Home ଜିଲ୍ଲା ପରିକ୍ରମା ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଧାରଣା ଓ ଦାବିପତ୍ର ପ୍ରଦାନ

ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଧାରଣା ଓ ଦାବିପତ୍ର ପ୍ରଦାନ

15

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପୂର୍ବତନ ବିଧାୟକ ନରେନ ପଲେଇଙ୍କ ନେତୃତ୍ୱରେ ଭଦ୍ରକ ଜିଲାରେ ଏକ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଘଣ୍ଟିଆ ଧାରଣା ଅନୁଷ୍ଠିତ ହୋଇଯାଇଛି। ଏହାପୂର୍ବରୁ ପୂର୍ବତନ ବିଧାୟକ ଶ୍ରୀ ପଲେଇଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚାରିଥର ଦାବିପତ୍ର ପ୍ରଦାନ କରାଯାଇଥିବାବେଳେ ଆଜି ପଞ୍ଚମ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଭଦ୍ରକରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଧୁନିକତାର ସ୍ପର୍ଶ ଏପର୍ଯ୍ୟନ୍ତ ନାହିଁ। ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ଆମ୍ଭମାନଙ୍କର ତଥା ଜିଲାପାଇଁ ଏହା ନିତ୍ୟାନ୍ତ ଆବଶ୍ୟକ। ଯେପର୍ଯ୍ୟନ୍ତ ଆମ୍ଭମାନଙ୍କର ଦାବି ପୂରଣ ନହୋଇଛି, ଆମ୍ଭେମାନେ ପ୍ରତ୍ୟେକ ମାସ ୧୦ ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଏକ ଘଣ୍ଟିଆ ଧାରଣା ଦିଆଯିବ ବୋଲି ଶ୍ରୀ ପଲେଇ କହିଛନ୍ତି। ଆଜିର ଏହି ଧାରଣା ଓ ଦାବିପତ୍ର ପ୍ରଦାନ କାଳରେ ବିଭୂତି ସାହୁ, ଅରୁଣ ମଜୁମଦାର, ମନୋଜ ଦାସ, ଲକି ରାଉତ, ଗିରିଶି ପଣ୍ଡା, ସଂଜୀବ ମହାନ୍ତି, ଗୌତମ ମୈତ୍ର, କୁଟିଆ ନାୟକ, ହେମନ୍ତ ସାହୁ, ଧବଳା ପଣ୍ଡା, ଅମର କୁମାର ପାଣିଗ୍ରାହୀ, ସଂଗ୍ରାମ ଆଚାର୍ଯ୍ୟ, ସେକ୍ ଜଫିରୁଦ୍ଦିନ୍‌, ସେକ୍ ସୁଲେମାନ, ପ୍ରଶାନ୍ତ ନାଥ, ଗୋପାଳ ପାଣିଗ୍ରାହୀ, ପ୍ରଭା ମଲ୍ଲିକ, ଟୁକୁ ସାହୁ, ବଲିଆ ବେହେରା, ତପନ ସାହୁ, ମନୋଜ ଯତି, ଅନନ୍ତ ମହାପାତ୍ର, ନରିଆ ବାରିକ, କଲ୍ଲୋଲ ଲେଙ୍କା, ଟୁକୁ ପଲେଇ, ଲଲାଟ ନନ୍ଦ, ଦେବଦତ୍ତ ରାଉତରାଏ ପ୍ରମୁଖ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.