Home ଜିଲ୍ଲା ପରିକ୍ରମା ମେଟ୍ରିକ୍ ରେଜଲ୍ଟ : ଜିଲାରେ ପାସ୍ ହାର ୭୫.୭୬ ପ୍ରତିଶତ

ମେଟ୍ରିକ୍ ରେଜଲ୍ଟ : ଜିଲାରେ ପାସ୍ ହାର ୭୫.୭୬ ପ୍ରତିଶତ

122

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଚଳିତବର୍ଷ ମେଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଛି । ଭଦ୍ରକ ଜିଲାରେ ପାସ୍ ହାର ରହିଛି ୭୫.୭୬ ପ୍ରତିଶତ । ଚଳିତବର୍ଷ ଚଳିତବର୍ଷ ଭଦ୍ରକ ଜିଲାରେ ମୋଟ ୨୨୦୧୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୧୬୬୮୫ ଜଣ ପାସ୍ କରିଥିବାବେଳେ ୫୩୨୯ ଜଣ ଫେଲ୍ ହୋଇଛନ୍ତି । ଚଳିତବର୍ଷ ଏ-୧ ରେ ୭୨ ଓ ଏ-୨ ରେ ୪୫୬ ଜଣ ପରୀକ୍ଷାର୍ଥୀ ସ୍ଥାନ ପାଇଛନ୍ତି । ତେବେ ପ୍ରତିବର୍ଷ ପରି ଚଳିତ ବର୍ଷ ଭଦ୍ରକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ୯୯.୯ ପ୍ରତିଶତ ରେଜଲ୍ଟ କରିଛି । ଫଳରେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ଗୁରୁଜୀ ଗୁରୁମାମାନେ ବେଶ୍ ଖୁସିବ୍ୟକ୍ତ କରୁଛନ୍ତି । ଏହି ବିଦ୍ୟାଳୟର କେବଳ ଏ-୧ ରେ ୧୧ ଜଣ ପିଲା ରହି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ସେହିପରି ଛାତ୍ରଛାତ୍ରୀମାନେ ମଧ୍ୟ ପରୀକ୍ଷା ଫଳକୁ ନେଇ ବେଶ୍ ଖୁସି ଅଛନ୍ତି । ତେବେ ଗତବର୍ଷର ପାସ୍ ହାର ଠାରୁ ଚଳିତବର୍ଷ ପାସ୍ ହାର ଅଧିକ ୧୦ ପ୍ରତିଶତ ଥିବା ଜିଲା ଶିକ୍ଷାଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.