ମୋଦିଜୀଙ୍କ ମନରେ ମହିଳାଙ୍କ ପ୍ରତି ଦାୟୀତ୍ୱ ରହିଛି: ଧର୍ମେନ୍ଦ୍ର ପ୍ରଧାନ

ମୋଦିଜୀଙ୍କ ମନରେ ମହିଳାଙ୍କ ପ୍ରତି ଦାୟୀତ୍ୱ ରହିଛି: ଧର୍ମେନ୍ଦ୍ର ପ୍ରଧାନ

103

ମହିଳା ଜନସମ୍ବାଦ ଭର୍ଚୁଆଲ ର‌୍ୟାଲିକୁ ସମ୍ଭୋଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ପୂର୍ବ ଭାରତର ବିକାଶ ନହେବା ପର୍ଯ୍ୟନ୍ତ ଦେଶରେ ସନ୍ତୁଳିତ ବିକାଶ ହେବା ଅସମ୍ଭବ
– ଓଡିଶାରେ ୧୦୦ରୁ ୯୬ ଜଣ ଲୋକଙ୍କ ମୋଦିଜୀଙ୍କ ଉପରେ ଭରସା କରିଛନ୍ତି
– ମହିଳାଙ୍କ ପ୍ରତି ମୋଦି ସରକାର ଉତ୍ସର୍ଗୀକୃତ
– କରୋନା ସମୟରେ ମୋଦି ସରକାରଙ୍କ କାର୍ଯ୍ୟ କଳାପକୁ ବିଶ୍ୱସ୍ତରରେ ପ୍ରଶଂସା ମିଳିଛି
– ମୁଦ୍ରା ଯୋଜନା ମାଧ୍ୟମରେ ମହିଳାମାନେ ଏବେ ବିନା କୌଣସି ସିକ୍ୟୁରିଟି ଜମାରେ ଲୋନ ନେଇ ଆତ୍ମନିର୍ଭର ହୋଇ ପାରିବେ

ଭୁବନେଶ୍ୱର, ୧୬/୦୬ (ଓଡ଼ିଆ ପୁଅ) : ମୋଦିଙ୍କ ଉପରେ ଦେଶର ଜନତାଙ୍କ ବିଶ୍ୱାସ ବଢିଛି। ଅନ୍ୟ ରାଜନୈତିକ ବ୍ୟକ୍ତିତ୍ୱଙ୍କ ଅପେକ୍ଷା ୮୫ ପ୍ରତିଶତ ଲୋକ ମୋଦିଜୀଙ୍କୁ ବିଶ୍ୱାସ କରିଛନ୍ତି। ଓଡିଶାରେ ୧୦୦ରୁ ୯୬ ଜଣ ଲୋକଙ୍କ ମୋଦିଜୀଙ୍କ ଉପରେ ଭରସା କରିଛନ୍ତି। ରାଜ୍ୟବାସୀ ଲୋକସଭା ନିର୍ବାଚନରେ ବିଜେପି ୩୮.୪% ଭୋଟ ଏବଂ ୮ ଜଣ ଲୋକସଭା ସାଂସଦଙ୍କୁ ବିଜୟୀ କରି ମୋଦିଜୀଙ୍କ ହାତମୁଠାଙ୍କୁ ଟାଣ କରିଛନ୍ତି। ଓଡିଶାବାସୀ ଦାର୍ଘ ୨୦ ବର୍ଷ ଧରି ବିରୋଧୀ ଦଳ ଥିବା କଂଗ୍ରେସକୁ ପଛରେ ପକାଇ ବିଜେପି ପ୍ରମୁଖ ବିରୋଧୀ ଦଳର ମାନ୍ୟତା ଦେଇଛନ୍ତି। ଗତ ନିର୍ବାଚନରେ ଜନତା ୯୧ ଲକ୍ଷରୁ ଅଧିକ ଭୋଟ ବିଜେପିକୁ ଦେଇଛନ୍ତି। ଅନ୍ୟପଟେ ପୂର୍ବ ଭାରତର ବିକାଶକୁ ମୋଦିଜୀ ସବୁ ସମୟରେ ପ୍ରାଧାନ୍ୟ ଦେଇ ଆସିଛନ୍ତି। ପୂର୍ବ ଭାରତର ବିକାଶ ନହେବା ପର୍ଯ୍ୟନ୍ତ ଦେଶରେ ସନ୍ତୁଳିତ ବିକାଶ ହେବା ଅସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ଗତ ମନ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି। ପୂର୍ବଭାରତର ସିଂହଭାଗର ଲାଭ କେବଳ ଓଡିଶା ହିଁ ପାଇବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହିଳା ଜନସମ୍ବାଦ ରାଲିକୁ ସମ୍ଭୋଧିକତ କରି କହିଛନ୍ତି।

୧୫ ଅଗଷ୍ଟ ୨୦୧୪ରେ ଦେଶରେ ଶୌଚାଳୟ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲା ଠାରେ କହିଥିଲେ। ମା ଭଉଣୀଙ୍କ ଉଜ୍ଜତ ଏବଂ ସ୍ୱାଭିମାନକୁ ରକ୍ଷା କରିବାକୁ ଯାଇ ମୋଦି ସରକାର ଏବେ ଦେଶରେ କୋଟି ଲୋକଙ୍କ ଘରେ ଶୌଚାଳୟ ଯୋଗାଇ ଦେଇଛି। ଆଜି କରୋନାର ମହା ବିପତି ସମୟରେ ୪ କୋଟି ମହିଳା ଏବଂ ଓଡିଶାର ୪୦ ଲକ୍ଷ ମହିଳାଙ୍କୁ ୧୫୦୦ ଟଙ୍କା ଲେଖାଏଁ ଜନଧନ ଯୋଜନାରେ ଅର୍ଥ ପ୍ରଦାନ କରାଯାଇଛି। ମୋଦି ସରକାର ୮ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ଆକାଉଂଟରେ ୫୦୦ କୋଟିରୁ ଉର୍ଦ୍ଧ୍ୱ ଅଗ୍ରୀମ ଟଙ୍କା ପଠାଇଛନ୍ତି। ସୁକନ୍ୟା ସମୃଦ୍ଧି ଯୋଜନା, ଏସଏଚଜି ମହିଳାଙ୍କୁ ଋଣ ପ୍ରଦାନ, ଇନ୍ଦ୍ରଧନୁଷ ଯୋଜନାରେ ଟୀକା ପ୍ରଦାନ, ସୌଭାଗ୍ୟ ଯୋଜନାରେ ମାଗଣା ବିଦ୍ୟୁତ ଆଦି ମୋଦି ସରକାର ମା ଭଉଣୀଙ୍କ ପାଖରେ ପହଂଚାଇଛନ୍ତି। ଗର୍ଭବତୀ ମା ଏବଂ ଶିଶୁ ପାଇଁ ସୁପୋଷଣ ଯୋଜନା ଲାଗୁ କରାଯାଇଛି। ମୋଦିଜୀଙ୍କ ମନରେ ମହିଳାଙ୍କ ପ୍ରତି ଦାୟୀତ୍ୱ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ବିଜେପି ସରକାର ସବୁ ସମୟରେ ନିଜର ରିପୋର୍ଟ କାର୍ଡ ଲୋକଙ୍କ ପାଖରେ ପହଂଚାଇଥାଏ। ଗତ ୧ ବର୍ଷରେ ମୋଦି ସରକାର ଜାମ୍ମୁ କାଶ୍ମିରୀରେ ଧାରା ୩୭୦ ଏବଂ ୩୫ (କ) ହଟାଇ ଗୋଟିଏ ରାଷ୍ଟ୍ର ଗୋଟିଏ ଧ୍ୱଜାର ପରିକଳ୍ପନାକୁ ବାସ୍ତବ ରୂପ ଦେଇଛନ୍ତି। ମୋଦି ସରକାର ନାଗରିକତା ସଂଶେଧନ ଆଇନ ଆଣି ପଡେଶୀ ଦେଶର ଅଳ୍ପସଂଖ୍ୟକ ମାନଙ୍କୁ ଦେଶରେ ନାଗରିକତା ପ୍ରଦାନ କରିବାର ମହାନ କାର୍ଯ୍ୟ କରିଛନ୍ତି। ଦେଶର ୮ କୋଟି ମୁସଲିମ ମହିଳାଙ୍କ ପାଇଁ ତିନ ତଲାକକୁ ହଟାଇ ତାଙ୍କ ସ୍ୱାଭିମାନକୁ ବଂଚାଇ ରଖିଛନ୍ତି। ଦେଶର ୫୦ କୋଟି ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା ଲାଗୁ କରାଯାଇଛି। ରାମମନ୍ଦିର କାର୍ଯ୍ୟ ବି ଖୁବଶୀଘ୍ର ଆରମ୍ଭ ହେବ। ଏହା ସହ ଗତ ୬ ବର୍ଷ ଧରି ଓଡିଶାର ସୁପୁତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୮ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମାଗଣାରେ ଗ୍ୟାସ ଯୋଗାଇ ଦେଇ ସେମାନଙ୍କ ଆଖିରୁ ଲୁହ ପୋଛିଛନ୍ତି ବୋଲି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଶ୍ରୀମତୀ ବିଜୟା ରାହତକର କହିଛନ୍ତି।

ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ପ୍ୟାକେଜ ମାଧ୍ୟମରେ ମୋଦି ସରକାର ୧ଲକ୍ଷ ୭୦ ହଜାର କୋଟି ସାରା ଦେଶପାଇଁ ବ୍ୟବସ୍ଥା କରିଛନ୍ତି। କରୋନା ଲକଡାଉନ ବେଳେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୮୦ କୋଟି ହିତାଧୀକାରିଙ୍କୁ ମିଳିଛି ମାସିକ ୫ କିଲୋ ହିସାବରେ ୩ ମାସ ପାଇଁ ଆଗୁଆ ଚାଉଳ ଓ ୧ କିଲୋ ଡାଲି। କରୋନା ପାଇଁ ୮ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ୩ ମାସ ପାଇଁ ମାଗଣାରେ ଗ୍ୟାସ ସଂଯୋଗ ଦିଆଯାଇଛି। ୨୦ କୋଟି ମହିଳାଙ୍କୁ ଜନଧନ ଆକାଉଂଟରେ ୧୫୦୦ ଟଙ୍କା ଲେଖାଏଁ ପଠାଇ ଦିଆଯାଇଛି। ଆତ୍ମନିର୍ଭର ଭାରତ ଯୋଜନାରେ ଦେଶବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ୨୦ଲକ୍ଷ କୋଟି ଘୋଷଣା କରିଛନ୍ତି। ମୁଦ୍ରା ଯୋଜନା ମାଧ୍ୟମରେ ମହିଳାମାନେ ଏବେ ବିନା କୌଣସି ସିକ୍ୟୁରିଟି ଜମାରେ ଲୋନ ନେଇ ଆତ୍ମନିର୍ଭର ହୋଇ ପାରିବେ ବୋଲି ଶ୍ରୀମତୀ ରାହତକର କହିଛନ୍ତି।

ମହିଳାଙ୍କ ପ୍ରତି ମୋଦି ସରକାର ଉତ୍ସର୍ଗୀକୃତ। ତିନ ତଲାକ, ଧାରା ୩୭୦ ଧାରା ହଟାଇ ମୋଦି ସରକାର ଐତିହାସିକ ନିଷ୍ପତି ନେଇଛନ୍ତି। କରୋନା ସମୟରେ ମୋଦି ସରକାରଙ୍କ କାର୍ଯ୍ୟ କଳାପକୁ ବିଶ୍ୱସ୍ତରରେ ପ୍ରଶଂସା ମିଳିଛି। ମହିଳାମାନେ ଫେସ କଭର ତଥା ମାସ୍କକୁ ତିଆରି କରି କୋଟି କୋଟି ଲୋକଙ୍କୁ ପ୍ରଦାନ କରି ସେମାନଙ୍କୁ ସୁରକ୍ଷିତ ରଖିବାର କାର୍ଯ୍ୟ କରିଛନ୍ତି ବୋଲି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସଂପାଦିକା ସୁଶ୍ରୀ ସରୋଜା ପାଣ୍ଡେ କହିଛନ୍ତି।

ଏହି ଭର୍ଚୁଆଲ ର‌୍ୟାଲିକୁ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ଏହି ଭର୍ଚୁଆଲ ର‌୍ୟାଲିରେ ରାଜ୍ୟସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି, ରାଜ୍ୟ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସୁରମା ପାଢୀ, ରାଜ୍ୟ ଉପସଭାନେତ୍ରୀ ତଥା ଭୁବନେଶ୍ୱର ସାସଂଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଓ ପ୍ରଭାତି ପରିଡା, ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର, କସ୍ତୁରୀ ମିଶ୍ର, ସମସ୍ତ ଜିଲ୍ଲାର ମହିଳା ମୋର୍ଚ୍ଚା ଅଧ୍ୟକ୍ଷା, ପଦାଧିକାରୀ, ମଣ୍ଡଳସ୍ତରୀୟ ମହିଳା ପଦାଧିକାରୀଙ୍କ ସମେତ ୫ ହଜାରରୁ ଉର୍ଦ୍ଧ୍ୱ ମହିଳା ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.