Home ଜିଲ୍ଲା ପରିକ୍ରମା ଭଦ୍ରକରୁ ୧୯୨ କରୋନା ପଜିଟିଭ୍ ଚିହ୍ନଟ

ଭଦ୍ରକରୁ ୧୯୨ କରୋନା ପଜିଟିଭ୍ ଚିହ୍ନଟ

42

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଆଉ ୧୯୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୨୧୪ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ତେବେ ଜିଲ୍ଲାରୁ ମୋଟ ୪ ଲକ୍ଷ ୫୧ ହଜାର ୫୯୨ ନମୁନା ପରୀକ୍ଷା ପରେ ମୋଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୨୧ ହଜାର ୨୬୫ଜଣ । ସେମାନଙ୍କ ମଧ୍ୟରୁ ସୁସ୍ଥ୍ ହୋଇ ସାରିଛନ୍ତି ୧୯ ହଜାର ୪୪୭ଜଣ । ଏବେ ସକ୍ରିୟ ଆକ୍ରାନ୍ତ ଅଛନ୍ତି ୧୭୭୭ ଜଣ । ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବାସୁଦେବପୁର ପୌରପାଳିକାରୁ ୭ଜଣ, ଭଦ୍ରକ ପୌରପାଳିକାରୁ ୧୧ଜଣ, ବନ୍ତ ବ୍ଲକରୁ ୨୮ଜଣ, ଭଣ୍ଡାରିପୋଖରୀ ବ୍ଳକରୁ ୧୦ଜଣ, ଧାମନଗର ବ୍ଲକରୁ ୨୩ଜଣ, ତିହିଡ଼ି ବ୍ଲକରୁ ୧୮ଜଣ, ବାସୁଦେବପୁର ବ୍ଲକରୁ ୩୯ଜଣ, ଚାନ୍ଦବାଲି ବ୍ଲକରୁ ୯ଜଣ, ଭଦ୍ରକ ବ୍ଲକରୁ ୨୪ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ଭଦ୍ରକ ଜିଲ୍ଲାର ୧୮ଜଣ ଜିଲ୍ଲା ବାହାରେ ଚିହ୍ନଟ ହୋଇଥିବା ବେଳେ ବାହାର ଜିଲ୍ଲାର ୫ଜଣ ଭଦ୍ରକ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.