Home ଜିଲ୍ଲା ପରିକ୍ରମା ମାଲକାନଗିରି ରେ ନିର୍ବାଚନ ପାଠଶାଳା,ଦିବ୍ୟାଙ୍ଗ ଓ ବରିଷ୍ଟ ନାଗରୀକ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ମାଲକାନଗିରି ରେ ନିର୍ବାଚନ ପାଠଶାଳା,ଦିବ୍ୟାଙ୍ଗ ଓ ବରିଷ୍ଟ ନାଗରୀକ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

204

ମାଲକାନଗିରି,୨୦ା୧୨(ଓଡିଆ ପୁଅ ) ଆସନ୍ତା ୨୦୧୯ ନିର୍ବାଚନ ରେ ଯେପରି ଶତପ୍ରତିଶତ ମତଦାନ  ହେବ ସେନେଇ ମାଲାକନଗିରି ଜିଲ୍ଲାରେ ନିର୍ବାଚନ ପାଠଶାଳା ଆରମ୍ଭ ହୋଇ ଯାଇଛି । ସ୍ଥାନୀୟ ଡିଆରଡିଏ ସଭାଗୃହରେ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଏହି ପାଠଶାଳାରେ ଉପଜିଲ୍ଲାପାଳ ତଥା ରିଟର୍ନିଂ ଅଫିସର ରାମେଶ୍ୱର ପ୍ରଧାନ ଯୋଗଦେଇ ବ୍ଲକନିର୍ବାଚନ ଅଧିକାରୀ, ଶିକ୍ଷକ,ଅନ୍ୟାନ ଅଧିକାରୀ ମାନଙ୍କୁ ନିର୍ବାଚନ ସଂପର୍କିୟ ତାଲିମ ଦେଇଥିଲେ । ଏହି ପାଠ ଶାଳା ପ୍ରତି ହାଇସ୍କୁଲ, କଲେଜ ମାନଙ୍କରେ ଖୋଲା ଯାଇ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଭୋଟର କ୍ଲବ ଗଠନ କରାଯିବ । ଆଗାମି ନିର୍ବାନ ପୁବ ର୍ରୁ ପ୍ରତି ବିଦ୍ୟାଳୟରେ ଭୋଟର ମାନଙ୍କୁ ସଚେତନତା କରିବା ପାଇଁ ସେମାନଙ୍କୁ ତାଲିମ ଦିଆ ଯିବ ।ବିଶେଷ କରି ଦିବ୍ୟାଙ୍ଗ ଓ ବରିଷ୍ଟ ନାଗରିକ ଭୋଟ ମାନଙ୍କ ପାଇଁ ଭୋଟ କେନ୍ଦ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା ହେବ ।ପ୍ରତି ପଚାଂୟତ ଗ୍ରାମସଭାରେ ନିବା ର୍ଚନ ସ୍ୱାକ୍ଷର ସମିତି ଗଠନ କରାଯାଇ ନିର୍ବାଚନ ପାଠଶାଳା ମାଧ୍ୟମରେ ଭୋଟର ମାନଙ୍କୁ ସଚେତନତା କରାଯିବ ,ନିର୍ବାଚନ ପାଠଶାଳାରେ ତାଲିମ ନେଇଥିବା ବ୍ୟକ୍ତି ମାନେ ମାଲକାନଗିରି ଜିଲ୍ଲାରେ ଥିବା ୫୪୦ଟି  ବୁଥ ଅଚଂଳକୁ ଗସ୍ତକରି ଶତପ୍ରତି ଶତ ମତଦାନ ପାଇଁ ଜନସଚେତନତା କରିବେ,ଭୋଟର ତାଲିକା ସଂଶୋଧନର ଶେଷ ତାରିଖ ଡିସେମ୍ବର ମାସ ୧୫ତାରିଖ ଥିବାବେଳେ ଏହା ୨୧ ଜାନୁଆରୀ କୁ ବୃଦ୍ଧିକରାଯାଇଛି । ଜାନୁଆରୀ ମାସରେ ୧୮ବର୍ଷ ପୁରି ଯାଇଥିବା ଯୁବକ ଓ  ଯୁବତୀ ମାନେ ଭୋଟର ହେବାପାଇଁ ଆବେଦନ କରି ତାଲିକା ଭୁକ୍ତ ହୋଇ ପାରିବେ ବୋଲି ଉପଜିଲ୍ଲାପାଳ ସୁଚନେଦେଇଥିଲେ । ଏହି କର୍ମଶାଳାରେ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର,ଜିଲ୍ଲାମଙ୍ଗଳ ଅଧିକାରୀ,ବରିଷ୍ଟ ନାଗରିକ, ଗଣମାଧ୍ୟମ ପ୍ରତିନିଧି,ମହାବିଦ୍ୟାଳୟ ଅଧ୍ୟ କ୍ଷ,ବିଦ୍ୟାଳୟ ପ୍ରଧାନଶିକ୍ଷକ ,ଜିଲ୍ଲାଶିକ୍ଷା ଅଧିକାରୀ,ବୁଦ୍ଧିଜୀବୀ ମାନେ ଯୋଗଦେଇ ତାଲିମ ନେଇଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.