Home ଜିଲ୍ଲା ପରିକ୍ରମା ଗାଁ ଭିରତକୁ ପଶିଆସିଲା ଦନ୍ତାହାତୀ : ଆତଙ୍କିତ ଗ୍ରାମବାସୀ

ଗାଁ ଭିରତକୁ ପଶିଆସିଲା ଦନ୍ତାହାତୀ : ଆତଙ୍କିତ ଗ୍ରାମବାସୀ

54

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଅନ୍ତର୍ଗତ ବନ୍ତ ବ୍ଲକ୍‌ର କାଶୀପୁର ଗାଁର ବଗଦା ଶାସନରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଆଜି ଭୋର୍‌ରୁ ଗାଁ ଭିତରକୁ ଏକ ଦନ୍ତାହାତୀ ପଶିଆସି ଦୀର୍ଘ ସମୟ ଧରି ଆତଙ୍କ ସୃଷ୍ଟି କରିଥିଲା । ଗାଁ ଲୋକ ସକାଳୁ ଉଠିଲା ବେଳକୁ ଏକ ଦନ୍ତାହାତୀ ଗାଁ ଭିତରକୁ ପଶି ଆସିଥିବା ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ଦନ୍ତାକୁ ଘଉଡାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ହାତୀ ଗାଁରୁ ବାହାରକୁ ନଯାଇ ଏଣେତେଣେ ବୁଲୁଥିବାର ଦେଖିବାକୁ ମିଳିଛି । ଗାଁ ଭିତରେ ଥିବା ବଗିଚାରେ ପଶି ରହିଥିଲା । ଶେଷରେ ଉପାୟ ନପାଇ ଗାଁ ଲୋକମାନେ ଆଗରପଡା ବନ ବିଭାଗକୁ ଖବର ଦେବା ପରେ ବନ କର୍ମଚାରୀ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ହାତୀ ଘଉଡାଇବାକୁ ଚେଷ୍ଟା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.