Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା କଲେଜ ସମାଜ ବିଜ୍ଞାନ ବିଭାଗର ଆଲୋଚନା ଚକ୍ର

କେନ୍ଦ୍ରାପଡା କଲେଜ ସମାଜ ବିଜ୍ଞାନ ବିଭାଗର ଆଲୋଚନା ଚକ୍ର

42

କେନ୍ଦ୍ରାପଡ଼ା, ୧୯ା୪ : କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗରେ ପ୍ରଫେସର ନାରାୟଣ ପ୍ରାସାଦ ବାହାଲିଆ ସ୍ମାରକୀ ବକ୍ତୃତା ଓ ପୁରାତନ ଛାତ୍ର ସଂସଦର ବୈଠକ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ. ସଞ୍ଜୟ କେତନ ଜେନା ମୁଖ୍ୟବକ୍ତା ଭାବେ ଯୋଗଦେଇ ତାଙ୍କର ମୁଲ୍ୟବାନ ମତାମତ ଉପସ୍ଥାପନ କରିଥିଲେ। ବିଭାଗୀୟ ମୁଖ୍ୟ ଡଃ. ସୁଷମା ଶତପଥୀଙ୍କ ସମେତ ବିଭାଗର ସମସ୍ତ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଏହି ଆଲୋଚନା ଚକ୍ରରେ ଉପସ୍ଥିତ ଥିଲେ। ଅଧ୍ୟାପିକା ମଧୁସ୍ମିତା ସିଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିଳ୍ପ ସମାଜ ବିଜ୍ଞାନର ମୁଖ୍ୟ ଅଧ୍ୟାପିକା ସାଇନାଜ ଖାତୁନ ଧନ୍ୟବାଦ ଅର୍ପଣ କରିଥିଲେ। ପୁରାତନ ଛାତ୍ର ଅଧ୍ୟାପକ ମନୋଜ ପରିଡ଼ା, ଭବାନୀ ଶଙ୍କର ପଣ୍ଡା, ଅଧ୍ୟାପକ ରଞ୍ଜିତ କୁମାର ଦାସ, ଡଃ. ପ୍ରଭାକର ମଲ୍ଲିକ ପ୍ରମୁଖ ଏଥିରେ ଉପସ୍ଥିତ ରହି ଆଲୋଚନାଚକ୍ରକୁ ସାଫଲ୍ୟ ମଣ୍ଡିତ କରିଥିଲେ। ମନସ୍ତତ୍ତ୍ୱ ବିଜ୍ଞାନ ବିଭାଗ ଅଧ୍ୟାପିକା କ୍ୟାପ୍ଟେନ ସୀମା ମହାନ୍ତି ମଞ୍ଚ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.