Home ଅନୁଗୁଳ ମେଡିକାଲ୍ କଲେଜ କ୍ରିୟାନୁଷ୍ଠାନ କମିଟିର ପ୍ରସ୍ତୁତି ବୈଠକ

ମେଡିକାଲ୍ କଲେଜ କ୍ରିୟାନୁଷ୍ଠାନ କମିଟିର ପ୍ରସ୍ତୁତି ବୈଠକ

29

ତାଳଚେର, ୯/୪ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ମେଡିକାଲ୍ କଲେଜକୁ ସରକାରୀ ପରିଚାଳନାରେ କାର୍ଯ୍ୟକାରୀ କରିବା ଦିଗରେ ଚଳିତ ଏପ୍ରିଲ୍ ୨୯ରେ ତାଳଚେର ଉପଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଅନୁଷ୍ଠିତ ହେବାକୁ ଗଣଧାରଣାକୁ ସଫଳ କରିବା ନିମନ୍ତେ ଆଜି ପୂର୍ବାହ୍ନରେ ହାଟତୋଟା ସ୍ଥିତ ତାଳଚେର ପ୍ରେସ୍ କ୍ଲବ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ଆବାହକ ମଣ୍ଡଳୀ ପକ୍ଷରୁ ବରିଷ୍ଠ ଆବାହକ ଦିଗମ୍ବର ଗଡନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ଗଣଧାରଣାକୁ ସଫଳ କରିବା ପାଇଁ ଏପ୍ରିଲ୍ ୧୫ ତାରିଖରେ ମା ହିଙ୍ଗୁଳାଙ୍କ ଯାତ୍ରାରେ ପ୍ରଚାର କାର୍ଯ୍ୟକ୍ରମ କରାଯିବା ସହିତ ଏପ୍ରିଲ ୧୮ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ତାଳଚେର ହାଟତୋଟା ଠାରେ ସର୍ବସାଧାରଣଙ୍କ ଆଲୋଚନା ସଭା ଅନୁଷ୍ଠିତ କରିବାକୁ ନିଷ୍ନତି ଗ୍ରହଣ କରାଯାଇଛି। ଏହି ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ କମିଟି ପକ୍ଷରୁ ନିବେଦନ କରାଯାଇଛି। ଏହି ପ୍ରସ୍ତୁତି ବୈଠକରେ ପଦ୍ମଚରଣ ସାମଲ, ଓକିଲ ସଂଘର ସଭାପତି ସନ୍ତୋଷ ସାହୁ, ପୂର୍ବତନ ନଗରପାଳ କେଶବ ଭୂତିଆ, ସାମ୍ବାଦିକ ଡ. ରଶ୍ମୀ ରଞ୍ଜନ ମିଶ୍ର, ବାଉରୀବନ୍ଧୁ ବେଜ, ଭଗବାନ ପ୍ରଧାନ, ବିନୋଦ ଲାଲ, ଚନ୍ଦ୍ରସେନ ସାହୁ, ବାରିକ ପ୍ରଧାନ, ସୁନିଲ କୁମାର ସିଂ, କୈଳାସ ଚନ୍ଦ୍ର ସାହୁ, ପ୍ରହ୍ଲାଦ ଚନ୍ଦ୍ର ସାହୁ, ଜୟସେନ୍ ମେହେର, ମାନସୀ ସ୍ୱାଇଁ, ପ୍ରେମାନନ୍ଦ ମହାନ୍ତି, କୁମର ସାହୁ, ଅଭୟ ପାଣି, ସୁରେଶ ଚନ୍ଦ୍ର କଅଁର ପ୍ରମୁଖ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.