Home Top News ୧୯ ବର୍ଷର ଯୁବତୀ ଶାରିରୀକ ସମ୍ପର୍କ ପାଇଁ ମନା କରିବାରୁ ବିଷ ପିଆଇ ଦେଲେ ସହପାଠୀ

୧୯ ବର୍ଷର ଯୁବତୀ ଶାରିରୀକ ସମ୍ପର୍କ ପାଇଁ ମନା କରିବାରୁ ବିଷ ପିଆଇ ଦେଲେ ସହପାଠୀ

117

ନୂଆଦିଲ୍ଲୀ ୯-୪ (ଓଡ଼ିଆ ପୁଅ) ଏକ ଦୁଃଖଦାୟକ ଘଟଣା। ରାଜସ୍ତାନର ଭରତପୁରର ଜଣେ ୧୯ ବର୍ଷର ଯୁବତୀକୁ ଶାରିରୀକ ସଂମ୍ପର୍କ ରଖିବା ପାଇଁ ସହପାଠୀମାନେ ବାଧ୍ୟକରିଥିଲେ। ଯୁବତୀ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ପୁରୁଷସହପାଠୀଙ୍କ ଦ୍ୱାରା ବିଷ ପିଆଇ ଦେଇଥିବା ଅଭିଯୋଗ ହୋଇଛି। ପୋଲିସ୍ ଏହି ଘଟଣାର ତଦନ୍ତ କରୁଛି ଏବଂ ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ।

ପୀଡିତାଙ୍କ ପିତାଙ୍କ ଅଭିଯୋଗ ଅନୁଯାୟୀ ଭରତପୁରର ଏକ ଘରୋଇ କଲେଜରେ ପଢ଼ୁଥିବା ତାଙ୍କ ଝିଅର ପାଞ୍ଚଜଣ ସହପାଠୀ ତାଙ୍କୁ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଏବଂ ଯେତେବେଳେ ସେ ମନା କରିଦେଇଥିଲେ ସେତେବେଳେ ସେମାନେ ତାଙ୍କୁ ବିଷ ପିଆଇଦେଇଥିଲେ।

ପୋଲିସ୍ ବୁଧବାର ଦିନ ଧାରା ୩୦୬, ୩୨୮ ଏବଂ ୩୪୧ ଅଧୀନରେ ଏକ ମାମଲା ରୁଜୁ କରିଛି।

ମୃତକଙ୍କ ଭିସେରା ନମୁନା ପରୀକ୍ଷା ପାଇଁ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀକୁ ପଠାଯାଇଛି ଏବଂ ଏହାର ତଦନ୍ତ କରାଯାଉଛି ବୋଲି ପୋଲିସ୍ କହିଛି।

ପୀଡିତାଙ୍କ ପିତା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ମଙ୍ଗଳବାର ଦିନ ହାଲେନା ସହରରେ ତାଙ୍କ ଜେଜେବାପାଙ୍କ ସହ ରହୁଥିବା ତାଙ୍କ ଝିଅ ତାଙ୍କ ମା’ଙ୍କୁ ଫୋନ କରି କହିଥିଲେ ଯେ ତାଙ୍କ କଲେଜର କିଛି ଛାତ୍ର ତାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଛନ୍ତି।

ସେମାନେ ତାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ମଧ୍ୟ ଦେଉଥିଲେ ବୋଲି ତାଙ୍କ ପିତା ଅଭିଯୋଗରେ ପ୍ରକାଶ କରିଛନ୍ତି।

ବୁଧବାର ଦିନ ଅପରାହ୍ନ ପ୍ରାୟ ୩ ଟା ବେଳେ ସେ ଘରକୁ ଫେରୁଥିବା ସମୟରେ ଛାତ୍ରମାନେ ତାଙ୍କ ପଛେ ପଛେ ଯାଇଥିଲେ ଏବଂ ଜବରଦସ୍ତ ତାଙ୍କୁ କିଛି ତରଳ ପିଆଇ ଦେଇଥିଲେ ବୋଲି ପୋଲିସ ଆଗରେ ଅଭିଯୋଗ କରିଛନ୍ତି। ଘରେ ପହଞ୍ଚିବା ପରେ ସେ ବାନ୍ତି କରିଥିଲେ ଏବଂ ଗୁରୁତର ଅବସ୍ଥାରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.