Home ଓଡ଼ିଶା ମେସ୍କୋ ଖଣି ଫାଟକ ସମ୍ମୁଖରେ ଆନ୍ଦୋଳନ

ମେସ୍କୋ ଖଣି ଫାଟକ ସମ୍ମୁଖରେ ଆନ୍ଦୋଳନ

137

ଯୋଡା – ୨୭/୦୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବଡବିଲସ୍ଥିତ ମେସ୍କୋ ଖଣିରୁ ମେସ୍କୋ ଷ୍ଟିଲ ଏବଂ ମୈଥାନ ଷ୍ଟିଲକୁ ପରିବହନ କରାଯାଇଥିବା ଲୁହାପଥରର ବକେୟା ପାଉଣା ନପାଇ ପରିବହନ ଠିକାଦାରଙ୍କ ମେସ୍କୋ ଖଣି ଫାଟକ ସମ୍ମୁଖରେ ଧାରଣା ବସିବା ଓ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ୧୧ଜଣ ପରିବହନ ଠିକାଦାରଙ୍କର ୧୨ କୋଟିରୁ ଉର୍ଦ୍ଧ୍ୱ ବକେୟା ଟଙ୍କା ମେସ୍କୋ କମ୍ପାନୀ ପୈଠ କରୁନଥିବା ବେଳେ ଏହି ଠିକାଦାରମାନେ ଦେବାଳିଆ ଅବସ୍ଥାକୁ ଚାଲିଯାଇଛନ୍ତି । ଫଳରେ ଜଦୁମଣୀ ବାରିକ୍ ଓ ଅର୍ଜୁନ ସାଣ୍ଡିଲଙ୍କ ନେତୃତ୍ୱରେ ଠିକାଦାରମାନେ ଗୁରୁବାର ପୂର୍ବାହ୍ନରୁ ଖଣି ଫାଟକ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରିଛନ୍ତି । ମେସ୍କୋ ର ରୋଇଡା-୧ ଖଣିରୁ ଯାଜପୁର ସ୍ଥିତ ମେସ୍କୋ ଷ୍ଟିଲ ଏବଂ ମୈଥାନ ଷ୍ଟିଲକୁ ଏହି ୧୧ ଜଣ ପରିବହନ ଠିକାଦାର ପରିବହନ କାର‌୍ୟ୍ୟ କରିଆସୁଥିଲେ । ୨୦୧୮ରୁ ମେସ୍କୋ ଖଣିଟି ବନ୍ଦ ହୋଇପଡିଥିବା ବେଳେ କମ୍ପାନୀ ସେମାନଙ୍କର ବକେୟା ପୈଠ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି । ଏହି ବକେୟା ନପାଇ ଠିକାଦାରମାନେ ପରିବହନରେ ନିୟୋଜିତ ଟ୍ରକ ଗୁଡିକୁ ସେମାନଙ୍କ ଦେୟ ଦେଇପାରିନଥିବା ବେଳେ ବିଭିନ୍ନ ପେଟ୍ରୋଲ ପମ୍ପ ରୁ ନେଇଥିବା ବକେୟା ମଧ୍ୟ ପୈଠ କରିପାରିନାହାନ୍ତି । ଠିକାଦାରମାନେ ଧାର କରଜରେ ବୁଡିରହିଥିବା ବେଳେ ୨ ବର୍ଷ ହେଲା ସେମାନଙ୍କର ବକେୟା ଅର୍ଥ ପାଇବା ନେଇ ଅନିଶ୍ଚିତତା ଦେଖାଦେଇଛି । ପ୍ରଶାସନ ଏହି ଘଟଣାରେ ହସ୍ତକ୍ଷେପ କରି ତୁରନ୍ତ ସେମାନଙ୍କର ବକେୟା ପୈଠ କରିବାର ବ୍ୟବସ୍ଥା କରିବା ପାଇଁ ଆନ୍ଦୋଳନକାରିମାନେ ଦାବି କରିଛନ୍ତି । ନଚେତ୍ ଏହି ଆନ୍ଦୋଳନକୁ ଆହୁରୀ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.