Home ଓଡ଼ିଶା ମୂର୍ତିକା ସଂରକ୍ଷଣ କାର୍ଯ୍ୟାଳୟରୁ ୮ଲକ୍ଷ୭୧ହଜାର ଟଙ୍କା ଡକାୟତି କରିବା ଅଭିଯୋଗରେ ୫ଜଣ ଗିରଫ

ମୂର୍ତିକା ସଂରକ୍ଷଣ କାର୍ଯ୍ୟାଳୟରୁ ୮ଲକ୍ଷ୭୧ହଜାର ଟଙ୍କା ଡକାୟତି କରିବା ଅଭିଯୋଗରେ ୫ଜଣ ଗିରଫ

54

ମାଲକାନଗିରି,୧୬ା୭ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମୂର୍ତିକା ସଂର କ୍ଷଣ କାର୍ଯ୍ୟାଳୟ ଭିତରେ ପସି ଅଧିକାରୀ ଓ କର୍ମାଚାରୀ ମାନଙ୍କ ଛୁରୀ ଦେଖାଇ ୮ଲ କ୍ଷ ୭୧ହଜାର ଟଙ୍କା ଡକାୟାତି କରିନେବା ଅଭି ଯୋଗରେ ଜଣେ େଓ୍ୟବ ଚ୍ୟାନେଲ ସାମ୍ବାଦିକ ସହ ୫ଜଣଙ୍କୁ ଗିରଫ କରିଛି ପୁଲିସ । ଏସଡିପିଓ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗିରଫ ୫ଜଣ ଓ ଜବତ ହୋଇଥିବା ଟଙ୍କାକୁ ପ୍ରଦର୍ଶନ କରି ଡକାୟତି ଘଟଣା ସଂପର୍କରେ ଏସଡିପିଓ ଅଭିଳାଜୀ ସୁଚନା ଦେଇଛନ୍ତି ।ପୁଲିସ ସୁଚନା ଅନୁଯାଇ ମାଥିଲି ସ୍ଥ ମୂର୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ବୃଷ୍ଟି ପୃଷ୍ଟି ଅଚଂଳ ବିକାଶ ଯୋଜନାରେ ଚାଷୀଙ୍କୁ ୧୦ହଜାର ଲେଖା ଟଙ୍କା ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥାଏ, ସେମାନେ ୮ହଜାର ଟଙ୍କା ମୃର୍ତିକା ସଂରକ୍ଷଣ ବିଭାଗକୁ ଫେରାଇ ସେଥିରୁ ସାର,ଗଛ,ଔଷଧ ନେଇଥାନ୍ତି , ଚାଷୀଙ୍କ ଠାରୁ ଏହି ଟଙ୍କା ଆଦାୟ ପାଇଁ ଏଜେଟଂ ଭାବେ ରାମଚନ୍ଦ୍ର ନାଗଙ୍କୁ ନିଯୁକ୍ତି ଦିଆ ଯାଇଥିଲା , ସେ ବାମଗୁଡା,ଦୋରାଗୁଡା, ମେଣ୍ଡକୁଲି,ରାମାଗୁଡା ଅଚଂଳର ଚାଷୀହ୍‌କ ଠାରୁ ୮ଲକ୍ଷ ୭୧ହଜାର ଟଙ୍କା ଆଦାୟ କରିଥିଲେ । ଏହି ଆଦାୟ ଟଙ୍କାକୁ ମାଥିଲି ମୃର୍ତିକା ସଂରକ୍ଷଣ ବିଭାଗ କାର୍ଯ୍ୟାଳୟ ରେ ଜମା ଦେଇଥିଲେ । ଟଙ୍କା ଜମା ଦେବାର ସେହି ରାତ୍ରରେ ଲୁଟକରିବା ପାଇଁ ଯୋଜନାକରି ଅନ୍ୟ୪ଜଣଙ୍କ ସହାୟତାରେ ମୁହଁରେ କଳାମୁଖା ଲଗାଇ କାର୍ଯ୍ୟାଳୟ କୁ ପସି କର୍ମାଚାରୀ ଙ୍କୁ ଛୁରୀଦେଖାଇ ୮ଲକ୍ଷ ୭୧ ହଜାର ଟଙ୍କା ଲୁଟିନେଇଥିଲେ । ଏ ସଂପର୍କରେ କାର୍ଯ୍ୟାଳୟର ସହକାରି ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୋଦ ବେହେରା ମାଥିଲି ଥାନାରେ ଏତଲା ଦେବା ପରେ ମାଥିଲି ଥାନା ଅଧିକାରୀ ରଘୁନାଥ ମାଝିଙ୍କ ନେତୃତ୍ୱରେ ପୁଲିସ ଟିମ ଗଠନକରାଯାଇ ତଦନ୍ତ କରି ୨୪ଘଟାଂ ମଧ୍ୟରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ପୁଲିସ ତଦନ୍ତ କରି ପ୍ରଥମେ ଟଙ୍କା ଜମାଦେଇ ଥିବା ରାମ ନାଗଙ୍କୁ ଥାନାକୁ ଆଣି ପଚରା ଉଚରା କରିବାରୁ ଘଟଣାର ପର୍ଦ୍ଦାଫସ ହୋଇଥିଲା । ଡକାୟତି ଘଟଣାରେ ସମିଲ ଥିବା ଦାଲଗୁଡା ଗ୍ରାମର ଏଜେଟଂ ରାମ ନାଗ,ପାତ୍ରପୁଟ ଗ୍ରାମର ପ୍ରଶାନ୍ତ ସଗରିଆ(େଓ୍ୟବ ଚ୍ୟାନେଲର ସାମ୍ବାଦିକ) ,ମାଡକାମିଗୁଡା ଗ୍ରାମର କୃଷ୍ଣ କଟିଆ,ମେଣ୍ଡକୁଲି ଗ୍ରାମର ରତନ ମାଝୀ ଓ ଆନନ୍ଦ କଶ୍ୟପ ୫ଜଣଙ୍କୁ ପୁଲିସ ଗିରଫ କରିବା ସହ ସେମାନଙ୍କନିକଟରୁ ଲୁଟ ହୋଇଥିବା ୮ଲ କ୍ଷ ୭୧ହଜାର ଟଙ୍କା,୫ଟି ମୋବାଇଲ ଫୋନ,୪ଟି ମଟର ସାଇକେଲ ଜବତ କରିଛନ୍ତି । ଗିରଫ୫ଜଣ ଙ୍କୁ କୋର୍ଟଚାଲାଣ କରାଯାଇଥିବାର ଏସଡିପିଓ ସୁଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମାଥଲି ଥାନା ଆଇଆଇସି ରଘୁନାଥ ମାଝୀ,ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରାମପ୍ରସାଦ ନାଗ ପ୍ରମୁଖ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.