Home କେନ୍ଦୁଝର ମାଟ୍ରିକ ପରିକ୍ଷାରେ ବଡ଼ବିଲ ସରସ୍ୱତୀ ଶିଶୁ ମନ୍ଦିରର ସଫଳତା

ମାଟ୍ରିକ ପରିକ୍ଷାରେ ବଡ଼ବିଲ ସରସ୍ୱତୀ ଶିଶୁ ମନ୍ଦିରର ସଫଳତା

213

ବଡ଼ବିଲ,ତା ୨୯ ଜୁଲାଇ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ)ଆଜି ପ୍ରକାଶ ପାଇଲା ମ୍ୟାଟ୍ରିକ ପରିକ୍ଷା ଫଳ । ବୋର୍ଡ ପକ୍ଷରୁ ଭିଡିଓ ରିଲିଜ ଜରିଆରେ ପରିକ୍ଷା ଫଳ ପ୍ରକାଶ ପାଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ବିଧିବଦ୍ଧ ଭାବେ ଏହା ଘୋଷଣା କରିଛନ୍ତି । ଚଳିତ ବର୍ଷ ପାସ୍‌ ହାର ୭୮.୭୬% ରହିଛି, ଯାହା ଗତ ବର୍ଷ ତୁଳନାରେ ବେଶ୍ ଅଧିକ ରହିଛି । ଗତବର୍ଷ ପାସ୍ ହାର ୭୦.୭୮% ରହିଥିଲା । କେନ୍ଦୁଝର ଜିଲ୍ଲାର ବଡ଼ବିଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସମୁଦାୟ ୭୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୭୮ଜଣ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଛନ୍ତି । ବଡ଼ବିଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୨ଜଣ ଛାତ୍ରୀ A1 ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅନୁପମା ବାରିକ ଓ ସୁପର୍ଣ୍ଣା ବେହେରା କୃତିତ୍ବ ହୋଇଛନ୍ତି । ସେଥିମଧ୍ୟରୁ ୨ଜଣ ଏ-୧ ଗ୍ରେଡ୍‌ରେ ପାସ୍ କରିଥିବା ବେଳେ ଏ-୨ ଗ୍ରେଡ୍‌ରେ ୩ଜଣ, ବି-୧ ଗ୍ରେଡ୍‌ରେ ୧୧ଜଣ, ବି-୨ ଗ୍ରେଡ୍‌ରେ ୧୪ଜଣ, ସି ଗ୍ରେଡ୍‌ରେ ୨୦ଜଣ , ଡି ଗ୍ରେଡ୍‌ରେ ୧୬ଜଣ , ଇ ଗ୍ରେଡ୍‌ରେ ୧୨ଜଣ ପାସ୍ କରିଥିବା ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଡମ୍ବୁରୁଧର ମହାନ୍ତ ସୂଚନା ଦେଇଛନ୍ତି । ବଡ଼ବିଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଓ ଗୁରୁମା ଏବଂ ଅଭିଭାବକ ପରିଚାଳନା କମିଟି ପକ୍ଷରୁ ଖୁସି ଲହରୀ ଖେଳିଯାଇଛି । ଏଥିସହ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ସମସ୍ତ ବିଦ୍ୟାର୍ଥୀମାନଙ୍କ ଉତୋରତର ଉନ୍ନତି କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.