Home କେନ୍ଦ୍ରାପଡ଼ା ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି ଜୋର ଧରିଲା : ୨୫ରେ ପଦଯାତ୍ରା

ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି ଜୋର ଧରିଲା : ୨୫ରେ ପଦଯାତ୍ରା

29

କେନ୍ଦ୍ରାପଡ଼ା, ୧୯ା୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ା ଜିଲ୍ଲା ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟିର ବୈଠକ ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କମିଟି ସଂପାଦକ ଆଇନଜୀବୀ ରମଣୀ ରଞ୍ଜନ ରାଉତରାୟ ସୂଚନା ପ୍ରଦାନ କରି ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ର ସରକାର ଖାଲି ସ୍ୱାସ୍ଥ୍ୟ ସେବାର ବିକାଶ କଥା ଚିନ୍ତା କରୁଥିବା ବେଳେ ପ୍ରକୃତରେ ସ୍ୱାସ୍ଥ୍ୟ ସେବାରେ ବହୁ ପଛରେ ପଡିଥିବା କେନ୍ଦ୍ରାପଡା ଜିଲ୍ଲା ପ୍ରତି ଗୁରୁତ୍ୱ ଦେଉନାହାନ୍ତି। କେନ୍ଦ୍ରାପଡାରେ ଜାତୀୟ ରାଜପଥ, ରେଳପଥ ଦ୍ୱାରା ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ରୋଗୀଙ୍କୁ କଟକ, ଭୁବନେଶ୍ୱରର ମେଡିକାଲ ଉପରେ ନିର୍ଭର କରିବାକୁ ପଡେ। ଯାହା ଫଳରେ ବାଟରେ ଗଲାବେଳେ ରୋଗୀର ମୃତ୍ୟୁ ଘଟିଥାଏ। କେନ୍ଦ୍ରାପଡାରେ ଗୋଟିଏ ଡାଇଲେସିସ ମେସିନଟିଏ ନଥିବାରୁ ଜଟିଳ ରୋଗୀଙ୍କୁ ଜିଲ୍ଲା ବାହାରକୁ ଯିବାକୁ ପଡିଥାଏ। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ବାରମ୍ବାର ଅବଗତି କଲେ ମଧ୍ୟ ତାହାର ସୁଫଳ ଆମ ଜିଲ୍ଲାକୁ ମିଳିଲା ନାହିଁ। ତେବେ ଏଥିପାଇଁ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୫ ତାରିଖରେ ସକାଳ ସାଢେ୮ଟା ବେଳେ ଏକ ପଦଯାତ୍ରା ଇଚ୍ଛାପୁର ଶ୍ରୀବଳଦେବଜୀଉଙ୍କ ମନ୍ଦିର ନିକଟରୁ ବାହାରି ନୁଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯିବ। ଏହାକୁ ସଫଳ କରିବା ପାଇଁ ସମସ୍ତ ଜନସାଧାରଣ ଛାତ୍ର, ଛାତ୍ରୀ, ମହିଳା, ବୁଦ୍ଧିଜୀବୀ, ଆଇନଜୀବୀ, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ, ବିଭିନ୍ନ ଗଣ ସଙ୍ଗଠନ ସାମିଲ ହେବାକୁ ଦଳମତ ନିର୍ବିଶେଷରେ ନିବେଦନ କରାଯାଇଛି। ଏହି ବୈଠକରେ ପ୍ରଫୁଲ କୁମାର ଦାସ, ଗୟାଧର ଧଳ, ଫକୀର ଚରଣ ଖଟୁଆ, ବସନ୍ତ କୁମାର ମଲିକ, ଗୋପାଳ କୃଷ୍ଠ ଜେନା, ସୁରେଶ ଚନ୍ଦ୍ର ପଟ୍ଟନାୟକ, ବୈଷ୍ଠବ ଚରଣ ସ୍ୱାଇଁ, ଅମୀୟ ନାୟକ, ସୀତାକାନ୍ତ ନାୟକ, ଧରଣୀଧର ସାହୁ, ମହେଶ୍ୱର ମଣ୍ଡଳ, ପ୍ରିୟ ରଞ୍ଜନ ଜେନା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିବା ସହ ଏହାର ସଫଳତା ପାଇଁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.