Home ଜିଲ୍ଲା ପରିକ୍ରମା ମେଡିକାଲକୁ କାୟାକଳ୍ପ ଟିମ ପରିଦର୍ଶନ

ମେଡିକାଲକୁ କାୟାକଳ୍ପ ଟିମ ପରିଦର୍ଶନ

41

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଜି କାୟାକଳ୍ପ ଟିମ ପରିଦର୍ଶନ କରିଥିବା ଜଣାଯାଇଛି । ରୋଗ ନିୟନ୍ତ୍ରଣ ଡାକ୍ତର ବିଜୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ପରିବାର ନିୟୋଜନ କାର୍ଯ୍ୟକ୍ରମ ଅଧିକାରୀ ଡାକ୍ତର ଦୀପକ ଶତପଥି, କ୍ରିଟିକାଲ ନର୍ସିଂ କନସଲଟାଣ୍ଟ ଡାକ୍ତର ବି.ଏସ. ବାଲଚନ୍ଦ୍ରନ ପ୍ରମୁଖ ମେଡିକାଲରେ ରୋଗୀ ଚିକିତ୍ସା ମାନ ଓ ସୁବିଧା, ସ୍ୱଚ୍ଛତା, ପରିମଳ ବ୍ୟବସ୍ଥା, ବଜ୍ୟବସ୍ତୁ ପରିଚାଳନା, ଅସ୍ତ୍ରୋପଚାର ସୁବିଧା, ନଥିପତ୍ର ପ୍ରସ୍ତୁତି, କାର୍ଯ୍ୟକ୍ରମ ପରିଚାଳନା, ବର୍ହିଗତ ଓ ଇଣ୍ଡୋର ରୋଗୀଙ୍କ ପାଇଁ ଥିବା ସୁବିଧା, କାର୍ଯ୍ୟାଳୟ ପରିଚାଳନା, ଯାନବାହନ ସୁବିଧା, କର୍ମଚାରୀଙ୍କ ପାଇଁ ବାସଗୃହ ସୁବିଧା, ସବୁଜ ବଳୟ ସୃଷ୍ଟି, ଔଷଧିୟ ବଗିଚା ଆଦି ଅନୁଧ୍ୟାନ କରିବା ସହ ଚିକିତ୍ସକମାନଙ୍କ ଆଭିମୁଖ୍ୟ ପରଖିଥିଲେ । ମେଡିକାଲ ସୁପରିନଟେଣ୍ଡେଣ୍ଟ ଡାକ୍ତର କମଳାକାନ୍ତ ସ୍ୱାଇଁ, ଡାକ୍ତର ତୁଲିକା ରଥ, ଡାକ୍ତର ଆଦିତ୍ୟ ସାହୁ, ଡାକ୍ତର ସୁଧାଂଶୁ ବେହେରା, ଗାଁ କଲ୍ୟାଣ ସମିତି ସହକାରୀ ପରିଚାଳକ ଅଭିଳାଶ ବେହୁରିଆ, ବିଏଚଇଡ ଅନିତାରାଣୀ ରାଉତ, ବିପିଏମ ରଶ୍ମିରେଖା ପୃଷ୍ଟି, ସ୍ୱାସ୍ଥ୍ୟପରିଦର୍ଶକ ମନୋରଞ୍ଜନ ରାଉତ, ଫାର୍ମଶିଷ୍ଟ ପଙ୍କଜ କୁମାର ବେହେରା ପ୍ରମୁଖ କାଯାକଳ୍ପ ଟିମକୁ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.