Home ଜିଲ୍ଲା ପରିକ୍ରମା ମେଗା ସ୍ୱାସ୍ଥ୍ୟ ଶିବିରରେ ୧୬୮୦ ରୋଗୀ ଚିକିତ୍ସିତ

ମେଗା ସ୍ୱାସ୍ଥ୍ୟ ଶିବିରରେ ୧୬୮୦ ରୋଗୀ ଚିକିତ୍ସିତ

31

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ବ୍ଲକର ମିଳିତ ଆନୁକୂଲ୍ୟରେ ସରସଦା ସ୍କୁଲ ପଡିଆରେ ଆଜି ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ୧୬୮୦ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ବି.ସି ସାମଲ, ଶିଶୁରୋଗ ବିଶେଷଜ୍ଞ ୟୁ.କେ.ଦେଶାରୀ, ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଏ.ଲିଲାପାଲ୍ଲି, ଅସ୍ଥିଶଲ୍ୟ ବିଶେଷଜ୍ଞ ଏସ.ଦାସ, ଶଲ୍ୟ ବିଶେଷଜ୍ଞ ଡି.ଏମ.ପଣ୍ଡା, ନାସା, ଗଳା ଓ କର୍ଣ୍ଣ ବିଶେଷଜ୍ଞ ଏସ.ସେଠୀ, ଦନ୍ତ ବିଶେଷଜ୍ଞ ସୁଧାଂଶୁ ବେହେରା, ଚର୍ମରୋଗ ବିଶେଷଜ୍ଞ ବି.ପାଣିଗ୍ରାହୀଙ୍କ ସମେତ ୮ଜଣ କବିରାଜ ଓ ହୋମିଓପାଥିକ ଡାକ୍ତର ୨୯ଟି ଷ୍ଟଲରେ ରୋଗୀମାନଙ୍କୁ ମାଗଣା ଚିକିତ୍ସା ରୋଗ ନିରୂପଣ ପରୀକ୍ଷା ଓ ଔଷଧ ଯୋଗାଇ ଦେଇଥିଲେ। ଶିବିରରେ ୩ଜଣ ଯୋଗ ପ୍ରଶିକ୍ଷକ ମଧ୍ୟ ରୋଗୀମାନଙ୍କ ପାଇଁ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର କମଳାକାନ୍ତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରକୁ ସାଂସଦ ମଞ୍ଜୁଲତା ମଣ୍ଡଳ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ।

ଏଥିରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ କୁମାର ପାତ୍ର, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ବିଡିଓ ଦେବଦତ୍ତ ଦାଶ, ସିଡିପିଓ ନିର୍ଝରିଣୀ ରାଉତ, ଜିଲ୍ଲା ପରିଷଦ ସଦସ୍ୟ ଉତ୍କଳ କେଶରୀ ମହାନ୍ତି, ଲକ୍ଷ୍ମୀଧର ସାହୁ, ବଦ୍ରୀନାରାୟଣ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜନସାଧାରଣଙ୍କ ଦ୍ୱାରମୁହଁରେ ଚିକିତ୍ସା ସେବା ଉପଲବ୍ଧ ପାଇଁ ଏହି ଶିବିର ଫଳପ୍ରଦ ହେବ ବୋଲି ଆଶା ପ୍ରକାଶ କରିଥିଲେ। ସାଂସଦ ପ୍ରତିନିଧି ଲଳିତ ରାଉତ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିପିଏମ ରଶ୍ମିରେଖା ପୃଷ୍ଟି ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଉତ୍ତମ ସେବା ପାଇଁ ପୁରୁଷ ସ୍ୱାସ୍ଥ୍ୟକର୍ମୀ ପ୍ରଭାକର ବେହୁରିଆ, ମହିଳା ସ୍ୱାସ୍ଥ୍ୟକର୍ମୀ ମାନସୀରାଣୀ ଦାସ, ଆଶାକର୍ମୀ ଜୟନ୍ତି ସେଠୀ, ଅଙ୍ଗନୱାଡି କର୍ମୀ ମମିତା ନାୟକ, ଓ ସହାୟିକା ପାର୍ବତୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବ୍ଲକ ପକ୍ଷରୁ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରାଯାଇଥିଲା। ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ଗୃହପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ବିକ୍ରୟ ଷ୍ଟଲ ଖୋଲାଯାଇଥିଲା। ମେଡିକାଲର ସମସ୍ତ ଆୟୁଷ ଡାକ୍ତର, କର୍ମଚାରୀ ଓ ମନୋରଞ୍ଜନ ରାଉତ, ଫାର୍ମାଶିଷ୍ଟ ପଙ୍କଜ କୁମାର ବେହେରା, ରଞ୍ଜିତ କୁମାର ବରାଳ, ପ୍ରଫୁଲ୍ଲ ଖଟୁଆ, ଲଲାଟ କୁମାର ପାଢ଼ୀ, ଭାରତ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.