Home କେନ୍ଦୁଝର ମୁଗୁପୁର ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ହେଲେ

ମୁଗୁପୁର ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ହେଲେ

32

ହାଟଡିହି-୨୬ /୧୨ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ମୁଗୁପୁର ଡାକ୍ତରଖାନାରେ ଦୀର୍ଘବର୍ଷ ପରେ ଜଣେ ଏବିବିଏସ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ଡାକ୍ତରଖାନାରେ ଏଲୋପାଥିକ ଡାକ୍ତର ନଥିବାବେଳେ ଜଣେ ହୋମିଓ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇ କାମଚଳା କରାଯାଉଥିଲା । ଫଳରେ ୩ଟି ପଞ୍ଚାୟତର ୨୦ହଜାରରୁ ଉର୍ଦ୍ଧ ଲୋକ ୭ବର୍ଷ ହେଲା ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇ ଆସୁଥିଲେ । ଏପରିକି ସାମାନ୍ୟ ଜ୍ୱର କି ଝାଡା ହେଲେ ରୋଗୀମାନେ ବହୁ ଦୁରଦୁରାନ୍ତକୁ ଯାଇ ଖର୍ଚ୍ଚାନ୍ତ ହେଉଥିଲେ । ଏ ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତର ଅଂଶୁମାନ ପଣ୍ଡାଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଛି । ଶ୍ରୀଯୁକ୍ତ ପଣ୍ଡା ବୁର୍ଲା ମେଡିକାଲ କଲେଜରୁ ଏମ.ବି.ବି.ଏସ ଶିକ୍ଷା ସମାପ୍ତପରେ ସମ୍ବଲପୁରରେ କୋଭିଡ-୧୯ରେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ । ଡାକ୍ତର ପଣ୍ଡା ଏଠାରେ ଯୋଗଦେବା ପରେ ବିପର୍ଯ୍ୟସ୍ତ ହୋଇପଡିଥିବା ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି । ମୁଗୁପୁର ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.