Home କେନ୍ଦୁଝର ମହିଳାଙ୍କ ଆର୍ôଥକ ସଶକ୍ତିକରଣ ପାଇଁ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ

ମହିଳାଙ୍କ ଆର୍ôଥକ ସଶକ୍ତିକରଣ ପାଇଁ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ

23

ହାଟଡିହି-୨୬ /୧୨ (ଓଡିଆପୁଅ / ବିକାଶ ବିଶ୍ୱାଳ) ମହିଳା ମାନଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବାସହ ଦେଶର ବିକାଶ ପାଇଁ ମହିଳା ମାନଙ୍କ ଆର୍ଥିକ ବିକାଶ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟିଆରଇଇ ର ପ୍ରକଳ୍ପ ସଂଯୋଜକ ମନୋଜ କୁମାର ପଣ୍ଡା ଶିବିର ପରିଚାଳନା କରିଥିବାବେଳେ ପ୍ରଶିକ୍ଷକ ପର୍ଶୁରାମ ମାଝୀ ବୈଜ୍ଞାନିକ ଜ୍ଞାନ କୌଶଳରେ ବିଭିନ୍ନ ଦିଗ ଉପରେ ଆଲୋପାତ କରିଥିଲେ । ସି.ଏସ.ଆଇ.ଆର ଓ ଆଇ.ଏମ.ଏମ.ଟିର ବୈଜ୍ଞାନିକ ଜ୍ଞାନ କୌଶଳକୁ ଓଡିଶାର ଘରେଘରେ ପହଞ୍ଚାଇବା ପାଇଁ କେନ୍ଦୁଝର, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ଏହି ପାଇଲଟ ପ୍ରୋଜେକ୍ଟ ଜରିଆରେ କାର୍ଯ୍ୟ ଆରମ୍ଭ କରାଯାଇଥିବା ମନୋଜ କୁମାର ପଣ୍ଡା ସୁଚନା ଦେଇଥିଲେ । ଢ଼େଙ୍କା ପଞ୍ଚାୟତର ସମିତିସଭ୍ୟ ନାରାୟଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ‘ବିଜୟ କଳିଙ୍ଗ ବିକାଶ’ ର ସମ୍ପାଦକ ବିକ୍ରମ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.