Home ଜିଲ୍ଲା ପରିକ୍ରମା ଧାମନଗର ଉପନିର୍ବାଚନ ବିଜୟ ହେବ ବିଷ୍ଣୁ ଭାଇଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି – ସମୀର ମହାନ୍ତି,...

ଧାମନଗର ଉପନିର୍ବାଚନ ବିଜୟ ହେବ ବିଷ୍ଣୁ ଭାଇଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି – ସମୀର ମହାନ୍ତି, ସୂରଜଙ୍କ ବିଜୟ ପାଇଁ ମା’ ଭଦ୍ରକାଳୀ ଓ ବାବା ଆଖଣ୍ଡଳମଣିଙ୍କ ଆଶୀର୍ବାଦ ଲୋଡିଲେ ବିଜେପି ରାଜ୍ୟ ସଭାପତି

33

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିରୋଧୀ ଦଳ ଉପନେତା ତଥା ବିଧାୟକ ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଧାମନଗରରେ ସୁରଜଙ୍କୁ ବିଜେପି ପ୍ରାର୍ଥୀ ଚୟନ କରିଛି। ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କ ସୁପୁତ୍ର ସୂର୍ଯ୍ୟବଂଶୀ ସୁରଜ। ବିଧାୟକ ସ୍ୱର୍ଗତଃ ସେଠୀଙ୍କ ଦେହାନ୍ତର ତିନି ସପ୍ତାହ ପରେ ଶୋକସନ୍ତପ୍ତ ପରିବେଶ ଭିତରେ ଉପ ନିର୍ବାଚନ ହେଉଛି। ବିଜେପିର କାର୍ଯ୍ୟକର୍ତ୍ତା, ମନ୍ତ୍ରୀ, ନେତା, ଧାମନଗରବାସୀ ଓ ପରିବାର ବର୍ଗ ସହଯୋଗରେ ଉପନିର୍ବାଚନ ଲାଗି ସୁରଜଙ୍କୁ ବିଜେପି ପ୍ରାର୍ଥୀ କରିଛି। ସୁରଜ ଜଣେ ଉଚ୍ଚ ଶିକ୍ଷିତ, ଆଇଟି କଂପାନୀରେ କାର୍ଯ୍ୟ କରିବା ସହ ବାପା ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କୁ ନିର୍ବାଚନରେ ସାହାଯ୍ୟ ସହଯୋଗ କରୁଥିଲେ। ସୁରଜଙ୍କ ପ୍ରତିଭାକୁ ଦେଖି ବିଜେପି ପ୍ରାର୍ଥୀ ଭାବେ ଚୟନ କରିଥିବା ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ଦଳୀୟ ପ୍ରାର୍ଥୀ ସୁରଜଙ୍କ ସପକ୍ଷରେ ପ୍ରଚାର ଆରମ୍ଭ କରିବା ଅବସରରେ ଯୋଗଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ଏକ ଦୁଃଖ ସମୟରେ ଉପନିର୍ବାଚନ ହେଉଛି ଓ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ମନକୁ ସୁଦୃଢ କରି ନିର୍ବାଚନ ଲଢିବାର ସାହସ ଯୋଗାଉଛନ୍ତି। ସୁରଜଙ୍କ ବିଜୟ ଲାଗି ଆଜି ସକାଳେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ଓ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶ୍ରୀ ମହାନ୍ତି ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ମା’ ଭଦ୍ରକାଳୀ ଓ ବାବା ଆଖଣ୍ଡଳମଣି ସୁରଜଙ୍କୁ ଆଶୀର୍ବାଦ ଓ ଶକ୍ତି ଦିଅନ୍ତୁ।

ସ୍ୱର୍ଗତଃ ବିଷ୍ଣୁ ଭାଇ ଛାଡି ଯାଇଥିବା ବିଶାଳ ପରିବାରକୁ ସୁରଜ ସୂଚାରୁ ରୂପେ ପରିଚାଳନା କରିବାର ଅସୀମ ଧୈର୍ଯ୍ୟ ଦିଅନ୍ତୁ ମା’ ଭଦ୍ରକାଳୀ ଓ ବାବା ଆଖଣ୍ଡଳମଣି। ଏହି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜକୁ ଧାମନଗରବାସୀ ଆସ୍ଥା ପ୍ରକଟ କରି ବିଜୟ ମୁକୁଟ ପିନ୍ଧାଇଲେ, ତାହା ସ୍ୱର୍ଗତଃ ବିଷ୍ଣୁ ଭାଇଙ୍କ ପ୍ରତି ଅସଲ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଭାରତୀୟ ଜନତା ପାର୍ଟିର ବିଚାରାଧାରାକୁ ଭଲ ପାଉଥିଲେ ସ୍ୱର୍ଗତଃ ସେଠୀ। ସ୍ୱର୍ଗତଃ ସେଠୀଙ୍କ ସୁପୁତ୍ର ସୂରଜ ଆସନ୍ତକାଲି ନାମାଙ୍କନ ପତ୍ର ଦାଖଲ କରିବେ। ଗଣତନ୍ତ୍ରରେ ଜନତା ମାଲିକ, କେହି ଅପାରଜୟ ନୁହେଁ। କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ୮ ବର୍ଷ ଶାସନ ପୂରଣ କରିଥିବାବେଳେ ରାଜ୍ୟରେ ଅପାରଗ ୨୩ ବର୍ଷର ବିଜେଡି ସରକାର ଶାସନ କରୁଛି। କିନ୍ତୁ ବିଜୁ ଜନତା ଦଳ ଶାସନରେ ରହି ରାଜ୍ୟରେ ସଫଳତା ଆଣିବାରେ ବିଫଳ ସାବ୍ୟସ୍ତ ହେବା ସହ କେନ୍ଦ୍ରର ଯୋଜନାକୁ ନିଜ ଯୋଜନା ବୋଲି ଡିଣ୍ଡିମ ପିଟୁଛି। ୮ ବର୍ଷର ମୋଦି ସରକାରରେ ମୋଦିଜୀ ପ୍ରତ୍ୟେକ ଘରେ ପାନୀୟ ଜଳ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଜନସାଧାରଣଙ୍କୁ ସ୍ୱଚ୍ଛଳ କରାଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ରାଜ୍ୟ ସଭାପତି ଆଜି ଧାମନଗର ନିର୍ବାଚନ ମଣ୍ଡଳୀର ଅସୁରାଳି, ଧୁଷୁରୀ, ପଧାନୀ, ଧାମନଗର ଏନଏସି, ଚୂଡାକୁଟି, ବୋଡକ ଓ ଗୁଆମାଳରେ ବୁଲି ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ସାଙ୍ଗଠନିକ ଏବଂ ସାଧାରଣ ଲୋକଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି। ଆଗାମୀ ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି ଯେପରି ବିଜୟୀ ହେବ ଓ କେନ୍ଦ୍ରର ଯୋଜନା ସାଧାରଣ ଲୋକେ ପାଇ ସ୍ୱଚ୍ଛଳ ହେବେ, ଏହାର ସ୍ଥିତି ମଧ୍ୟ ପରଖିଛନ୍ତି ଶ୍ରୀ ମହାନ୍ତି। ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ସଂପାଦକ ତଥା ଜିଲା ପ୍ରଭାରୀ କାଳନ୍ଦୀ ସାମଲ, ଭଦ୍ରକ ଲୋକସଭା ପ୍ରାର୍ଥୀ ତଥା ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ, ଜିଲା ସଭାପତି ହେମନ୍ତ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.