Home ଜିଲ୍ଲା ପରିକ୍ରମା ସହାୟତା ପ୍ରଦାନ ନାମରେ ଚାନ୍ଦା ଆଦାୟକୁ ଜିଲ୍ଲା ଶ୍ରମିକ ସଂଗଠନ ସମନ୍ୱୟ ସମିତିର ବିରୋଧ

ସହାୟତା ପ୍ରଦାନ ନାମରେ ଚାନ୍ଦା ଆଦାୟକୁ ଜିଲ୍ଲା ଶ୍ରମିକ ସଂଗଠନ ସମନ୍ୱୟ ସମିତିର ବିରୋଧ

64

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ସହାୟତା ପାଇଁ ନିର୍ମାଶ ଶ୍ରମିକଙ୍କ ଠାରୁ ଚାନ୍ଦା ଆଦାୟ ହେବା ଭଳି ଘଟଣା ନଜରକୁ ଆସିବା ପରେ ଏହାକୁ ଘୋର ବିରୋଧ କରିଛି ଭଦ୍ରକ ଜିଲ୍ଲା ଶ୍ରମିକ ସମନ୍ୱୟ ସମିତି । ଏ ସଂକ୍ରାନ୍ତରେ ସମିତିର ଏକ ଜରୁରୀ ବୈଠକ ଆଜି ସମିତିର ସଭାପତି ନାରାୟଣ ନାୟକଙ୍କ ସଭାପତିତ୍ୱରେ ଭଦ୍ରକ ଜିଲ୍ଳା ଭାରତୀୟ ମଜଦୁର ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତଥା ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ନ ଥାଇ ଜିଲ୍ଲାର ନିର୍ମାଣ ଶ୍ରମିକଙ୍କୁ ୩ହଜାର ଟଙ୍କା ସହାୟତା ଦେବା ନାମରେ କାଗଜପତ୍ର ସହିତ ଅର୍ଥ ଆଦାୟକୁ ବୈଠକରେ ଘୋର ନିନ୍ଦା କରାଯାଇଥିଲା । ନିର୍ମାଶ ଶ୍ରମିକମାନେ ଏଥିରେ ପ୍ରଲୋଭିତ ନ ହେବାକୁ ବୈଠକରେ ନିବେଦନ କରାଯାଇଛି । ଏତଦ୍ ବ୍ୟତୀତ ୨୦୧୭ ମସିହା ଠାରୁ ବିଭିନ୍ନ ଶ୍ରମ କାର୍ଯ୍ୟାଳୟରେ ପଡ଼ି ରହିଥିବା ନିର୍ମାଣ ଶ୍ରମିକ ସହାୟତା ଦରଖାସ୍ତ ଗୁଡ଼ିକୁ ତୁରନ୍ତ ସମାଧାନ କରିବାକୁ ବୈଠକରେ ପ୍ରଶାସନକୁ ନିବେଦନ କରାଯାଇଛି । ପଞ୍ଜିକରଣ କ୍ଷେତ୍ରରେ ଆଜକୁ ଦୀର୍ଘଦିନ ଧରି ପଡିରହିଥିବା ଦରଖାସ୍ତଗୁଡ଼ିକୁ ତନଖି କରାଯିବା ସହ ପଞ୍ଜିକରଣ କରିବାକୁ ଅନୁରୋଧ କରାଯାଇଥିଲା । ସଂଗଠନ ମାନଙ୍କର ସମସ୍ତ କାର୍ଯ୍ୟ ବନ୍ଦ ହୋଇଥିବା ବେଳେ ଦଲାଲମାନଙ୍କ ଜରିଆରେ ପଞ୍ଜିକରଣ ବାବଦକୁ କାଗଜପତ୍ର ଆଦାୟକୁ ମଧ୍ୟ ଘୋର ବିରୋଧ କରାଯାଇଥିଲା । ଏହାକୁ ବନ୍ଦ କରିବା ଦିଗରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବାକୁ ସମିତି ପକ୍ଷରୁ ଅନୁରୋଧ କରାଯାଇଥିଲା । ଏ ସଂକ୍ରାନ୍ତ ସମିତିର ଏକ ପ୍ରତିନିଧି ଦଳ ଜିଲ୍ଲା ପ୍ରଶାସନକୁ ଭେଟି ସମସ୍ତ ବିଷୟ ଅବଗତ କରାଇବାକୁ ପ୍ରସ୍ତାବ ସର୍ବ ସମ୍ମତିରେ ଗୃହୀତ ହୋଇଥିଲା । ଉକ୍ତ ବୈଠକରେ ଅମୂଲ୍ୟ କୁମାର ଭୋଇ, ଅକ୍ଷୟ କୁମାର ପଣ୍ଡା, ଅମୀୟ ନାୟକ, ରଥ ଯେନା, ମନୋଜ କୁମାର ନାୟକ, କମଳାକାନ୍ତ ସାହୁ, ଶ୍ରୀଧର ମଳିକ, ରାମଚନ୍ଦ୍ର ଶଙ୍ଖୁଆ, ଦୁର୍ଯ୍ୟୋଧନ ବେହେରା, ଶାନ୍ତିଲତା ରାଉତଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ । କରୋନା ସହାୟତା ୧୫୦୦ ଟଙ୍କା ତ୍ରୁଟି ଯୋଗୁ ପାଇ ନଥିବା ଶ୍ରମିକଙ୍କୁ ତୁରନ୍ତ ପ୍ରଦାନ ସହ ପ୍ରବାସୀ ଶ୍ରମିକଙ୍କୁ ତୁରନ୍ତ କାର୍ଯ୍ୟ ଯୋଗାଇଦେବାକୁ ନିବଦେନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.