Home ଓଡ଼ିଶା ମେଡିକାଲ ଅଫିସରଙ୍କ ଉପସି୍ଥତବୁଦ୍ଧି ଯୋଗୁ ପାରାଲିସ ଏଟେକ ହୋଇଥିବା ଡାକ୍ତରଙ୍କର ଜୀବନ ବଚିଂଗଲା

ମେଡିକାଲ ଅଫିସରଙ୍କ ଉପସି୍ଥତବୁଦ୍ଧି ଯୋଗୁ ପାରାଲିସ ଏଟେକ ହୋଇଥିବା ଡାକ୍ତରଙ୍କର ଜୀବନ ବଚିଂଗଲା

79

ମାଲକାନଗିରି,୨୮ା୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ଏମଡି ହୁସେନଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ସେହି ହସପିଟାଲରେ ଅନ୍ୟଜଣେ ଡାକ୍ତର ନିର୍ମଳ ଚନ୍ଦ୍ର ନାୟକ ଙ୍କ ଜୀବନ ବଚିଂଯାଇଛି । ମାଲକାନଗିରି ହସପିଟାଲରୁ ଡାକ୍ତର ନିର୍ମଳ ଚନ୍ଦ୍ର ନାୟକ(୬୩) କାଲିମେଳା ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର କୁ ଗତ କିଛି ମାସତଳେ ବଦଳି ହୋଇଯାଇଥିଲେ । ବୁଧବାର ଦିନ ସେଠାରେ ସେ ଏକାକି ବସାଘରେ ରହିଥିଲେ, ଘର ଭିତରୁ କାବଟ ଦେଇ ଶୋଇପଡିଥିବା ବେଳେ ହଟାତ ତାଙ୍କର ଉଚ୍ଚରକ୍ତଚାପ ଓ ଡାବେଟିସ ବୃଦ୍ଧିପାଇ ପାରାଲିସ ଆଟେକ କରିଦେଇଥିଲା । ସକାଳ ୮ଟା ପରେ ମଧ୍ୟ ହସପିଟାଲକୁ ଡାକ୍ତର ନିର୍ମଳ ନାୟକ ନ ଆସିବାରୁ ସେ କାହିଁକି ଆସିଲେ ନାହିଁ ଭାବି ମେଡିକାଲ ଅଫିସର ଡାକ୍ତର ହୁସେନ ତାଙ୍କୁ ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ । ଫୋନ ନ ଉଠାଇବାରୁ ବସାଘରକୁ ମେଡିକାଲର କର୍ମଚାରୀ ସରତ ନାୟକଙ୍କୁ ଦେଖିବା ପାଇଁ ପଠାଇଥିଲେ । ସରତ ଡାକ୍ତର ନିର୍ମଳଙ୍କ ବସାଘରକୁ ଯାଇ ଦେଖିଲେ ଘର ଭିତରୁ କବାଟ ଦିଆ ଯାଇଛି, କଲିଂବେଲ ମାରିଲେ ମଧ୍ୟ କେହି ଶୁଣୁନଥିବାରୁ ତାଙ୍କର ସନ୍ଦେହ ହେଲା, ସେ ଝରକା ବାଟେ ଦେଖିଲା ବେଳକୁ ଡାକ୍ତର ପ୍ୟାଟଂରେ ଝାଡା ପରିଶ୍ରା କରି ଅଚେତ ହୋଇ ତଳେ ପଡିଛନ୍ତି । ଶରତ ସଙ୍ଗ ସଙ୍ଗେ ମେଡିକାଲ ଅଫିସରଙ୍କୁ ଡାକପକାଇ ଥିଲେ । ମେଡିକାଲ ଅଫିସର ସେଠାରେ ପହଁଚି ଡାକ୍ତର ନିର୍ମଳଙ୍କୁ ଯେତେ ଡାକିଲେ ମଧ୍ୟ ସେ କିଛି ଜବାବ ନଦେବାରୁ ଉପସ୍ଥିତ ବୁଦ୍ଧିଖଟାଇ ଭିତରପଟୁ ବନ୍ଦଥିବା କବାଟକୁ ଭାଙ୍ଗିଦେଇଥିଲେ । ଡାକ୍ତରଙ୍କ ଚେତା ନଥିବାରୁ ତାଙ୍କୁ ସଙ୍ଗେସଙ୍ଗେ ହସପିଟାଲକୁ ନେଇ ଚିକିତ୍ସା କରିଥିଲେ । ପ୍ୟାଟଂ ସାର୍ଟରେ ଝାଡା ପରିଶ୍ରା କରିଦେଇଥିବାରୁ ମେଡିକାଲ କର୍ମଚାରୀ ସରତ କିଛି ଘୃଣାଭାବ ନକରି ଡାକ୍ତରଙ୍କୁ ସଫାସୁତର କରିଥିଲେ । ଡାକ୍ତର ନିର୍ମଳ ନାୟକ ଙ୍କ ର ଚେତା ଫେରିବାପରେ ତାଙ୍କୁ ସଙ୍ଗେ ସଙ୍ଗେ ମାଲକାନଗିରି ଜିଲ୍ଲାହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମାଲକାନଗିରି ଜିଲ୍ଲାହସପିଟାଲର ଏଡିଏମଓ ଡାକ୍ତର ଅନିଲ କୁମାର ମିଶ୍ର ଓ ଅନ୍ୟାନ ଡାକ୍ତର ତାଙ୍କୁ ଚିକିତ୍ସା କରିଥିଲେ । ସେ ଟିକିଏ ସୁସ୍ଥ ହେବାପରେ ଉଚତର ଚିକିତ୍ସା ନିମନ୍ତେ ବୁଧବାର ରାତ୍ରରେ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଜଣେ ଡାକ୍ତର ଙ୍କ ସହ କଟକ ହସପିଟାଲକୁ ଡାକ୍ତର ନିର୍ମଳଚନ୍ଦ୍ର ନାୟକଙ୍କୁ ସ୍ଥାନାନ୍ତରିତ କରାଯାଇଛି । କାଲିମେଳା ହସପିଟାଲର ମେଡିକାଲ ଅଫିସର ଡାକ୍ତର ଏମଡି ହୁସେନଙ୍କ ଉପସ୍ଥିତି ବୁଦ୍ଧି ଖଟାଇ ବନ୍ଦ କବାଟକୁ ଭାଙ୍ଗି ପାରାଲିସ ଆଟେକ କରିଥିବା ଅଚେତ ଅବସ୍ଥାରେ ଡାକ୍ତର ନିର୍ମଳ ନାୟକଙ୍କୁ ବନ୍ଦଘରୁ ଉଦ୍ଧାର କରି ହସପିଟାଲ ନେଇ ସଙ୍ଗେ ସଙ୍ଗେ ଚିକିତ୍ସାର ବ୍ୟବସ୍ଥା କରିଥିବାରୁ ଡାକ୍ତର ଶ୍ରୀ ନାୟକଙ୍କ ଜୀବନରକ୍ଷା ପାଇ ପାରିଥିବାରୁ ଡାକ୍ତର ହୁସେନଙ୍କୁ ହସପିଟାଲର ଅନ୍ୟାନ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନେ ମାନେ ପ୍ରଶଂସା କରି ଡାକ୍ତର ନିର୍ମଳ ନାୟକ ଙ୍କ ସୁସ୍ଥ ଜୀବନ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.