Home ଓଡ଼ିଶା ଯୋଡା : ଟାଟା ଷ୍ଟିଲ ପକ୍ଷରୁ ଯୋଡା ଯୁବବର୍ଗଙ୍କ ପାଇଁ ବାହ୍ୟ ନେତୃତ୍ୱ ଶିବିର

ଯୋଡା : ଟାଟା ଷ୍ଟିଲ ପକ୍ଷରୁ ଯୋଡା ଯୁବବର୍ଗଙ୍କ ପାଇଁ ବାହ୍ୟ ନେତୃତ୍ୱ ଶିବିର

121

ଯୋଡା – ୨୭,୦୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଗ୍ରାମାଞ୍ଚଳ ଯୁବବର୍ଗଙ୍କ ମଧ୍ୟରେ ନେତୃତ୍ୱ ଓ ପାରସ୍ପରିକ ଦକ୍ଷତା ବିକାଶ ଲକ୍ଷ୍ୟରେ ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା (ଟିଏସଆରଡିଏସ) ପକ୍ଷରୁ ଯୋଡ଼ା, ଖଣ୍ଡବନ୍ଧ, ଗୁରୁଡ଼ା, ଜୁରୁଡ଼ି, ବିଚାକୁଣ୍ଡି ଓ ହେରସାବେଡ଼ା ଅଞ୍ଚଳର ୪୦ଜଣ ଯୁବକ ଯୁବତୀଙ୍କୁ ନେଇ ଚଳିତ ମାସ ଫେବୃଆରୀ ୨୮ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଜାମସେଦପୁରର ତୁମୁଙ୍ଗଠାରେ ଏକ ୩ ଦିନିଆ ବାହ୍ୟ ନେତୃତ୍ୱ ଶିବିର ଆୟୋଜନ କରାଯାଉଛି ।

ଟାଟା ଷ୍ଟିଲ ଓଏମ୍‌କ୍ୟୁ ଡିଭିଜନ୍ ପ୍ରଶାସନ ବିଭାଗ ମୁଖ୍ୟ ଶ୍ରୀ ଅନୀଲ ଆରୋନ, ଟିଏସ୍‌ଆରଡିଏସ୍ ଶାଖା ମୁଖ୍ୟ ଶ୍ରୀ ତନ୍ମୟ କର ଓ ଟିଏସ୍‌ଆରଡିଏସ୍‌ର ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଆଜି ଯୋଡ଼ା ଟିଏସ୍‌ଆରଡିଏସ୍ କାର୍ଯ୍ୟାଳୟରେ ଉକ୍ତ ଯାତ୍ରାର ଶୁଭାରମ୍ଭ କରିଥିଲେ ।

ଏହି ଶିବିରରେ ଯୋଗ ଦେଇଥିବା ଯୁବକଙ୍କୁ ବିଭିନ୍ନ ପ୍ରକାର କୌଶଳ ସମ୍ପର୍କରେ ତାଲିମ ପ୍ରଦାନ କରାଯିବ । ବିଶେଷ କରି ପର୍ବତାରୋହଣ, ବାଧା ଦୌଡ, ଫ୍ଲାଇଂ ଫକ୍ସ, ରାପଲିଂ, ନୌଚାଳନା କୌଶଳ, ପାହାଡ ଓ ଗୁମ୍ଫା ଯାତ୍ରାକୁ ଏଥିରେ ସାମିଲ କରାଯାଇଛି ।ଯୁବକଯୁବତୀମାନଙ୍କ  ମଧ୍ୟରେ ନେତୃତ୍ୱ ନେବାର ଦକ୍ଷତା ଓ ଦଳଗତ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ ଏହି ଶିବିରର ଆୟୋଜନ କରାଯାଉଛି । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ଟାଟା ଷ୍ଟିଲ ଆଡଭେଚଂର ଫାଉଣ୍ଡେସନ (ଟିଏସଏଏଫ)ର ଅଭିଜ୍ଞ ତାଲିମଦାତାଙ୍କ ଦ୍ୱାରା ସମ୍ପାଦିତ ହେବ ।

ଏଠାରେ ସୂଚନାଯୋଗ୍ୟ ଯେ ଟାଟା ଷ୍ଟିଲ ପକ୍ଷରୁ ଏହାର ସମସ୍ତ କାର୍ଯ୍ୟକ୍ଷେତ୍ରରେ ଏଭଳି ବାହ୍ୟ ନେତୃତ୍ୱ ଶିବିରମାନ ନିୟମିତ ଅନ୍ତରାଳରେ ଆୟୋଜିତ ହୋଇଆସୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.