Home ଜିଲ୍ଲା ପରିକ୍ରମା ମୁଢି ବୋଝେଇ ଗାଡିରୁ ୫୦୦ଲିଟର ମଦ ଜବତ

ମୁଢି ବୋଝେଇ ଗାଡିରୁ ୫୦୦ଲିଟର ମଦ ଜବତ

49

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଆଖୁଆପଦା ବୈତରଣୀ ସେତୁ ନିକଟରୁ ଗୋଟିଏ ମୁଢି ବୋଝେଇ ଅଟୋରୁ ପାଞ୍ଚଶହ ଲିଟର ଦେଶୀ ମଦ ଗତକାଲି ରାତ୍ରରେ ଜବତ କରାଯାଇଛି । ଏସ.ଆଇ ଅନୁରାଗ ମହାନ୍ତି, କର୍ମଚାରୀ ମଧୁସୂଦନ ସଏ, ଅମିତ କୁମାର କର ପ୍ରମୁଖ ଓଆର ୦୧ ଏଲ ୬୦୭୧ନଂ ମୁଢି ବୋଝେଇ ଅଟୋରୁ ଏହି ମଦ ଜବତ କରିଥିଲେ । ମୁଢି ପରିବହନ କରୁଥିବା ଏହି ଯାନରେ ଦଶଟି ସିମେଣ୍ଟ ଅଖା ଭିତରେ ରଖାଯାଇଥିବା ମଦ ଜବତ କରାଯାଇଥିଲା । ପ୍ରତ୍ୟେକ ଅଖା ଭିତରେ ପଚାଶ ଲିଟର ମଦ ରହିଥିଲା । ମୟୁରଭଞ୍ଜରୁ ଭୁବନେଶ୍ୱର ଯାଉଥିବା ଏହି ଅଟୋ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ପୁଲିସ ଗାଡି ଓ ମଦକୁ ଜବତ କରିବା ସହ ଚାଳକ ମୟୁରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର ବାବୁଲା ପାତ୍ର ଓ ସହାୟକ ସୌମ୍ୟରଞ୍ଜନ ବେସ୍ରାଙ୍କୁ ଗିରଫ କରିଛି । ଥାନାରେ ଏଥିନେଇ ୨୦୦/୨୧ନଂ ମାମଲା ଋୁଜୁ କରି ଅଭିଯୁକ୍ତ ଦ୍ୱୟକୁ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.