Home ଓଡ଼ିଶା ମୁଖ୍ୟମନ୍ତ୍ରୀ ହିଂଜିଳି ନଛାଡି କାହିଁକି ଛାଡିଲେ ବିଜେପୁର? – ବିଜେପି

ମୁଖ୍ୟମନ୍ତ୍ରୀ ହିଂଜିଳି ନଛାଡି କାହିଁକି ଛାଡିଲେ ବିଜେପୁର? – ବିଜେପି

435

ବିଜେପୁର ଉପନିର୍ବାଚନ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ ପଚାରିଲା ବିଜେପି

– ମୁଖ୍ୟମନ୍ତ୍ରୀ ହିଂଜିଳି ନଛାଡି କାହିଁକି ଛାଡିଲେ ବିଜେପୁର?
– ବିଜେପୁରରେ କଣ ବିକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ?
– ବିଜେପୁର ବାସୀଙ୍କୁ ଦେଇଥିବା ପ୍ରତିଶୃତି କେତେ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ?
– ବିଜେପୁରରେ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପର କାର୍ଯ୍ୟ କେବେ ଆରମ୍ଭ ହେବ ?
– ଚାଷୀଙ୍କୁ ୧୦୦ ଟଙ୍କା ବୋନସ କେବେ ଦେବେ ?
– ଅସ୍ଥାୟୀ ଭାବେ ସରକାରୀ କର୍ମଚାରୀଙ୍କୁ ଆଣି ବିଭିନ୍ନ ପଦପଦବୀରେ ରଖି ପରେ ସେମାନଙ୍କୁ ଫେରାଇ ନେବା ବିଜେପୁରବାସୀଙ୍କ ସ୍ୱାର୍ଥ ପାଇଁ କେତେ ଶୁଭଙ୍କର ?
– ନିର୍ବାଚନକୁ ଜିତିବା ପାଇଁ ହିଂସା ସୃଷ୍ଟି କରିବା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ
– ଲକ୍ଷ୍ମଣରେଖା ଭିତରେ ରହି ସମସ୍ତ ଦଳ ନିର୍ବାଚନ ଲଢନ୍ତୁ
– ବୁଥ କାର୍ଯ୍ୟକର୍ତା ବିଜେପିର ସେନାପତି
– ନିର୍ବାଚନ ରଣଭୂମିରେ ସାଧାରଣ କାର୍ଯ୍ୟକର୍ତା ଅର୍ଜ୍ଜୁନ ସାଜି ମୁଖ୍ୟ ଭୂମିକା ତୁଲାଇବେ

ଭୁବନେଶ୍ୱର, ତା.୨୯/୦୯ (ଓଡ଼ିଆ ପୁଅ) : ମୁଖ୍ୟମନ୍ତ୍ରୀ ଦୁଇଟି ସ୍ଥାନରେ ନିର୍ବାଚନ ଲଢିବା ଯୋଗୁଁ ବିଜେପୁରରେ ଆଜି ଉପନିର୍ବାଚନ ହେଉଛି। ଉପନିର୍ବାଚନ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଏଥିପାଇଁ ମୁଖ୍ୟମନ୍ତ୍ରୀ ହିଁ ଦାୟୀ। ୬ ମାସ ଧରି ବିଜେପୁର ନିର୍ବାଚନ ମଣ୍ଡଳୀ ଅପ୍ରତିନିଧୀତ୍ୱ ହୋଇ ଚାଲିଛି। ସେ ଅଂଚଳର ଯେଉଁ ବିକାଶର କ୍ଷତି ହେଲା ସେଥିପାଇଁ ବି ମୁଖ୍ୟମନ୍ତ୍ରୀ ଦାୟୀ ବୋଲି ବରଗଡ ସାଂସଦ ଶ୍ରୀ ସୁରେଶ ପୂଜାରୀ ଅଭିଯୋଗ କରିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଗଣମାଧ୍ୟମ ମାଧ୍ୟମରେ ଶ୍ରୀ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ ପଚାରିଛନ୍ତି। (୧) ମୁଖ୍ୟମନ୍ତ୍ରୀ ବିଜେପୁର ସାଧାରଣ ନିର୍ବାଚନ ପାଇଁ କାହିଁକି ଆସିଥିଲେ ଏବଂ କାହିଁକି ଛାଡିକି ପଲେଇଲେ ତା’ର ଉତର ଦିଅନ୍ତୁ। ହିଂଜିଳି ନଛାଡି କାହିଁକି ବିଜେପୁର ଛାଡିଲେ। ହିଂଜିଳିରେ ହାରିବା ଭୟ ଯୋଗୁଁ ବିଜେପୁରରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢୁଥିଲେ କି? (୨) ୨୦୧୮ ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ କି ବିଜେପୁର ବିକାଶର ଦାୟୀତ୍ୱ ମୁଁ ମୋ ହାତକୁ ନେଉଛି। ଏକ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ବିଜେପୁରରେ କ’ଣ ବିକାଶ କରିଛନ୍ତି ତାହା ସ୍ପଷ୍ଟ କରନ୍ତୁ। (୩) ବିଜେପୁରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ସେଥିମଧ୍ୟରୁ ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ଏଯାବତ ଆରମ୍ଭ ହେଲା ନାହିଁ କାହିଁକି? ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ପ୍ରକଳ୍ପ ଗୁଡିକରୁ କେତୋଟି ପ୍ରକଳ୍ପ ଆରମ୍ଭ ହୋଇଛି ତାହା ସ୍ପଷ୍ଟ କରନ୍ତୁ।

(୪) ବରଗଡରେ ଚାଷୀମାନଙ୍କୁ ୧୦୦ ଟଙ୍କା ଦେବା ଲାଗି ବୋନସ ଘୋଷଣା ମୁଖ୍ୟମନ୍ତ୍ରୀ କରିଥିଲେ। କିନ୍ତୁ ଦେଲେ ନାହିଁ କାହିଁକି ? (୫) ୨୦୧୮ ଉପନିର୍ବାଚନ ଜିତିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେପୁରରେ ଡାକ୍ତର, ଶିକ୍ଷକ ଆଦି ବିଭିନ୍ନ ପଦବୀ ପୂରଣ କରାଗଲା। କିନ୍ତୁ ର୍ଦୁଭାଗ୍ୟର କଥା କି, ନିର୍ବାଚନ ଭୋଟ ଗଣତି ଦିନ କେହି ବି ରହିଲେ ନାହିଁ। ସାଧାରଣ ନିର୍ବାଚନରେ ବି ସମାନ ଢଙ୍ଗରେ ଅସ୍ଥାୟୀ ଭାବେ କିଛି ସରକାରୀ କର୍ମଚାରୀଙ୍କୁ ଆଣି ବିଭିନ୍ନ ପଦପଦବୀରେ ରଖି ପରେ ସେମାନଙ୍କୁ ଫେରାଇ ନେବା ବିଜେପୁରବାସୀଙ୍କ ସ୍ୱାର୍ଥ ପାଇଁ କେତେ ଶୁଭଙ୍କର ତା’ର ଉତର ମୁଖ୍ୟମନ୍ତ୍ରୀ ଦିଅନ୍ତୁ।

ନିର୍ବାଚନ ଲଢେଇ ସଂସ୍କାର ଏବଂ ମର୍ଯ୍ୟାଦା ଭିତରେ ରହିବା କଥା। ଆଦର୍ଶ ଆଚରଣ ବିଧିକୁ ମାନି ପ୍ରତ୍ୟେକ ଦଳ ନିର୍ବାଚନ ଲଢିବାର ଆବଶ୍ୟକତା ରହିଛି। ନିର୍ବାଚନକୁ ଜିତିବା ପାଇଁ ହିଂସା ସୃଷ୍ଟି କରିବା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ। ବିଜେପୁର ଉପନିର୍ବାଚନ ଫଳାଫଳ ଅପେକ୍ଷା ଓଡିଶାର ସ୍ୱାର୍ଥ, ଶାନ୍ତି ଏବଂ ଗଣତନ୍ତ୍ରର ରକ୍ଷା ସବୁଠୁ ମହତ୍ୱପୂର୍ଣ୍ଣ। ବିଜେପୁର ଉପନିର୍ବଚନକୁ ଜିତିବା ପାଇଁ ବିଜେପି ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି। ବିଜେପୁରର କାର୍ଯ୍ୟକର୍ତାଙ୍କୁ ନେଇ ବିଜେପି ପଂଚାୟତ ନିର୍ବାଚନରେ ୯୨ ହଜାର ଭୋଟ ପାଇଥିଲା। ପଂଚାୟତ ନିର୍ବାଚନରେ ବିଜେଡି ଠାରୁ ୪୫ ହଜାର ଭୋଟରେ ବିଜେପି ଆଗୁଆ ଥିଲା। ବୁଥ କାର୍ଯ୍ୟକର୍ତା ବିଜେପିର ସେନାପତି। ଏହି ନିର୍ବାଚନ ରଣଭୂମିରେ ସାଧାରଣ କାର୍ଯ୍ୟକର୍ତା ଅର୍ଜ୍ଜୁନ ସାଜି ମୁଖ୍ୟ ଭୂମିକା ତୁଲାଇବେ ବୋଲି ଶ୍ରୀ ପୂଜାରୀ କହିଛନ୍ତି।

ଏହି ଅବସରରେ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.