Home ଅପରାଧ ମେଡିକାଲରେ ଚିକିତ୍ସିତ ହେଉଥିବା ଅଚେତ ଅବସ୍ଥାରେ ଉଦ୍ଧାର ନବମ ଶ୍ରେଣୀ ଛାତ୍ରୀ ର ମୃତ୍ୟୁ

ମେଡିକାଲରେ ଚିକିତ୍ସିତ ହେଉଥିବା ଅଚେତ ଅବସ୍ଥାରେ ଉଦ୍ଧାର ନବମ ଶ୍ରେଣୀ ଛାତ୍ରୀ ର ମୃତ୍ୟୁ

256

କଟକ ୩ା୧୧ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ଅହିୟାସ ହାଇସ୍ମୁଲର ନବମଶ୍ରେଣୀ ଛାତ୍ରୀ ତବସୁମ୍ ଖାତୁନଙ୍କୁ ଅଚେତ ଅବସ୍ଥାରେ ଗତ ଦୁଇଦିନ ତଳେ ଦୁଇ ଜଣ ଅପରିଚିତ ବ୍ୟକ୍ତି ଅର୍ଜୁନପୁର ଅଞ୍ଚଳର କୋଚିଳା ନଦୀ ପଠାରୁ ଉଧାର କରି ଭଦ୍ରଖ ଜିଲ୍ଲା ଧାମନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ଗୁରୁତର ଥିବା ଝୀଅଟିକୁ ଧାମନଗର ରୁ କଟକ ବଡ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା ହେଲେ ଝିଅଟି ଆଜି କଟକ ବଡ ମେଡିକାଲ କଲେଜରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରଥମେ ପରିଚୟ ଜଣାପଡ଼ି ନ ଥିବା ସେ ମୃତା ଝିଅଟି ହେଉଛି ଯାଜପୁର ଜିଲ୍ଲା ଅହିୟାସ ଗ୍ରାମର ମୀର୍ ସରାଫତଙ୍କ ଝିଅ ତବସୁମ୍ ଖାତୁନ୍‌। ସେ ଅହିୟାସ ହାଇସ୍କୁଲ୍‌ର ନବମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ।ଦୁଇ ଦିନ ତଳେ ତବସୁମ୍‌ଙ୍କୁ ଅଚେତ ଅବସ୍ଥାରେ ଦୁଇଜଣ ଯୁବକ ଆଣି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଛାଡ଼ି ପଳାଇଥିଲେ। ସେଠାରେ ତାର ସ୍ୱାସ୍ଥ୍ୟାବସ୍ଥା ନ ସୁଧୁରିବାରୁ ଉନ୍ନତ ଚିକିତ୍ସା ନିମନ୍ତେ ମେଡିକାଲ୍ ତରଫରୁ ଆମ୍ବୁଲାନ୍‌ସ୍ ଯୋଗେ କଟକ ବଡ଼ ଡାକ୍ତରଖାନା ପଠାଯାଇଥିଲା। ମୃତ ନାବାଳିକା ଛାତ୍ରୀ ତବସୁମ୍ ଖାତୁନ କାହିଁକି ନଦୀପଠାରେ ମୃତପ୍ରାୟ ଅବସ୍ଥାରେ ପଡିଥିଲା ସେନେଇ ସାଧାରଣରେ ଚର୍ଚ୍ଚା ହେଇଛି। ଡାକ୍ତରଖାନାରେ ଛାଡ଼ି ଯାଇଥିବା ଦୁଇ ଅଜ୍ଞାତ ଯୁବକଙ୍କ ଫଟୋ ସେଠାକାର କର୍ମଚାରୀମାନେ ଉଠାଇଥିଲେ। ସେ ଫଟୋକୁ ମଙ୍ଗଳପୁର ଥାନା ପୁଲିସ ପାଖକୁ ପଠାଇ ଦିଆଯାଇଛି ଏବଂ ତାହାକୁ ଆଧାର କରି ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଖୋଜିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.