Home ଜିଲ୍ଲା ପରିକ୍ରମା ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାର ତିନୋଟି ହସପିଟାଲରେ କରୋନା ପ୍ରତିଷେଧକ ଟିକାକରଣ ,୩୦୦ କୋଭିଡ ଯୋଦ୍ଧାଙ୍କୁ ଟିକାପ୍ରଦାନ

ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାର ତିନୋଟି ହସପିଟାଲରେ କରୋନା ପ୍ରତିଷେଧକ ଟିକାକରଣ ,୩୦୦ କୋଭିଡ ଯୋଦ୍ଧାଙ୍କୁ ଟିକାପ୍ରଦାନ

19

ମାଲକାନଗିରି, ୨୮ ।୧(ଓଡିଆ ପୁ୍‌ଅ) ବହୁଦିନର ପ୍ରତିକ୍ଷା ପରେ ଆଜି କରୋନା ଭୂତାଣୁ ବିରୋଧରେ ଦ୍ୱିତୀୟ ପଯ ର୍୍ୟାୟରେ ଆରମ୍ଭ ହୋଇଛି ଲଢେଇ,ଜିଲ୍ଲାର ତିନୋଟି ହସପିଟାଲରେ ୩୦୦ଜଣ କୋଭିଡ ଯୋଦ୍ଧା ମାନଙ୍କୁ ମିଳିଲା କରୋନା ନିରାକରଣର ସଂଜିବନୀ । ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଚଂଳ ଚିତ୍ରକୋଣ୍ଡା,ପଡିଆ ଓ ଏମଭି୭୯ ହସପିଟାଲରେ ଆଜି ଠାରୁ ଆରମ୍ଭ ହୋଇଯାଇଛି କରୋନା ପ୍ରତିଷେଧକ ଟିକାକରଣ । ଏହି ତିନୋଟି ହସପିଟାଲରେ ସ୍ୱତନ୍ତ୍ର ଭାବେ ପ୍ରତିଷ୍ଟା କରାଯାଇଥିବା କରୋନା ଟିକାରଣ ଗୃହରେ ଆଜି ସକାଳେ କଢାସୁରକ୍ଷା ମଧ୍ୟରେ ଆଗ ଧାଡିର କରୋନା ଯୋଦ୍ଧା ଡାକ୍ତର,ନର୍ସ,ଫାରମାସିଷ୍ଠ ଓ ସ୍ୱାସ୍ଥ୍ୟକର୍ମୀ, ସୁଇପର,ମାନଙ୍କୁ ଟିକାକରଣ କରାଯାଇଛି । ବିଶେଷ କରି ଏମଭି ୭୯ ହସପିଟାଲରେ ଏହି କାର୍ଯ୍ୟକ୍ରମକୁ ଡାକ୍ତର ପ୍ରସଜିଂତ ରାୟ ଓ ଜ୍ୟୋତି କୃଷ୍ଣ ପାଠକ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ପ୍ରଥମେ କରୋନା ଯୋଦ୍ଧା ଡାକ୍ତର ପି. ରାୟ ଙ୍କୁ କରୋନା ପ୍ରତିଷେଧେକ ଟିକା ପ୍ରଦାନ କରାଯାଇଥିଲା । ଆଜି ପ୍ରଥମ ଦିବସରେ ଏହି ହସପିଟାଲରେ ୧୦୦ଜଣ କରୋନା ଯୋଦ୍ଧାଙ୍କୁ ଟିକାକରଣ କରାଯାଇଛି । ଠିକ ସେହିପରି ଚିତ୍ରକୋଣ୍ଡା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ପ୍ରଥମଦିବସରେ ୧୦୦ଜଣ,ପଡିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦୦ଜଣ କରୋନା ପ୍ରତିଷେଧକ ଟିକା ଆଜି ସନ୍ଧ୍ୟାସୁଦ୍ଧା ନେଇଥିବାର ଜଣାପଡିଛି । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାକୁ ୩୬୦୦ ଟି କୋଭିଡ ଭେକ୍‌ସିନ ଫାଇଲ ଆସିଛି,ଏହି ଟିକା ନେବାପାଇଁ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୫୨୯୦ଜଣଙ୍କ ନାମପଜିଂକୃତ କରାଯାଇଛି । ପ୍ରତି କେନ୍ଦ୍ରରେ ୫ଜଣ ସ୍ୱାସ୍ଥ୍ୟବିଭାଗ ଅଧିକାରୀ ଉପସ୍ଥିତ ରହି ଟିକାପ୍ରଦାନ କରିଛନ୍ତି ଓ ପ୍ରତି କେନ୍ଦ୍ରକୁ ୫ଜଣ ରାପିଡ ଆକ୍ସନ ଟିମ ଗସ୍ତକରି ଟିକାକରଣ କାର୍ଯ୍ୟକ୍ରମ ଅନୁଧ୍ୟାନ କରୁଛନ୍ତି,ଆଜି ଟିକା ନେଇଥିବା କରୋନା ଯୋଦ୍ଧାଙ୍କର କୌଣସି ପାଶ୍ୱର୍ପ୍ରତି କ୍ରୀୟା ହୋଇ ନଥିବାର ଜଣାପଡିଛି,

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.