Home ଓଡ଼ିଶା ମୁଣ୍ଡଳୀ ପହଞ୍ଚିବ ବନ୍ୟାଜଳ

ମୁଣ୍ଡଳୀ ପହଞ୍ଚିବ ବନ୍ୟାଜଳ

155

କଟକ,୧୬/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ମହାନଦୀରେ ଆସିଥିବା ବନ୍ୟାରେ ସୁଧାର । ମୁଣ୍ଡଳିଠାରେ ଏବେ ୪ ଲକ୍ଷ ୭୪ ହଜାର ୬୨୪ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି । କାଠଯୋଡ଼ି ନଦୀକୂଳରେ ରହୁଥିବା ବସ୍ତିବାସିନ୍ଦା ନିଜ ଘରକୁ ଫେରୁଛନ୍ତି । ତେବେ ହୀରାକୁଦରେ ଛଡ଼ାଯାଇଥିବା ବନ୍ୟା ଜଳ ଆସନ୍ତାକାଲି ସୁଦ୍ଧା ମୁଣ୍ଡଳି ପହଞ୍ଚିବ । ଏହି ଜଳ ପହଞ୍ଚିଲେ ତଳମୁଣ୍ଡରେ ପୁଣଇ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ।

ଏଥିପାଇଁ ଲୋକଙ୍କ ମଧ୍ୟରେ ଆଶଙ୍କା ଓ ଭୟ ଦେଖାଦେଇଛି । ଏହା ପୂର୍ବରୁ ତେଲ ନଦୀରେ ବନ୍ୟା ପାଣି ମାଡି ଆସିବାରୁ ନରାଜର ୪୬ଟି ଗେଟ୍‌ ଖୋଲାଯାଇଛି । ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ବାଲି ବସ୍ତା ପକାଇ ନଦୀ ବନ୍ଧକୁ ମଜବୁତ୍‌ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.