Home ଜିଲ୍ଲା ପରିକ୍ରମା ଧାମନଗର- ଦୋବଲ ରାସ୍ତା ବିପର୍ଯ୍ୟସ୍ତ, ମରାମତି ଆଳରେ ଠିକାଦାର ମାଲେମାଲ

ଧାମନଗର- ଦୋବଲ ରାସ୍ତା ବିପର୍ଯ୍ୟସ୍ତ, ମରାମତି ଆଳରେ ଠିକାଦାର ମାଲେମାଲ

23

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଳକର ବିଭିନ୍ନ ଗ୍ରାମ୍ୟ ଓ ମୁଖ୍ୟ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ବିଭାଗୀୟ ଅଧିକାରୀମାନେ ସେ ଦୀଗରେ ନଜର ନଦେଇ ବରଂ ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରୁଛନ୍ତି। ଲଗାଣ ବର୍ଷାରେ ବିଭିନ୍ନ ରାସ୍ତାର ଖାଲ ଖମା ଥିବାରୁ ବର୍ଷାଜଳ ରହି ରାସ୍ତା ଆହୁରି ଖରାପ ଅବସ୍ଥା ଆଡ଼କୁ ଯାଉଛି। ଅନ୍ୟପଟେ ରାସ୍ତାର ୨ପାଶ୍ୱର୍ରେ ଜବରଦଖଲ କାରୀମାନେ ବେଆଇନ୍ ଭାବରେ ଘର ଓ ଦୋକାନ ନିର୍ମାଣ କରି ଜବରଦଖଲ କରି ଡ଼୍ରେନେଜ ବ୍ୟବସ୍ଥା ନଥିବାରୁ ରାସ୍ତା ଉପରେ ପାଣିଜମି ରାସ୍ତା ବିପର୍ଯ୍ୟସ୍ତକୁ ଦିଗୁଣିତ କରୁଛି। ଏନେଇ ସ୍ଥାନୀୟ ପ୍ରଶାସନ କୌଣସି ଦୃଷ୍ଟି ଦେଉନାହିଁ। ସେହିପରି ଧାମନଗର- ଫଳପୁର, ରାମେଶ୍ୱରପୁର- କରଦା, ଧାମନଗର- କୋଠାର ସମେତ ଧାମନଗର- ଦୋବଲ ଭାୟା ଷେଣ୍ଢପୁର ରାସ୍ତା ବିଭିନ୍ନ ସ୍ଥାନରେ ରାସ୍ତାରୁ ବଡ଼ ବଡ଼ ଗାଢ ସୃଷ୍ଟି ହୋଇଥିବାରୁ ଯାନବାହନ ଯାତାୟତରେ ଘୋର ଅସୁବିଧା ଦେଖାଦେଉଛି। ସୂଚନା ଥାଉକି ସରକାର ଗ୍ରାମ୍ୟ ରାସ୍ତାର ସୁଦୃଢିକରଣ, ମରାମତି ଓ ପ୍ରସସ୍ତିକରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଥିବାବେଳେ ତଳସ୍ଥରର ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ସଲାସୁତୁରାରେ ନିମ୍ନମାନର କାମ କରୁଥିବାରୁ ରାସ୍ତାମାନଙ୍କର ଅବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଏହି ରାସ୍ତାଟି ଭଦ୍ରକ- ଯାଜପୁର ଜିଲ୍ଳାକୁ ସଂଯୋଗ କରୁଥିବାରୁ ଦୈନିକ ଏହି ରାସ୍ତାଦେଇ ହଜାର ହଜାର ଲୋକଙ୍କ ଯାତାୟତ ସାଂଗକୁ ବିଭିନ୍ନ ଗାଡ଼ିମୋଟର ଓ ବସ ମଧ୍ୟ ଯାତାୟତ କରିଥାଏ। ଏପରିକି ଏହି ରାସ୍ତାଦେଇ ଭୁବନେଶ୍ୱର- କଟକ ଓ ଭଦ୍ରକକୁ ମଧ୍ୟ ବଡ଼ ବଡ଼ ବସ ଯାତାୟତ କରୁଛି। ତେବେ ଏହି ମୁଖ୍ୟ ରାସ୍ତା ଏବେ ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ଜନସାଧାରଣ ଯିବା ଆସିବାରେ ବାଧାପ୍ରାପ୍ତ ସାଂଗକୁ ଦୁର୍ଘଟଣା ମ୍ମ ଘଟୁଛି। ଏପରିକି ଧାମନଗର କଲେଜ ଠାରୁ ଦୋବଲ ବସଷ୍ଟାଣ୍ଡ ରାସ୍ତାର ଦୁଇପାଶ୍ୱର୍ରେ ଜବରଦଖଲ ସାଂଗକୁ ବେଆଇନ୍ ଘର କରାଯାଇଥିବାରୁ ଅହରହ ବର୍ଷା ଯୋଗୁଁ ରାସ୍ତା ଉପରେ ବର୍ଷାପାଣି ଜମାଟ ବାନ୍ଧି ରହିଥିବାରୁ ଯିବା ଆସିବାରେ ମଧ୍ୟ ଅନେକ ଅସୁବିଧା ହେଉଛି। ଏ ଦୀଗରେ ବିଭାଗୀୟ ଅଧିକାରୀ ତଥା ସ୍ଥାନୀୟ ଜନପ୍ରତିନିଧିମାନେ କେହି ଦୃଷ୍ଟି ମଧ୍ୟ ଦେଉନାହାନ୍ତି। ତୁରନ୍ତ ଉକ୍ତ ରାସ୍ତା ମରାମତି ଓ ଦୋବଲ ବଜାର ଜରଦଖଲ ହଟାଇ ଏହାର ସ୍ଥାୟୀ ସମାଧାନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.