Home ଜିଲ୍ଲା ପରିକ୍ରମା ପଞ୍ଚୁକ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ନାମ ସଂକୀର୍ତ୍ତନ

ପଞ୍ଚୁକ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ନାମ ସଂକୀର୍ତ୍ତନ

159

ମାଲକାନଗିରି,୧୧ା୧୧(ଓଡିଆ ପୁଅ): କାର୍ତ୍ତିକ ମାସ ପଞ୍ଚୁକ ଓ ପୂର୍ଣ୍ଣିମା ଉପଲକ୍ଷେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଦେବାଳୟ ମାନଙ୍କରେ ବୃଦ୍ଧବୃଦ୍ଧା ଓ ଭକ୍ତମାନେ ପୁଜା ପାଠକରି ଦେବାଦେବୀଙ୍କୁ ଦର୍ଶନ କରିଛନ୍ତି।ମନ୍ଦିର ପରିସରରେ ଅଷ୍ଟପ୍ରହର,ଚବିଶ ପ୍ରହର,ବତିଶ ପ୍ରହର ନାମ ଯଜ୍ଞ ସଂକୀର୍ତ୍ତନ ଆଜିଠାରୁ ଆରମ୍ଭ  ହୋଇଯାଇଛି।ବିଶେଷ କରି ମାଲକାନଗିରି ଜିଲ୍ଲା ସଦର ମହକୁମା ୧୧୯କଲୋନି ଆଖଣ୍ଡଳମଣୀ ମନ୍ଦିର, ଶିବାନନ୍ଦ ଆଶ୍ରମ, ଏମଭି୩ ମା’ ମଙ୍ଗଳାଙ୍କ ପିଠ, ତଳସାହି ଶିବମନ୍ଦିର, ହାଟପଦା ବୁଟିଗୁଡା ବିଶେଶ୍ୱର ଶିବ ମନ୍ଦିର ପରିସରରେ ନାମ ସଂକୀର୍ତ୍ତନ, ଦରିଦ୍ର ନାରାୟଣସେବା ଅର୍ନପ୍ରସାଦ ବଣ୍ଟନ କରାଯାଇଥିଲା।ପାରାୟଣ, ପ୍ରବଚନ ଓ ନାମ ସଂକୀର୍ତ୍ତନନରେ ସମଗ୍ର ମାଲକାନଗିରି ସହରରେ ପରିବେଶ ଭକ୍ତିମୟ ହୋଇଉଠିଥିଲା।ବସଷ୍ଟାଣ୍ଡ ଠାରେ ଘରୋଇ ବସ କର୍ମଚାରୀ ସଂଘ ପକ୍ଷରୁ ପ୍ରସାଦ ସେବନ ଓ ଶତାଧିକ ଦରିଦ୍ର ନାରାୟଣଙ୍କ ସେବା କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.