Home Top News ଚିଲିକାରେ ବେଆଇନ ଚିଙ୍ଗୁଡି ଘେରି ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ

ଚିଲିକାରେ ବେଆଇନ ଚିଙ୍ଗୁଡି ଘେରି ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ

33

ପୁରୀ ୧୯-୪ (ଓଡ଼ିଆ ପୁଅ) ଜିଲ୍ଲାରେ ବେଆଇନ ଚିଙ୍ଗୁଡି ଘେରି ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥି ନିମନ୍ତେ ୨୪ ଘଣ୍ଟିଆ ଏକ ହେଲପ ଲାଇନ ମୋବାଇଲ ନମ୍ବର ଜାରି କରାଯାଇଛି। ଉକ୍ତ ନମ୍ବରଟି ହେଲା – ୭୮୫୩୦୫୬୩୭୫। ଜିଲ୍ଲାରେ ବେଆଇନ ଚିଙ୍ଗୁଡି ଘେରି, ଚାଷ ଏବଂ ହାଚେରୀ ସଂପର୍କରେ କୌଣସି ତଥ୍ୟ ଥିଲେ ତୁରନ୍ତ ଉକ୍ତ ନମ୍ବର ସହ ଯୋଗାଯୋଗ କରିପାରିବେ। ଏହି ଅଭିଯୋଗର ଯାଞ୍ଚ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ସଂକ୍ରାନ୍ତୀୟ ଅଭିଯୋଗ ଫୋନ ଯୋଗେ ଗ୍ରହଣ କରିବାକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମାଙ୍କ କାର୍ଯ୍ୟାଳୟରୁ ଦୁଇ ଜଣ କର୍ମଚାରୀଙ୍କୁ ମୁତୟନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.